Posted inଖେଳ

ଶ୍ରୀଲଙ୍କା-ପାକିସ୍ତାନ ଫାଇନାଲ ଆଜି

ଦୁବାଇ,୧୧ା୯(ପି.ଟି): ରବିବାର ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟର ଫାଇନାଲରେ ପରସ୍ପରକୁ ଭେଟିବେ ପାକିସ୍ତାନ ଓ ଶ୍ରୀଲଙ୍କା। ପ୍ରାରମ୍ଭରୁ ଶ୍ରୀଲଙ୍କା ଆୟୋଜକ ଦେଶ ରହିଥିଲା। ତେବେ ଅର୍ଥନୈତିକ ସଙ୍କଟ ଓ ରାଜନୈତିକ ହିଂସା କାରଣରୁ ଏହି ଟୁର୍ନାମେଣ୍ଟକୁ ଦୁବାଇକୁ ସ୍ଥାନାନ୍ତର କରାଯାଇଥିଲା। ଭାରତ-ପାକିସ୍ତାନ ଫାଇନାଲ ନେଇ ସମସ୍ତେ ଆଶାବାନ୍ଧି ବସିଥିବା ବେଳେ ନିଜ ପ୍ରଦର୍ଶନରେ ସମସ୍ତଙ୍କୁ ଚମକେଇ ଦେଇଥିଲା ଶ୍ରୀଲଙ୍କା। ଲିଗ୍‌ ପର୍ଯ୍ୟାୟରେ ଆଫଗାନିସ୍ତାନ ବିପକ୍ଷ ପରାଜୟ ବାଦ୍‌ ଦଳ ଆଉ ପଛକୁ ଫେରି ଚାହିଁ ନାହିଁ। ବ୍ୟାଟିଂ, ବୋଲିଂ ଓ ଫିଲ୍‌ଡିଂରେ ଦଳର ପ୍ରଦର୍ଶନ ବଢିଆ ରହିଛି। ସୁପର-୪ରେ ଏକମାତ୍ର ଦଳ ଭାବେ ଶ୍ରୀଲଙ୍କା ଅପରାଜେୟ ରହିଥିଲା। ଅନ୍ୟପକ୍ଷରେ ଅର୍ଥନୈତିକ ସଂଘର୍ଷ କରୁଥିବା ଦେଶବାସୀଙ୍କ ପାଇଁ ଟ୍ରଫି ଏକ ଉପହାର ହେବ। ତେବେ ଦେଶବାସୀଙ୍କ ପାଇଁ ଏହି ଉପହାର ରାସ୍ତାରେ ଆସିପାରେ ପାକିସ୍ତାନ। ମହମ୍ମଦ ରିଜଓ୍ବାନ, ମହମ୍ମଦ ନଓ୍ବାଜ ଓ ନଶିମ ଶାହଙ୍କ ପ୍ରଦର୍ଶନ ଉପରେ ପାକିସ୍ତାନ ଅଧିକ ନିର୍ଭରଶୀଳ ରହିବ। ୨୦୧୪ରେ ଟି୨୦ ବିଶ୍ୱ ଚାମ୍ପିୟନ୍‌ ଶ୍ରୀଲଙ୍କାର ପ୍ରଦର୍ଶନ ଦିନକୁ ଦିନ ଖରାପ ହେବାରେ ଲାଗିଥିଲା। ତେବେ ଦସୁନ ସନକାଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ ଦେବାରେ ସମର୍ଥ ହୋଇଛି। ପ୍ରମୁଖ ଦ୍ରୁତ ବୋଲର ଦୁଷ୍ମନ୍ତ ଚମିରାଙ୍କ ଅନୁପସ୍ଥିତି ମଧ୍ୟ ଦଳ ଅନୁଭବ କରୁନାହିଁ। ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ୍‌ ଖେଳିଥିବା ଶ୍ରୀଲଙ୍କା ଦଳ ୨୮ ଛକା ଓ ୬୨ ଚୌକା ମାରିଛି। ଦଳର ସମସ୍ତ ଖେଳାଳି ଯୋଗଦାନ ଦେଉଥିବା ବେଳେ ଏହା ଦଳର ୟୁଏସପି ରହିଛି। ପାଥୁମ ନିଶଙ୍କା ଚମତ୍କାର ଫର୍ମରେ ରହିଥିବା ବେଳେ ମଧ୍ୟକ୍ରମରେ ରାଜପକ୍ଷେ ଓ ସନକା ଭଲ ବ୍ୟାଟିଂ କରୁଛନ୍ତି। ସେହିପରି ହସରଙ୍ଗାଙ୍କ ପାର୍ଟନର ଭାବରେ ମହୀଷ ତୀକ୍ଷଣାଙ୍କ ବୋଲିଂ ମଧ୍ୟ ବେଶ୍‌ ବଢିଆ ରହିଛି। ଯୁବ ବୋଲର ଦିଲସାନ ମଦୁଶଙ୍କା ପେସ ବୋଲିଂ ଭାର ନେଇଥିବା ବେଳେ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତି ଅନୁଭୂତ ହୋଇନି। ଅନ୍ୟ ପକ୍ଷରେ ପାକିସ୍ତାନ ପାଇଁ ଅଧିନାୟକ ବାବର ଆଜମଙ୍କ ଫର୍ମ ଚିନ୍ତା ବଢାଇଛି। ଦୁଇ ପାକିସ୍ତାନୀ ସ୍ପିନର ମହମ୍ମଦ ନଓ୍ବାଜ ଓ ଶଦାବ ଖାନଙ୍କ ବୋଲିଂ ଆଭରେଜ ଓ ଇକୋନୋମି ରେଟ ବଢିଆ ରହିଛି। ତେବେ ଦୁବାଇରେ ଟସ ଜିତିବା ଦଳ ଏକ ସାମାନ୍ୟ ମନସ୍ତାତ୍ତ୍ୱିକ ଫାଇଦାରେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?