Posted inଖେଳ

ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡ ଫେଭରାଇଟ୍‌

ଲଣ୍ଡନ,୧।୬(ଏଏଫପି)- ବିଶ୍ୱକପ୍‌ରେ ଶନିବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା କାର୍ଡିଫ୍‌ର ସୋଫିଆ ଗାର୍ଡେନ୍ସରେ ମୁହଁାମୁହିଁ ହେବେ। ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ଭଲ ରେକର୍ଡ ରହିଛି। ଫଳରେ ଶ୍ରୀଲଙ୍କା ବିପକ୍ଷରୁ ଅଭିଯାନ ଆରମ୍ଭ କରିବାକୁ ଯାଉଥିବାରୁ ନ୍ୟୁଜିଲାଣ୍ଡ ବେଶ୍‌ ଖୁସି ଥିବ। ଗତ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପଡୋଶୀ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲା। କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଏଥର ମଧ୍ୟ ଦମ୍‌ଦାର ପ୍ରଦର୍ଶନ ଲକ୍ଷ୍ୟରେ ରହିଛି। ଗତ ବିଶ୍ୱକପ୍‌ ପରେ ନ୍ୟୁଜିଲାଣ୍ଡ ଦିନିକିଆ ର଼୍ୟାଙ୍କିଙ୍ଗର ଦ୍ୱିତୀୟ ସ୍ଥାନକୁ ଉଠିଥିଲା। ତେବେ ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ପରେ ଭାରତଠାରୁ ପରାସ୍ତ ହୋଇଥିଲା। ଅଭ୍ୟାସ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରି ପ୍ରସ୍ତୁତି ଜୋରଦାର କରିଥିଲା। ତେବେ ଏହାପରେ ଦ୍ୱିତୀୟ ଓ୍ବାର୍ମଅପ୍‌ରେ ନ୍ୟୁଜିଲାଣ୍ଡ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ପରାସ୍ତ ହୋଇଥିଲା। ନ୍ୟୁଜିଲାଣ୍ଡ ଚାମ୍ପିୟନ ହେବ ବୋଲି ପୂର୍ବତନ ଦ୍ରୁତ ବୋଲର ଜେମ୍ସ ଫ୍ରାଙ୍କଲିନ୍‌ କହିଛନ୍ତି। ନ୍ୟୁଜିଲାଣ୍ଡକୁ ନେଇ ଅବଶ୍ୟ ସେତେଟା ଚର୍ଚ୍ଚା ହେଉ ନାହିଁ। ନ୍ୟୁଜିଲାଣ୍ଡ ମଧ୍ୟ ଫେଭରାଇଟ ଦଳ ଭାବେ ବିବେଚିତ ହେଉନାହିଁ। ତେବେ ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ଜିତିବାର ଦକ୍ଷତା ଓ କ୍ଷମତା ରଖୁଛି ବୋଲି ଫ୍ରାଙ୍କଲିନ୍‌ କହିଛନ୍ତି। ଗତ ବର୍ଷେ ହେବ ଦମ୍‌ଦାର ପ୍ରଦର୍ଶନ କରିଆସୁଥିବା ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ୍‌ ଟେଲର ଦଳର ମୁଖ୍ୟ ଅସ୍ତ୍ର ସାବ୍ୟସ୍ତ ହେବେ। ୨୦୧୭ରେ ଟେଲରଙ୍କ ଦିନିକିଆ ଆଭରେଜ ୬୦ ଥିଲା। ତେବେ ଗତବର୍ଷ ତାଙ୍କ ଆଭରେଜ ରନ୍‌ ସଂଗ୍ରହ ୯୦ ରହିଛି। ଓ୍ବିଲିୟମସନଙ୍କ ସମେତ ମାର୍ଟିନ ଗୁପ୍ଟିଲ ମଧ୍ୟ ଦମ୍‌ ଦେଖାଇବା ଲକ୍ଷ୍ୟରେ ରହିଛନ୍ତି। ଟ୍ରେଣ୍ଟ ବୋଲ୍ଟ, କଲିନ୍‌ ଡି ଗ୍ରାଣ୍ଡହୋମ ଓ ଟିମ୍‌ ସାଉଦିଙ୍କୁ ନେଇ ନ୍ୟୁଜିଲାଣ୍ଡ ବୋଲିଂ ବେଶ୍‌ ଦୃଢ ମନେ ହେଉଛି। ସେହିପରି ଇଶ୍‌ ସୋଧୀ ଓ ମିଚେଲ ସାଣ୍ଟନରଙ୍କୁ ନେଇ ନ୍ୟୁଜିଲାଣ୍ଡ ସ୍ପିନ ବିଭାଗ ଦୃଢ ମନେହେଉଛି। ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡ ଫେଭରାଇଟ ମନେହେଉଛି।
ଅପରପକ୍ଷରେ ନୂଆ ଅଧିନାୟକ ଦିମୁଥ କରୁଣାରତ୍ନେଙ୍କ ନେତୃତ୍ୱରେ ଶ୍ରୀଲଙ୍କା ପଡିଆକୁ ଓହ୍ଲାଇବ। ଗତ ୯ଟି ମ୍ୟାଚ୍‌ରେ ଶ୍ରୀଲଙ୍କା ୮ଟିରେ ପରାସ୍ତ ହେବା ପରେ କରୁଣାରତ୍ନେଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିଲା। କିନ୍ତୁ ବିଶ୍ୱକପ୍‌ରେ ଶ୍ରୀଲଙ୍କାର ରେକର୍ଡ ବେଶ୍‌ ଭଲ ରହିଛି। ଶୀଲଙ୍କା ଥରେ ଚାମ୍ପିୟନ ହୋଇଥିବା ବେଳେ ଦୁଇଥର ରନର୍ସଅପ୍‌ ହୋଇଛି। ପୁଣି ଥରେ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛି। ଏଥର ମଧ୍ୟ ଏହି ପ୍ରଦର୍ଶନ ଦୋହରାଇବାକୁ ଶ୍ରୀଲଙ୍କା ଲକ୍ଷ୍ୟ ରଖିଛି ବୋଲି ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ କହିଛନ୍ତି। ଦଳରେ ଆଞ୍ଜେଲୋ ମାଥ୍ୟୁସ୍‌, କୁଶାଲ ପେରେରା ଓ କୁଶାଲ ମେଣ୍ଡିସଙ୍କ ଭଳି ପ୍ରତିଭା ରହିଛନ୍ତି। ୫ କିମ୍ବା ୪ଟି ମ୍ୟାଚ୍‌ ଜିତିଲେ ଶ୍ରୀଲଙ୍କା ସେମିଫାଇନାଲରେ ପ୍ରବେଶ କରିବ। ପ୍ରତି ମ୍ୟାଚ୍‌କୁ ଆମେ ସମାନ ଗୁରୁତ୍ୱ ଦେବୁ ବୋଲି ଜୟବର୍ଦ୍ଧନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri