ସଙ୍ଗୀତରେ ପ୍ରାଣ ସଞ୍ଚାର କରୁଥିଲେ ବାଳକୃଷ୍ଣ ସାର୍‌

ପ୍ରଫୁଲ୍ଲ କର

ବହୁ ମୂର୍ତ୍ତିକାର ମୂର୍ତ୍ତି ଗଢ଼ନ୍ତି, କିନ୍ତୁ ସବୁ ମୂର୍ତ୍ତି ପ୍ରାଣବନ୍ତ ହୁଅନ୍ତି ନାହିଁ। ଗୋଟିଏ ଗୀତକୁ ଏକା ସ୍ବର ଓ ଏକା ତାଳରେ ଶହ ଶହ ଗାୟକ ଗାଇପାରନ୍ତିି, କିନ୍ତୁ ଜଣେ ଜଣେ ଗାୟକଙ୍କ କଣ୍ଠରେ ସେ ଗୀତ ଶ୍ରୋତାଙ୍କ ପ୍ରାଣକୁ ଛୁଇଁଯାଏ। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ତଥା ବାଳକୃଷ୍ଣ ସାର୍‌ ଥିଲେ ସେହିଭଳି ଜଣେ ଗାୟକ, ଯିଏ ଗୀତରେ ପ୍ରାଣ ସଞ୍ଚାର କରିବାର ମନ୍ତ୍ର ଜାଣିଥିଲେ। ବାସ୍ତବରେ ଜଣେ ସଙ୍ଗୀତକାରର ଜୀବନଚର୍ଯ୍ୟା ଯଦି ପ୍ରାଣବନ୍ତ ନୁହେଁ, ତେବେ ତା’ ସଙ୍ଗୀତରେ ମଧ୍ୟ ପ୍ରାଣର ସଞ୍ଚାର ହୋଇପାରେନା। ସାର୍‌ଙ୍କ ପୋଷାକ ପରିଚ୍ଛଦ, ଖାଇବା ପିଇବା, ଚାଲିର ଠାଣି, କଥାର ଭଙ୍ଗି- ସବୁ ପ୍ରାଣବନ୍ତ ଥିଲା। ତାଙ୍କ ପାଖରୁ କ୍ରୋଧ ବହୁ ଦୂରକୁ ଅପସରି ଯାଇଥିଲା। ପ୍ରେମ ହିଁ ତାଙ୍କ ଜୀବନଚର୍ଯ୍ୟାର ପରିଭାଷା ଥିଲା।
ଥରେ ମୋର ପୁରୀ ଅନ୍ନପୂର୍ଣ୍ଣା ଥିଏଟର ହଲ୍‌ରେ ବାଳକୃଷ୍ଣ ସାର୍‌ଙ୍କ ସହ ଗୀତ ଗାଇବାର କାର୍ଯ୍ୟକ୍ରମ ଥାଏ। ସେଦିନ ପୁରୀର ବହୁ ବିଶିଷ୍ଟ ଲୋକ ତାକୁ ଶୁଣିବାକୁ ଆସିଥାନ୍ତି। ହଲ୍‌ ଭର୍ତ୍ତି ହୋଇଯାଇଥାଏ। ମତେ ସାର୍‌ କହିଲେ, ପ୍ରଫୁଲ୍ଲ ମଁୁ ପ୍ରଥମେ ଗାଇ ଦେଉଛି, କାରଣ ମୋ’ର ତ ଧିମା ଗୀତ। ତମେ ଆସିଲେ ଚାଲୁ ଗୀତ ଗାଇ ଜମେଇଦେବ। ଲୋକେ ତ ତମକୁ ଛାଡ଼ିବେନି ତେଣୁ ମଁୁ ଆଗ ଦି’ଟା ଗୀତ ଗାଇଦେଇ ମୋ କାମ ସାରି ଦେଉଛି। ମଁୁ କହିଲି, ଠିକ୍‌ ଅଛି ସାର୍‌। ମୋର କିଛି ଆପତ୍ତି ନାହିଁ, ଆପଣ ଆଗେ ଗାଇ ଦିଅନ୍ତୁ। କାରଣ ସେ ସମୟରେ ମୋର ‘କମଳ ଦେଶ ରାଜକୁମାର’, ‘ବେଲୁନ ବାଲା’ ଇତ୍ୟାଦି ବହୁତ ହିଟ୍‌ ଗୀତ ବଜାରକୁ ଗରମ କରି ରଖିଥାଏ। ମୋର ଅହଙ୍କାର ଥାଏ ଯେ ଥରେ ମଁୁ ଷ୍ଟେଜକୁ ଗଲେ ମେହଫିଲକୁ ମଁୁ ପୂରା କାବୁ କରିନେବି।
ସାର୍‌ ପ୍ରଥମେ ଗାଇଲେ। ସେଦିନ ତାଙ୍କର ଗୀତଟି ଥିଲା ‘ବଞ୍ଚତ୍ବେ ନବୀନା କି ଶ୍ୟାମ ବିନା…।
ବାଳକୃଷ୍ଣ ସାର୍‌ଙ୍କ ଗୀତକୁ ଲୋକେ କେମିତି ଗ୍ରହଣ କରୁଛନ୍ତି ସେ କଥା ଜାଣିବାକୁ ମଁୁ ଚୁପ୍‌ କରି ଯାଇ ଶ୍ରୋତାମାନଙ୍କ ଭିତରେ ବସି ତାଙ୍କ ଗୀତ ଶୁଣୁଥାଏ। ଦେଖିଲି, ସାର୍‌ ଗୀତ ଆରମ୍ଭ କରିବା ପରେ ଧୀରେ ଧୀରେ ଶ୍ରୋତାମାନେ ନିସ୍ତବ୍ଧ ହୋଇଗଲା ପରି ଲାଗିଲା। ଆଶ୍ଚର୍ଯ୍ୟର କଥା ସେ ଗୀତ ଭିତରେ ଜଣେ ବି କେହି ତାଳି ବଜାଉ ନ ଥାଆନ୍ତି। ସେ ନିସ୍ତବ୍ଧତା ମଧ୍ୟରୁ ମଁୁ ଶୁଣିପାରୁଥାଏ କେହି କେହି ଶ୍ରୋତାଙ୍କ ରୁଦ୍ଧ କଣ୍ଠରୁ ବେଳେବେଳେ ଆହା ଆହା… ବୋଲି ଶବ୍ଦ ବାହାରୁଥାଏ। ମନେହେଉଥାଏ, ସାପ ଯେମିତି ପଦ୍ମତୋଳା ଶୁଣି ଧୀରେ ଧୀରେ ବଶୀଭୂତ ହୋଇଯାଏ, ସେମିତି ସେ ହଲରେ ବସିଥିବା ସମସ୍ତ ଶ୍ରୋତା ମନ୍ତ୍ରମୁଗ୍ଧ ହୋଇ ଏକ ଅତିଭୌତିକ ସ୍ତରକୁ ଚାଲିଯାଇ ନିର୍ବାକ ହୋଇଯାଇଥାନ୍ତି। ତାଳି ମାରିବା ପରି ଏକ ଲୌକିକ ଅଭ୍ୟାସକୁ ବୋଧହୁଏ ସେମାନେ ଭୁଲି ଯାଇଥାନ୍ତି।
ସାର୍‌ଙ୍କ ପରେ ମୋ ପାଳି ପଡ଼ିଲା। ମଁୁ କି ଗୀତ ଗାଇବି ଚିନ୍ତା କରିକରି ବିବ୍ରତ ହୋଇଗଲି। ମୋର ଗୀତ ଚୟନ ସବୁ ଭୁଲ୍‌ଭାଲ ହୋଇଗଲା। ଶ୍ରୋତାମାନଙ୍କୁ ଧରି ରଖିବାକୁ ବହୁତ ଚେଷ୍ଟାକଲି। ହେଲେ କାହାକୁ ଧରି ରଖି ପାରିଲିନି। ଧୀରେ ଧୀରେ ଗୋଟିକ ପରେ ଗୋଟିଏ ଖସିଗଲେ। ସେଇ ଦିନଠୁ ମୋ ମନରେ ଭୟ ପଶିଗଲା। ଓଡ଼ିଶାର ଯେ କୌଣସି ଗାୟକଙ୍କ ସହିତ ମୋର ଗାଇବାର ଥିଲେ ମଁୁ ତିଳେମାତ୍ର ଚିନ୍ତିତ ହୁଏନି। କିନ୍ତୁ ଯେଉଁଠି ବାଳକୃଷ୍ଣ ସାର୍‌ଙ୍କ ସହିତ ଗାଇବାର ଥାଏ, ସେଠି ମଁୁ ଆଗରୁ ହୁସିଆର ହୋଇଯାଏ। ମଁୁ ବହୁ ଗଭୀର ଭାବେ ଅନୁଶୀଳନ କରି ଦେଖିଲି ଯେ, ତାଙ୍କ ସଙ୍ଗୀତର ବିଶେଷତ୍ୱ ହେଲା, ସଙ୍ଗୀତରେ ପ୍ରାଣ ସଞ୍ଚାର। ନିର୍ମଳ ଚନ୍ଦ୍ରମଣ୍ଡଳ ପରି ସେ ସବୁ କଳାମେଘକୁ ଆଡ଼େଇ ଦେଇ ପ୍ରତି ବିଦଗ୍ଧ ଓଡ଼ିଆଙ୍କ ହୃଦ ଆକାଶରେ ପ୍ରକାଶ ପାଉଛନ୍ତି ଓ ପାଉଥିବେ। ତାଙ୍କର ମୃତ୍ୟୁ ନାହିଁି, ସେ ଅମୃତ। କାରଣ, ସେ ପ୍ରାଣବନ୍ତ ଏବଂ ତାଙ୍କର ସଙ୍ଗୀତ ପ୍ରାଣବନ୍ତ।
ପ୍ଲଟ୍‌ ନଂ-୬୦, ସତ୍ୟନଗର, ଭୁବନେଶ୍ବର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri