Posted inଖେଳ

ଶ୍ରୀଲଙ୍କା-ପାକିସ୍ତାନ ଫାଇନାଲ ଆଜି

ଦୁବାଇ,୧୧ା୯(ପି.ଟି): ରବିବାର ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟର ଫାଇନାଲରେ ପରସ୍ପରକୁ ଭେଟିବେ ପାକିସ୍ତାନ ଓ ଶ୍ରୀଲଙ୍କା। ପ୍ରାରମ୍ଭରୁ ଶ୍ରୀଲଙ୍କା ଆୟୋଜକ ଦେଶ ରହିଥିଲା। ତେବେ ଅର୍ଥନୈତିକ ସଙ୍କଟ ଓ ରାଜନୈତିକ ହିଂସା କାରଣରୁ ଏହି ଟୁର୍ନାମେଣ୍ଟକୁ ଦୁବାଇକୁ ସ୍ଥାନାନ୍ତର କରାଯାଇଥିଲା। ଭାରତ-ପାକିସ୍ତାନ ଫାଇନାଲ ନେଇ ସମସ୍ତେ ଆଶାବାନ୍ଧି ବସିଥିବା ବେଳେ ନିଜ ପ୍ରଦର୍ଶନରେ ସମସ୍ତଙ୍କୁ ଚମକେଇ ଦେଇଥିଲା ଶ୍ରୀଲଙ୍କା। ଲିଗ୍‌ ପର୍ଯ୍ୟାୟରେ ଆଫଗାନିସ୍ତାନ ବିପକ୍ଷ ପରାଜୟ ବାଦ୍‌ ଦଳ ଆଉ ପଛକୁ ଫେରି ଚାହିଁ ନାହିଁ। ବ୍ୟାଟିଂ, ବୋଲିଂ ଓ ଫିଲ୍‌ଡିଂରେ ଦଳର ପ୍ରଦର୍ଶନ ବଢିଆ ରହିଛି। ସୁପର-୪ରେ ଏକମାତ୍ର ଦଳ ଭାବେ ଶ୍ରୀଲଙ୍କା ଅପରାଜେୟ ରହିଥିଲା। ଅନ୍ୟପକ୍ଷରେ ଅର୍ଥନୈତିକ ସଂଘର୍ଷ କରୁଥିବା ଦେଶବାସୀଙ୍କ ପାଇଁ ଟ୍ରଫି ଏକ ଉପହାର ହେବ। ତେବେ ଦେଶବାସୀଙ୍କ ପାଇଁ ଏହି ଉପହାର ରାସ୍ତାରେ ଆସିପାରେ ପାକିସ୍ତାନ। ମହମ୍ମଦ ରିଜଓ୍ବାନ, ମହମ୍ମଦ ନଓ୍ବାଜ ଓ ନଶିମ ଶାହଙ୍କ ପ୍ରଦର୍ଶନ ଉପରେ ପାକିସ୍ତାନ ଅଧିକ ନିର୍ଭରଶୀଳ ରହିବ। ୨୦୧୪ରେ ଟି୨୦ ବିଶ୍ୱ ଚାମ୍ପିୟନ୍‌ ଶ୍ରୀଲଙ୍କାର ପ୍ରଦର୍ଶନ ଦିନକୁ ଦିନ ଖରାପ ହେବାରେ ଲାଗିଥିଲା। ତେବେ ଦସୁନ ସନକାଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ ଦେବାରେ ସମର୍ଥ ହୋଇଛି। ପ୍ରମୁଖ ଦ୍ରୁତ ବୋଲର ଦୁଷ୍ମନ୍ତ ଚମିରାଙ୍କ ଅନୁପସ୍ଥିତି ମଧ୍ୟ ଦଳ ଅନୁଭବ କରୁନାହିଁ। ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ୍‌ ଖେଳିଥିବା ଶ୍ରୀଲଙ୍କା ଦଳ ୨୮ ଛକା ଓ ୬୨ ଚୌକା ମାରିଛି। ଦଳର ସମସ୍ତ ଖେଳାଳି ଯୋଗଦାନ ଦେଉଥିବା ବେଳେ ଏହା ଦଳର ୟୁଏସପି ରହିଛି। ପାଥୁମ ନିଶଙ୍କା ଚମତ୍କାର ଫର୍ମରେ ରହିଥିବା ବେଳେ ମଧ୍ୟକ୍ରମରେ ରାଜପକ୍ଷେ ଓ ସନକା ଭଲ ବ୍ୟାଟିଂ କରୁଛନ୍ତି। ସେହିପରି ହସରଙ୍ଗାଙ୍କ ପାର୍ଟନର ଭାବରେ ମହୀଷ ତୀକ୍ଷଣାଙ୍କ ବୋଲିଂ ମଧ୍ୟ ବେଶ୍‌ ବଢିଆ ରହିଛି। ଯୁବ ବୋଲର ଦିଲସାନ ମଦୁଶଙ୍କା ପେସ ବୋଲିଂ ଭାର ନେଇଥିବା ବେଳେ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତି ଅନୁଭୂତ ହୋଇନି। ଅନ୍ୟ ପକ୍ଷରେ ପାକିସ୍ତାନ ପାଇଁ ଅଧିନାୟକ ବାବର ଆଜମଙ୍କ ଫର୍ମ ଚିନ୍ତା ବଢାଇଛି। ଦୁଇ ପାକିସ୍ତାନୀ ସ୍ପିନର ମହମ୍ମଦ ନଓ୍ବାଜ ଓ ଶଦାବ ଖାନଙ୍କ ବୋଲିଂ ଆଭରେଜ ଓ ଇକୋନୋମି ରେଟ ବଢିଆ ରହିଛି। ତେବେ ଦୁବାଇରେ ଟସ ଜିତିବା ଦଳ ଏକ ସାମାନ୍ୟ ମନସ୍ତାତ୍ତ୍ୱିକ ଫାଇଦାରେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ: କୋଲକାତାର ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ, ୯।୭(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରେ ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ ଉଡ଼ୁଥିବା…

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ବଦଳିଲା ଦେଶ ବିଭାଜନ ଇତିହାସ, ବାଦ୍‌ ପଡ଼ିଲେ ହିଟ୍‌ଲର

ନୂଆଦିଲ୍ଲୀ,୯ା୭ (ପି.ଟି.):ପୁରୁଣା ବହିରେ ଉଲ୍ଲେଖ ଥିଲା ଯେ ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସ ନେତାମାନେ ବିଭାଜନକୁ ବିରୋଧ କରୁଥିଲେ ମଧ୍ୟ ଶେଷରେ ଏହାକୁ ଏକମାତ୍ର ବିକଳ୍ପ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri