ସଂସ୍କୃତି ମୁଖା ଖୋଲିଦେଇଛି କୋଭିଡ୍‌-୧୯

କୋଭିଡ୍‌-୧୯ ସଂର୍କମଣ ଏବେ ଦେଶର ଭଲ ମନ୍ଦ କଥା ତଥା ବ୍ୟକ୍ତିର ଭଲ ମନ୍ଦ ଗୁଣକୁ ପଦାକୁ ନେଇଆସିଛି। କେବଳ ଏତିକି ନୁହେଁ ସଂସ୍ଖୃତିର ବିଶେଷତା ଓ ଦୁର୍ବଳତାକୁ ଜଣାଇ ଦେଇଛି। ସରକାରଙ୍କ ଅକ୍ଷମତାକୁ ପଦାରେ ପକାଇଦେଇଛି। ସାରା ବିଶ୍ୱରେ ଆମେ ଏବେ ଏକା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛୁ। ଏହି ସମସ୍ୟା ହେଉଛି କୋଭିଡ୍‌-୧୯ ସଂକ୍ରମଣ। ଉକ୍ତ ରୋଗର କୌଣସି ଓ୍ୟଷଧ ନାହିଁ। କିନ୍ତୁ ବ୍ୟକ୍ତିଗତ ସହଯୋଗରେ ଏହି ସଂକ୍ରମଣକୁ ରୋକାଯାଇପାରିବ। ଏକ ଉତ୍ତମ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ବଳରେ ଏଥିରେ ଶିକାର ହେଉଥିବା ଲୋକଙ୍କୁ ବଞ୍ଚାଯାଇପାରିବ। ଭାରତ ନିକଟରେ ସମ୍ଭବତଃ ଏହା ଉପଲବ୍ଧ ନାହିଁ। ଆମ ଦେଶ ଗରିବ। ଏଠାରେ ଲୋକମାନଙ୍କ ମୁଣ୍ଡପିଛା ଆୟ ବିକଶିତ ଦେଶ ତୁଳନାରେ ୩୦ ଗୁଣ କମ୍‌। ଆମ ଲାଇଫ ଏକ୍ସପେକ୍ଟାନି ବିକଶିତ ଦେଶଗୁଡିକଠାରୁ ବି ୧୦ ବର୍ଷ କମ୍‌। ତଥାପି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସେମାନେ ଜିଡିପିର ଯେତିକି ପ୍ରତିଶତ ବ୍ୟୟ କରୁଛନ୍ତି ଆମେ ତା’ଠାରୁ କମ୍‌ ବ୍ୟୟ କରୁଛୁ। ଏହା ଆମମାନଙ୍କର ଦୋଷ। ସାଧାରଣ ସ୍ବାସ୍ଥ୍ୟସେବା କ୍ଷେତ୍ର ପ୍ରତି ଦୃଷ୍ଟି ଦିଆଯାଉ ନ ଥିଲେ ବି ଆମେ ତାକୁ ସହିଯାଉଛୁ ଏବଂ ମହାମାରୀର ଦୁର୍ଦ୍ଦିନ ଯେତେଦିନ ଲାଗି ରହିବ ଆମକୁ ଏଥିପାଇଁ ମୂଲ୍ୟ ଦେବାକୁ ପଡିବ। ଆମ ପାଖରେ ଅଧିକ ଆଇସିୟୁ ବେଡ୍‌ ନାହିଁ, ଭେଣ୍ଟିଲେଟର ନାହିଁ। ଆମ ପାଖରେ ପ୍ରଶିକ୍ଷିତ କର୍ମଚାରୀ ନାହାନ୍ତି। କୁହାଯାଉଛି ଆମେ ସେମାନଙ୍କୁ ଖୁବ୍‌ ଶୀଘ୍ର ଦେଖିବାକୁ ପାଇବୁ। କଥା ହେଉଛି ଆମେ ଯେଉଁମାନେ ଏହି କଥା ପଢୁଛେ କି ସେ ସମ୍ପର୍କରେ ଲେଖୁଛେ ଏହାର ପରିଣାମ ଆମେ ହିଁ ଅନୁଭବ କରିବୁ। ସ୍ବାସ୍ଥ୍ୟଠାରୁ ପ୍ରତିରକ୍ଷା କ୍ଷେତ୍ରରେ ସରକାର ୫ ଗୁଣ ବ୍ୟୟ କରୁଛନ୍ତି। ଆମେ ଦୋଷ ଦେବାକୁ କିଏ? ଆମେ କେବଳ ଆମକୁ ଦୋଷ ଦେବା ଉଚିତ, ଏମିତି କି ନିର୍ବାଚିତ ପ୍ରତିନିଧିମାନଙ୍କୁ ନୁହେଁ ।
କିନ୍ତୁ ଆମେ ଆମ ସରକାରଙ୍କୁ ଅକ୍ଷମତା ପାଇଁ ଦୋଷ ଦେଇପାରିବା।ସରକାରଙ୍କ ଅକ୍ଷମତା ଏବେ ପଦାକୁ ଜଣାପଡିଛି ଓ ଏମିତି ଆଗକୁ ଜଣାପଡୁଥିବ। ଏହା କେନ୍ଦ୍ର ଓ ରାଜ୍ୟ ପାଇଁ ଲାଗି ରହିଛି କାରଣ ଆମ ନୀତି ନିର୍ଦ୍ଧାରଣ କ୍ଷେତ୍ରକୁ ଖୁବ୍‌ କମ୍‌ ବିଜ୍ଞ ବ୍ୟକ୍ତି ନିର୍ବାଚିତ ହୋଇ ଯାଉଛନ୍ତି। ଏହା ମଧ୍ୟ ଏହି ମହାମାରୀ ସଂକ୍ରମଣ ସମୟରେ ସ୍ପଷ୍ଟ ହୋଇଯାଇଛି।
ନିର୍ଦ୍ଦେଶ ଦେବା ବ୍ୟତୀତ କେନ୍ଦ୍ର ସରକାରଙ୍କ ପାଖରେ ଏବେ ଅଧିକ କାମ ନାହିଁ। ତଥାପି ଠିକ୍‌ ଭାବେ ନିର୍ଦ୍ଦେଶ ଦେବା କାର୍ଯ୍ୟଟିକୁ ବି ତୁଲାଇପାରୁନାହାନ୍ତି। ସରକାର ଏମିତି ଏକ ନିୟମ କଲେ ଯାହା ଜଣେ ବ୍ୟବସାୟୀଙ୍କୁ ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅଫିସରେ କୋଭିଡ୍‌ କଟକଣା ଉଲ୍ଲଂଘନ କଲେ ଜେଲ୍‌କୁ ପଠାଇ ଦେଇପାରୁଛି। ଏହାଦ୍ୱାରା କାର୍ଯ୍ୟକ୍ଷେତ୍ରରେ କିମ୍ବା ଘରେ ଜଣେ କର୍ମଚାରୀ ସଂକ୍ରମିତ ହେଲେ ତାହା କିପରି ଜଣାପଡିବ। ଏହା ତାଙ୍କ ଦୁର୍ଭାଗ୍ୟ କିମ୍ବା ଦାୟିତ୍ୱହୀନତାରୁ ହୋଇଛି ବୋଲି କେମିତି ଜାଣିବା? ଏଥିରେ ବ୍ୟବସାୟୀଙ୍କ ଦୋଷ ଥିଲା ବୋଲି କେମିତି ଜାଣାପଡିବ? ଏଭଳି ନିର୍ଦ୍ଦେଶକୁ ମଞ୍ଜୁରୀ ଦେବା ଓ ପାସ୍‌ ହେବାବେଳେ କେହି ଜଣେ ହେଲେ ବି ଏହା ବିଷୟରେ ଭାବିଲେ ନାହିଁ। ଯେତେବେଳେ ଏହା ସମ୍ପର୍କରେ ସବୁ କିଛି ଜଣା ପଡିଲା ସେତେବେଳେ ଏହି ନିୟମ ବଦଳାଇ ଦିଆଗଲା ବୋଲି ସ୍ପଷ୍ଟୀକରଣ ଦେବାକୁ ଜଣେ ଜୁନିୟର ମିନିଷ୍ଟରଙ୍କୁ ପଠାଗଲା। ଏହା ଏକ ଛୋଟ ଘଟଣା ନୁହେଁ। ଏଥିରୁ ପ୍ରତୀୟମାନ ହୁଏ ଯେ, ଲକ୍‌ଡାଉନ ସମ୍ପର୍କରେ ସରକାର କିଛି ବି ବିଚାର କରି ନାହାନ୍ତି। ବାସ୍ତବରେ ପ୍ରାଦେଶିକ ସ୍ତରରେ ଏବେ ଠିକ୍‌ ଶାସନ ନାହଁ। ମୁଁ ଯେଉଁ ରାଜ୍ୟରେ ରହୁଛି ସେଠାରେ ସରକାର ଗୋଟିଏ ଜେଲ୍‌ରୁ ଗ୍ରୀନ ଜୋନ୍‌ରେ ଥିବା ଆଉ ଏକ ଜେଲକୁ ୧୦୦ ଜଣରୁ ଊର୍ଦ୍ଧ୍ୱ ବିଚାରାଧୀନ କଏଦୀଙ୍କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ। ଏମାନଙ୍କ ମଧ୍ୟରେ କୋଭିଡ୍‌ ପଜିଟିଭ ମଧ୍ୟ ରହିଥିଲେ। ଏହା ଏକ ନିୟମ ବିରୁଦ୍ଧ କାର୍ଯ୍ୟ ଥିଲା ଓ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କରିଥିଲା। ଏଭଳି ଘଟିବ ବୋଲି ସରକାର ଚିନ୍ତା ବି କରି ନ ଥିଲେ। ଏଣୁ ସରକାର ଆଉ ଏକ ଗାଡିରେ ସେମାନଙ୍କୁ ଫେରାଇ ଆଣିଥିଲେ ଯାହା ପୁଣି କରୋନା ସଂକ୍ରମଣକୁ ଆମନ୍ତ୍ରଣ କରିଥିଲା। ଆମ ଦେଶରେ ଏହା ସାଧାରଣ ଘଟଣା ଓ ଏହା ଆଗକୁ ବି ଘଟିଚାଲିବ।
ଶେଷରେ ଏହି ଦୁର୍ଦ୍ଦିନରେ ଆମ ଭିତରେ ଏକ ମୂଲ୍ୟବୋଧ ଓ ଜ୍ଞାନର ଉଜାଗର ହେବା ଦରକାର। ଆମେ ଯଦି ଶୃଙ୍ଖଳା ରକ୍ଷା କରିବା ତେବେ କୋଭିଡ୍‌କୁ ସଫଳତାର ସହ ରୋକିପାରିବା। ମାସ୍କ ପିନ୍ଧି ଆମେ ଅନ୍ୟଙ୍କୁ ସୁରକ୍ଷିତ ରଖିପାରିବା। ହାତ ଧୋଇ ନିଜର ସୁରକ୍ଷା କରିପାରିବା ଓ ଅବଶ୍ୟକ ଥିଲେ ବାହାରକୁ ଯିବା । ଏହା ଅନ୍ୟମାନଙ୍କୁ ବିପଦରେ ପକାଇବ ନାହିଁ। ଏହା ଭାରତରେ ପାଳନ ହେବା ଦରକାର। କାରଣ ଏହି ସମୟରେ ଏଠାରେ ଧନୀମାନେ ପିକ୍‌ନିକ କରିବାକୁ ବାହାରି ଯାଉଛନ୍ତି, ସରକାର ଗାଦିଚ୍ୟୁତ ହେଉଛିି ଓ ବିଜୟ ଶେଭାଯାତ୍ରାର ଆୟୋଜନ କରାଯାଉଛି। ଏଠାରେ ବାହାରେ ବୁଲିବା ପାଇଁ କଫୁର୍‌ୟ ପାସ୍‌ର ନକଲ ମଧ୍ୟ କରାଯାଉଛି। ଆମେରିକା ଏବେ କରୋନା କବଳରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେଠାରେ ଲକ୍‌ଡାଉନ ବଳବତ୍ତର ରହିଛି। କିନ୍ତୁ ଏହା ଆମଠାରୁ ପୂରା ଭିନ୍ନ। ସେଠାରେ ଦୋକାନ, ଅଫିସ ଓ ସ୍କୁଲ ସବୁ କିଛି ବନ୍ଦ କିନ୍ତୁ ଲୋକମାନଙ୍କ ଚଳପ୍ରଚଳ ଉପରେ କୌଣସି କଟକଣା ନାହଁି। ସେମାନଙ୍କ ସୁରକ୍ଷା ଲାଗି ସେମାନେ ସାମାଜିକ ଦୂରତ୍ୱକୁ ଠିକ୍‌ ଭାବେ ପାଳନ କରିବେ ବୋଲି ସେଠାକାର ସରକାର ଆଶା କରିଛନ୍ତି। ଭାରତ ଭଳି ସେଠାରେ କର୍ଫ୍ୟୁ ନାହିଁ, କାରଣ ସେଠାରେ ଏହାର ଆବଶ୍ୟକତା ନାହିଁ। ଅପରପକ୍ଷରେ ଭାରତରେ ଏବେ ଯାହା ଘଟୁଛି ସେଥିରେ ଆମ ସଂସ୍କୃତିର ଭିତିରି କଥା ବାହାରକୁ ଜଣାପଡିଛି। ମୁଁ ଏହି ପରିସ୍ଥିତିରେ ଆମ ପକ୍ଷପାତିତା ଓ ଧର୍ମନ୍ଧତା କଥା ଉଠାଉ ନାହିଁ ଯାହା ସାରା ବିଶ୍ୱକୁ ଜଣା। ଜଣେ ଭାଜପା ବିଧାୟକ ଓ ପ୍ରବାସୀ ଭାରତୀୟଙ୍କ ଇସ୍‌ଲାମ ଓ ମୁସଲମାନ ବିରୋଧୀ ମନ୍ତବ୍ୟ ଉପରେ ସଫେଇ ଦେବାକୁ ଆମ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କୁ ଏହି ସପ୍ତାହରେ ଗଲ୍ଫ ନେତାଙ୍କୁ ଫୋନ୍‌ କରିବାକୁ ପଡିଥିଲା । ଆମ ଭିତରେ ଥିବା ଏମିତି ଅନେକ ଗୁଣ ଏବେ କୋଭିଡ୍‌-୧୯ ସଂକ୍ରମଣ ସମୟରେ ପ୍ରକାଶ ପାଇବ ଓ ଏହି ଧାରା ବି ଲାଗି ରହିବ। ଏହି ଭୟର ବାତାବରଣରେ ଆମକୁ ବଞ୍ଚିବାକୁ ହେବ ଏବଂ ଆମ ଚାରିପାଖରେ କ’ଣ ଘଟୁଛି ତାହାକୁ ନିରୀକ୍ଷଣ କରିବାକୁ ପଡିବ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?