Posted inଖେଳ

ସଚିନଙ୍କୁ ବିଶ୍ୱର ସମ୍ମାନଜନକ ଲୌରିୟସ କ୍ରୀଡ଼ା ପୁରସ୍କାର

ବର୍ଲିନ, ୧୮।୨ (ପି.ଟି.)- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ବିଶ୍ୱର ସମ୍ମାନଜନକ କ୍ରୀଡ଼ା ସମ୍ମାନ ‘ଲୌରିୟସ ବିଶ୍ୱ କ୍ରୀଡ଼ା ପୁରସ୍କାର’ ଜିତିଛନ୍ତି। ଘରୋଇ ମାଟିରେ ଭାରତକୁ ୨୦୧୧ ଆଇସିସି ବିଶ୍ୱକପ୍‌ ଜିତାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥଲେ। ବିଶ୍ୱକପ୍‌ ଜିତିବାପରେ ସାଥୀ ଖେଳାଳିମାନେ ସଚିନଙ୍କୁ କାନ୍ଧରେ ବସାଇ ପଡ଼ିଆ ଚାରିପଟେ ବୁଲାଥିଲେ। ଗତ ୨୦ ବର୍ଷ ମଧ୍ୟରେ ଏହାକୁ ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ୍ତ ଭାବେ ସର୍ବାଧିକ ଭୋଟ୍‌ ମିଳିଛି। ଏଥିଲାଗି ତେନ୍ଦୁଲକରଙ୍କୁ ‘ଲୌରିୟସ ବେଷ୍ଟ ସ୍ପୋର୍ଟିଂ ମୋମେଣ୍ଟ’ ପୁରସ୍କାର ପ୍ରଦାନ କରାଯାଇଛି। ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ସମର୍ଥନ ଯୋଗୁ ସଚିନଙ୍କୁ ସର୍ବାଧିକ ଭୋଟ୍‌ ମିଳିଥିଲା।

୨୪ ବର୍ଷର କ୍ରିକେଟ୍‌ କ୍ୟାରିୟରରେ ସଚିନ ସର୍ବାଧିକ ୬ଟି ବିଶ୍ୱକପ୍‌ ଖେଳିଥିଲେ। ୨୦୧୧ରେ ଭାରତରେ ଅନୁଷ୍ଠିତ ବିଶ୍ୱକପ୍‌ ତାଙ୍କର ଅନ୍ତିମ ବିଶ୍ୱ ପ୍ରତିଯୋଗିତା ଥିଲା। ଶ୍ରୀଲଙ୍କା ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନୁଆନ୍‌ କୁଳଶେଖରାଙ୍କ ବଲକୁ ଛକା ମାରି ଭାରତକୁ ଚାମ୍ପିୟନ କରାଇଥିଲେ। ଏହାପରେ ଭାରତୀୟ କ୍ରିକେଟର୍‌ମାନେ ଓ୍ବାଙ୍ଖେଡେ ଷ୍ଟାଡିୟମ ମଧ୍ୟକୁ ଦୌଡ଼ିଯାଇ ବିଜୟ ଉତ୍ସବ ପାଳନ କରିଥିଲେ। ଏହି ଅବସରରେ ସଚିନଙ୍କୁ କାନ୍ଧରେ ବସାଇ ସାଥୀ ଖେଳାଳିମାନେ ପଡ଼ିଆର ଚାରିପାଖେ ବୁଲାଇଥିଲେ। ସେଦିନର ଏହି ମୁହୂର୍ତ୍ତ ଆଜି ମଧ୍ୟ କୋଟି କୋଟି ପ୍ରଶଂସକଙ୍କ ମନରେ ସତେଜ ରହିଛି। ଏହାକୁ ଗତ ୨୦ ବର୍ଷର ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ୍ତ ଭାବେ ସର୍ବାଧିକ ଭୋଟି ମିଳିଥିବାରୁ ସଚିନଙ୍କୁ ‘ଲୌରିୟସ ବେଷ୍ଟ ସ୍ପୋର୍ଟିଂ ମୋମେଣ୍ଟ’ ପୁରସ୍କାର ପ୍ରଦାନ କରାଯାଇଛି। ବର୍ଲିନରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ ଉତ୍ସବ ଅବସରରେ ଟେନିସ କିମ୍ବଦନ୍ତୀ ବୋରିସ୍‌ ବେକର୍‌ ବିଜେତାଙ୍କ ନାମ ଘୋଷଣା କରିଥିଲେ। ଏହାପରେ ସଚିନଙ୍କୁ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ଓ୍ବ ଏହି ସମ୍ମାନଜନକ ଟ୍ରଫି ପ୍ରଦାନ କରିଥିଲେ। ‘ଏହା ଚମତ୍କାର ଥିଲା। ବିଶ୍ୱକପ୍‌ ଜିତିବାର ଅନୁଭୂତିକୁ ଶଦ୍ଦରେ ବର୍ଣ୍ଣନା କରିହେବ ନାହିଁ। ଗୋଟିଏ ଖେଳ କେତେ ଶକ୍ତିଶାଳୀ ତାହା ମନେପକାଇ ଦେଉଛି। ଏବେବି ଯେତେବେଳେ ସେହି ମ୍ୟାଚ୍‌ ଦେଖୁଛି ମୋ ସାଥୀରେ ଏହା ରହୁଛି’ ବୋଲି ଟ୍ରଫି ଜିତିବା ପରେ ସଚିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ଆଜି ହୋଇପାରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଏହି ଖେଳାଳିଙ୍କୁ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ଟି-୨୦ ବିଶ୍ୱକପ ପାଇଁ ଆଉ ବେଶୀ ଦିନ ବାକି ନାହିଁ। କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ଚୟନ କମିଟି ଖୁବ ଶୀଘ୍ର...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିପାରେ ବଡ଼ ଝଟ୍‌କା: ଏହି କ୍ରିକେଟର୍‌ ହୋଇପାରନ୍ତି ଉପଅଧିନାୟକ

ନୂଆଦିଲ୍ଲୀ,୩୦।୪: କିଛି ମାସ ପୂର୍ବରୁ ରିଷଭ ପନ୍ତ ଆଇପିଏଲ ୨୦୨୪ର ଅଂଶ ହେବେ କି ନାହିଁ ସେ ବିଷୟରେ ଆଲୋଚନା ହୋଇଥିଲା। କିନ୍ତୁ ଟି -୨୦...

ରୋହିତ ଶର୍ମାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରିକେଟ୍‌ କ୍ୟାରିୟର୍‌ରେ ଅନେକ ରେକର୍ଡ ହାସଲ କରିଥିବା ରୋହିତଙ୍କ ସମ୍ପତ୍ତି...

ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଏଣ୍ଟ୍ରି ମାରିଲେ ରିଷଭ ପନ୍ତ: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

କୋଲକାତା,୩୦।୪: କେକେଆର ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ୨୭ ରନର ଏକ ଇନିଂସ ଖେଳିଥିଲେ। ଏହି ଇନିଂସ ପାଇଁ ସେ...

କୋଲକାତାର ଏକପାଖିଆ ବିଜୟ ପରେ ପଏଣ୍ଟ ଟେବୁଲରେ ହେଲା ପରିବର୍ତ୍ତନ: କିଏ କେଉଁ ସ୍ଥାନରେ ରହିଛି ଜାଣନ୍ତୁ

କୋଲକାତା,୩୦।୪: ଆଇପିଏଲ ୨୦୨୪ର ୪୭ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ୭ ଉଇକେଟରେ...

ପ୍ରତ୍ୟେକ ଦିନ ଆମର ନୁହେଁ…କାହିଁକି ଏମିତି କହିଲେ ପନ୍ତ

କୋଲକାତା,୩୦।୪: ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଷଷ୍ଠ ପରାଜୟର ସମ୍ମୁଖୀନ ହୋଇଛି। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୪୭ତମ ମ୍ୟାଚରେ...

ସାଥୀ କ୍ରିକେଟର୍‌ଙ୍କ ଭଉଣୀଙ୍କୁ ମନ ଦେଇ ବସିଥିଲେ ହିଟ୍‌ମ୍ୟାନ୍‌

ଭାରତୀୟ କ୍ରିକେଟ ଦଳର ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ମୁମ୍ବାଇର ଏହି ବିସ୍ଫୋରକ ବ୍ୟାଟମ୍ୟାନ୍‌ ଅନେକ ରେକର୍ଡ ହାସଲ କରିଚନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri