Posted inଖେଳ

ସଚିନଙ୍କୁ ବିଶ୍ୱର ସମ୍ମାନଜନକ ଲୌରିୟସ କ୍ରୀଡ଼ା ପୁରସ୍କାର

ବର୍ଲିନ, ୧୮।୨ (ପି.ଟି.)- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ବିଶ୍ୱର ସମ୍ମାନଜନକ କ୍ରୀଡ଼ା ସମ୍ମାନ ‘ଲୌରିୟସ ବିଶ୍ୱ କ୍ରୀଡ଼ା ପୁରସ୍କାର’ ଜିତିଛନ୍ତି। ଘରୋଇ ମାଟିରେ ଭାରତକୁ ୨୦୧୧ ଆଇସିସି ବିଶ୍ୱକପ୍‌ ଜିତାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥଲେ। ବିଶ୍ୱକପ୍‌ ଜିତିବାପରେ ସାଥୀ ଖେଳାଳିମାନେ ସଚିନଙ୍କୁ କାନ୍ଧରେ ବସାଇ ପଡ଼ିଆ ଚାରିପଟେ ବୁଲାଥିଲେ। ଗତ ୨୦ ବର୍ଷ ମଧ୍ୟରେ ଏହାକୁ ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ୍ତ ଭାବେ ସର୍ବାଧିକ ଭୋଟ୍‌ ମିଳିଛି। ଏଥିଲାଗି ତେନ୍ଦୁଲକରଙ୍କୁ ‘ଲୌରିୟସ ବେଷ୍ଟ ସ୍ପୋର୍ଟିଂ ମୋମେଣ୍ଟ’ ପୁରସ୍କାର ପ୍ରଦାନ କରାଯାଇଛି। ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ସମର୍ଥନ ଯୋଗୁ ସଚିନଙ୍କୁ ସର୍ବାଧିକ ଭୋଟ୍‌ ମିଳିଥିଲା।

୨୪ ବର୍ଷର କ୍ରିକେଟ୍‌ କ୍ୟାରିୟରରେ ସଚିନ ସର୍ବାଧିକ ୬ଟି ବିଶ୍ୱକପ୍‌ ଖେଳିଥିଲେ। ୨୦୧୧ରେ ଭାରତରେ ଅନୁଷ୍ଠିତ ବିଶ୍ୱକପ୍‌ ତାଙ୍କର ଅନ୍ତିମ ବିଶ୍ୱ ପ୍ରତିଯୋଗିତା ଥିଲା। ଶ୍ରୀଲଙ୍କା ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନୁଆନ୍‌ କୁଳଶେଖରାଙ୍କ ବଲକୁ ଛକା ମାରି ଭାରତକୁ ଚାମ୍ପିୟନ କରାଇଥିଲେ। ଏହାପରେ ଭାରତୀୟ କ୍ରିକେଟର୍‌ମାନେ ଓ୍ବାଙ୍ଖେଡେ ଷ୍ଟାଡିୟମ ମଧ୍ୟକୁ ଦୌଡ଼ିଯାଇ ବିଜୟ ଉତ୍ସବ ପାଳନ କରିଥିଲେ। ଏହି ଅବସରରେ ସଚିନଙ୍କୁ କାନ୍ଧରେ ବସାଇ ସାଥୀ ଖେଳାଳିମାନେ ପଡ଼ିଆର ଚାରିପାଖେ ବୁଲାଇଥିଲେ। ସେଦିନର ଏହି ମୁହୂର୍ତ୍ତ ଆଜି ମଧ୍ୟ କୋଟି କୋଟି ପ୍ରଶଂସକଙ୍କ ମନରେ ସତେଜ ରହିଛି। ଏହାକୁ ଗତ ୨୦ ବର୍ଷର ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ୍ତ ଭାବେ ସର୍ବାଧିକ ଭୋଟି ମିଳିଥିବାରୁ ସଚିନଙ୍କୁ ‘ଲୌରିୟସ ବେଷ୍ଟ ସ୍ପୋର୍ଟିଂ ମୋମେଣ୍ଟ’ ପୁରସ୍କାର ପ୍ରଦାନ କରାଯାଇଛି। ବର୍ଲିନରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ ଉତ୍ସବ ଅବସରରେ ଟେନିସ କିମ୍ବଦନ୍ତୀ ବୋରିସ୍‌ ବେକର୍‌ ବିଜେତାଙ୍କ ନାମ ଘୋଷଣା କରିଥିଲେ। ଏହାପରେ ସଚିନଙ୍କୁ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ଓ୍ବ ଏହି ସମ୍ମାନଜନକ ଟ୍ରଫି ପ୍ରଦାନ କରିଥିଲେ। ‘ଏହା ଚମତ୍କାର ଥିଲା। ବିଶ୍ୱକପ୍‌ ଜିତିବାର ଅନୁଭୂତିକୁ ଶଦ୍ଦରେ ବର୍ଣ୍ଣନା କରିହେବ ନାହିଁ। ଗୋଟିଏ ଖେଳ କେତେ ଶକ୍ତିଶାଳୀ ତାହା ମନେପକାଇ ଦେଉଛି। ଏବେବି ଯେତେବେଳେ ସେହି ମ୍ୟାଚ୍‌ ଦେଖୁଛି ମୋ ସାଥୀରେ ଏହା ରହୁଛି’ ବୋଲି ଟ୍ରଫି ଜିତିବା ପରେ ସଚିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri