Posted inଖେଳ

ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡ ଫେଭରାଇଟ୍‌

ଲଣ୍ଡନ,୧।୬(ଏଏଫପି)- ବିଶ୍ୱକପ୍‌ରେ ଶନିବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା କାର୍ଡିଫ୍‌ର ସୋଫିଆ ଗାର୍ଡେନ୍ସରେ ମୁହଁାମୁହିଁ ହେବେ। ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ଭଲ ରେକର୍ଡ ରହିଛି। ଫଳରେ ଶ୍ରୀଲଙ୍କା ବିପକ୍ଷରୁ ଅଭିଯାନ ଆରମ୍ଭ କରିବାକୁ ଯାଉଥିବାରୁ ନ୍ୟୁଜିଲାଣ୍ଡ ବେଶ୍‌ ଖୁସି ଥିବ। ଗତ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପଡୋଶୀ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲା। କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଏଥର ମଧ୍ୟ ଦମ୍‌ଦାର ପ୍ରଦର୍ଶନ ଲକ୍ଷ୍ୟରେ ରହିଛି। ଗତ ବିଶ୍ୱକପ୍‌ ପରେ ନ୍ୟୁଜିଲାଣ୍ଡ ଦିନିକିଆ ର଼୍ୟାଙ୍କିଙ୍ଗର ଦ୍ୱିତୀୟ ସ୍ଥାନକୁ ଉଠିଥିଲା। ତେବେ ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ପରେ ଭାରତଠାରୁ ପରାସ୍ତ ହୋଇଥିଲା। ଅଭ୍ୟାସ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରି ପ୍ରସ୍ତୁତି ଜୋରଦାର କରିଥିଲା। ତେବେ ଏହାପରେ ଦ୍ୱିତୀୟ ଓ୍ବାର୍ମଅପ୍‌ରେ ନ୍ୟୁଜିଲାଣ୍ଡ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ପରାସ୍ତ ହୋଇଥିଲା। ନ୍ୟୁଜିଲାଣ୍ଡ ଚାମ୍ପିୟନ ହେବ ବୋଲି ପୂର୍ବତନ ଦ୍ରୁତ ବୋଲର ଜେମ୍ସ ଫ୍ରାଙ୍କଲିନ୍‌ କହିଛନ୍ତି। ନ୍ୟୁଜିଲାଣ୍ଡକୁ ନେଇ ଅବଶ୍ୟ ସେତେଟା ଚର୍ଚ୍ଚା ହେଉ ନାହିଁ। ନ୍ୟୁଜିଲାଣ୍ଡ ମଧ୍ୟ ଫେଭରାଇଟ ଦଳ ଭାବେ ବିବେଚିତ ହେଉନାହିଁ। ତେବେ ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ଜିତିବାର ଦକ୍ଷତା ଓ କ୍ଷମତା ରଖୁଛି ବୋଲି ଫ୍ରାଙ୍କଲିନ୍‌ କହିଛନ୍ତି। ଗତ ବର୍ଷେ ହେବ ଦମ୍‌ଦାର ପ୍ରଦର୍ଶନ କରିଆସୁଥିବା ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ୍‌ ଟେଲର ଦଳର ମୁଖ୍ୟ ଅସ୍ତ୍ର ସାବ୍ୟସ୍ତ ହେବେ। ୨୦୧୭ରେ ଟେଲରଙ୍କ ଦିନିକିଆ ଆଭରେଜ ୬୦ ଥିଲା। ତେବେ ଗତବର୍ଷ ତାଙ୍କ ଆଭରେଜ ରନ୍‌ ସଂଗ୍ରହ ୯୦ ରହିଛି। ଓ୍ବିଲିୟମସନଙ୍କ ସମେତ ମାର୍ଟିନ ଗୁପ୍ଟିଲ ମଧ୍ୟ ଦମ୍‌ ଦେଖାଇବା ଲକ୍ଷ୍ୟରେ ରହିଛନ୍ତି। ଟ୍ରେଣ୍ଟ ବୋଲ୍ଟ, କଲିନ୍‌ ଡି ଗ୍ରାଣ୍ଡହୋମ ଓ ଟିମ୍‌ ସାଉଦିଙ୍କୁ ନେଇ ନ୍ୟୁଜିଲାଣ୍ଡ ବୋଲିଂ ବେଶ୍‌ ଦୃଢ ମନେ ହେଉଛି। ସେହିପରି ଇଶ୍‌ ସୋଧୀ ଓ ମିଚେଲ ସାଣ୍ଟନରଙ୍କୁ ନେଇ ନ୍ୟୁଜିଲାଣ୍ଡ ସ୍ପିନ ବିଭାଗ ଦୃଢ ମନେହେଉଛି। ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡ ଫେଭରାଇଟ ମନେହେଉଛି।
ଅପରପକ୍ଷରେ ନୂଆ ଅଧିନାୟକ ଦିମୁଥ କରୁଣାରତ୍ନେଙ୍କ ନେତୃତ୍ୱରେ ଶ୍ରୀଲଙ୍କା ପଡିଆକୁ ଓହ୍ଲାଇବ। ଗତ ୯ଟି ମ୍ୟାଚ୍‌ରେ ଶ୍ରୀଲଙ୍କା ୮ଟିରେ ପରାସ୍ତ ହେବା ପରେ କରୁଣାରତ୍ନେଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିଲା। କିନ୍ତୁ ବିଶ୍ୱକପ୍‌ରେ ଶ୍ରୀଲଙ୍କାର ରେକର୍ଡ ବେଶ୍‌ ଭଲ ରହିଛି। ଶୀଲଙ୍କା ଥରେ ଚାମ୍ପିୟନ ହୋଇଥିବା ବେଳେ ଦୁଇଥର ରନର୍ସଅପ୍‌ ହୋଇଛି। ପୁଣି ଥରେ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛି। ଏଥର ମଧ୍ୟ ଏହି ପ୍ରଦର୍ଶନ ଦୋହରାଇବାକୁ ଶ୍ରୀଲଙ୍କା ଲକ୍ଷ୍ୟ ରଖିଛି ବୋଲି ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ କହିଛନ୍ତି। ଦଳରେ ଆଞ୍ଜେଲୋ ମାଥ୍ୟୁସ୍‌, କୁଶାଲ ପେରେରା ଓ କୁଶାଲ ମେଣ୍ଡିସଙ୍କ ଭଳି ପ୍ରତିଭା ରହିଛନ୍ତି। ୫ କିମ୍ବା ୪ଟି ମ୍ୟାଚ୍‌ ଜିତିଲେ ଶ୍ରୀଲଙ୍କା ସେମିଫାଇନାଲରେ ପ୍ରବେଶ କରିବ। ପ୍ରତି ମ୍ୟାଚ୍‌କୁ ଆମେ ସମାନ ଗୁରୁତ୍ୱ ଦେବୁ ବୋଲି ଜୟବର୍ଦ୍ଧନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri