ଶୁଖିନି ଫନୀର କ୍ଷତ: ଅସଜଡ଼ା ଶିକ୍ଷାନୁଷ୍ଠାନ, ସଂଘର୍ଷ କରୁଛି ହୋଟେଲ ଶିଳ୍ପ; ପୁରୁଣା ରୂପକୁ ଫେରୁଛି ବାଲୁଖଣ୍ଡ

ପୁରୀ ଅଫିସ,୩।୫: ବାତ୍ୟା ଫନୀକୁ ବିତିଗଲା ବର୍ଷେ। ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ୧୪ ଜିଲା ଫନୀଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା ଓ କଟକ ଜିଲାରେ ଅଧିକ କ୍ଷୟକ୍ଷତି ହୋଇଥିଲା। ତେବେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲାର ବିଭିନ୍ନ ଅଞ୍ଚଳରେ ଏବେ ବି ଦୃଶ୍ୟମାନ ହେଉଛି ପ୍ରକୃତିର କରାଳ ରୂପର ପଦଚିହ୍ନ। ସଜଡ଼ା ଯାଇପାରିନି ଅନେକ ଶିକ୍ଷାନୁଷ୍ଠାନ। ବହୁ ବିପନ୍ନ ଏପର୍ଯ୍ୟନ୍ତ ପଲିଥିନ ତଳେ ଦିନ କାଟୁଛନ୍ତି। ଉଜୁଡ଼ି ଯାଇଥିବା ବାଲୁଖଣ୍ଡ ଅଭୟାରଣ୍ୟ ଧୀରେ ଧୀରେ ସବୁଜିମାମୟ ହେବାରେ ଲାଗିଛି। ବିଦ୍ୟୁତ୍‌, ପାଣି ସ୍ବାଭାବିକ ହୋଇଥିବାବେଳେ ହୋଟେଲ ଶିଳ୍ପ ଅଣ୍ଟା ସଳଖି ଆସୁଥିଲା, ହେଲେ କରୋନା ମାଡ଼ରେ ଏବେ ପୁଣି ଦିଗହରା ହୋଇଯାଇଛି। ଫନୀର ବର୍ଷକ ପରେ ପୁରୀର ସ୍ଥିତିକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା…

୨୦୧୯ ମେ ୩ତାରିଖ ଥିଲା ଉପକୂଳବର୍ତ୍ତୀ ପୁରୀ ଜିଲା ପାଇଁ ଏକ ଅଭିଶପ୍ତ ଦିନ। ସେହିଦିନ ପୂର୍ବାହ୍ନରେ ତାଣ୍ଡବ ରଚିଥିଲା ଫନୀ। ପବନର ସୁ ସୁ ଗର୍ଜନ ଆଉ ଅବିଶ୍ରାନ୍ତ ବର୍ଷା ମାଡ଼ରେ ଭାଙ୍ଗିଯାଇଥିଲା ଘର, ଗଛ, ବିଦ୍ୟୁତ୍‌ ଖୁଣ୍ଟ ଆଉ ବଡ଼ ବଡ଼ ଟାୱାର। ମାଟି କାମୁଡ଼ିଥିଲା କଚ୍ଚା ଘର। ବେସାହାରା ହୋଇପଡ଼ିଥିଲେ ଲକ୍ଷ ଲକ୍ଷ ଲୋକ। ବାତ୍ୟା ପୂର୍ବରୁ ସରକାରଙ୍କ ସତର୍କତା ସତ୍ତ୍ବେ ଚାଲିଯାଇଥିଲା ୩୦ରୁ ଊର୍ଦ୍ଧ୍ୱ ଜୀବନ। ବାତ୍ୟା ପରେ ସବୁଆଡେ ଦେଖିବାକୁ ମିଳିଥିଲା ବିଭୀଷିକାର ଚିତ୍ର। ଉଜୁଡ଼ି ଯାଇଥିଲା ଅନେକଙ୍କ ଜୀବିକା। ପେଟକୁ ମୁଠେ ଦାନା ଏବଂ ମୁଣ୍ଡ ଗୁଞ୍ଜିବା ପାଇଁ ଆରମ୍ଭ ହୋଇଯାଇଥିଲା ସଂଘର୍ଷ। ରିଲିଫ୍‌ ପାଇଁ ଲାଗିଥିଲା ଲମ୍ବା ଧାଡ଼ି। ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହୋଇଛି। ବଦଳିଛି ପୁରୀର ଚିତ୍ର। ଥୁଣ୍ଟା ଗଛ ସବୁଜିମାମୟ ହୋଇପଡିଛି। ହେଲେ ବିଭିନ୍ନ କ୍ଷେତ୍ରରେ ଏବେ ବି ବାତ୍ୟାର ଚିହ୍ନ ବାରି ହୋଇପଡୁଛି। ସରକାରୀ ବାବୁ ଏବଂ ରାଜନେତାଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଅନେକ ବିପନ୍ନଙ୍କ ଅବସ୍ଥା ସୁଧୁରି ପାରି ନାହିଁ।

ଅସଜଡ଼ା ଶିକ୍ଷାନୁଷ୍ଠାନ
ଫନୀରେ ପୁରୀ ଜିଲାର ସ୍କୁଲ ଘରଗୁଡ଼ିକ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ଇତିମଧ୍ୟରେ ବାତ୍ୟାକୁ ବର୍ଷେ ପୂରିଯାଇଥିଲେ ବି ଅନେକ ଶିକ୍ଷାନୁଷ୍ଠାନ ମରାମତି କିମ୍ବା ପୁନଃ ନିର୍ମାଣ ହୋଇପାରିନି। ଅଳ୍ପ କେତେକ ସ୍କୁଲ ମରାମତି ହୋଇଥିବା ବେଳେ ସଂଖ୍ୟାଧିକ ସ୍କୁଲ ଅସଜଡ଼ା ଅବସ୍ଥାରେ ରହିଛି। ପୁରୀ ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଦେଖିଲେ ବାତ୍ୟାର କରାଳ ରୂପ କେତେ ଭୟାନକ ଥିଲା ତାହା ସ୍ପଷ୍ଟ ବାରି ହୋଇପଡୁଛି। ସରକାରଙ୍କ ପକ୍ଷରୁ ମରାମତି କାର୍ଯ୍ୟ ଚାଲିଥିବା ବେଳେ କରୋନା ଏଥିରେ ବାଧକ ସାଜିଛି ବୋଲି ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ କହିଛନ୍ତି। ସୂଚନାଥାଉ କି, ଜିଲାରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ପୁରୀ ସଦର, ବ୍ରହ୍ମଗିରି, କଣାସ, ଡେଲାଙ୍ଗ, ସତ୍ୟବାଦୀ ଓ କୃଷ୍ଣପ୍ରସାଦ ବ୍ଲକରେ ସର୍ବାଧିକ ସ୍କୁଲ ଘର ଭାଙ୍ଗିଥିଲା।

ସଂଘର୍ଷ କରୁଛି ହୋଟେଲ ଶିଳ୍ପ
ଫନୀ ମାଡ଼ରେ ଦୋହଲିଯାଇଥିଲା ପୁରୀ ହୋଟେଲ ଶିଳ୍ପର ଭିତ୍ତିଭୂମି। ବାତ୍ୟାରେ ହୋଟେଲ ଶିଳ୍ପର ୫୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା କ୍ଷତି ହୋଇଥିଲା। କୌଣସି ସରକାରୀ ସହାୟତା ବିନା ହୋଟେଲ ମାଲିକମାନେ ଅଣ୍ଟା ସଳଖିବାକୁ ଚେଷ୍ଟା କରିଥିଲେ। ବାତ୍ୟାର କିଛିଦିନ ପରେ କେତେକ ହୋଟେଲ ମାଲିକ ଜେନେରେଟର ଲଗାଇ ପର୍ଯ୍ୟଟକଙ୍କୁ ଆତିଥେୟତା ଦେବାକୁ ଚେଷ୍ଟା କରିଥିଲେ। ଏସବୁ ଭିତରେ ପ୍ରାୟ ୩/୪ ମାସ ମଧ୍ୟରେ ହୋଟେଲଗୁଡ଼ିକ ପ୍ରସ୍ତୁତ ହୋଇଯାଇଥିଲା। ଧୀରେ ଧୀରେ ପର୍ଯ୍ୟଟକଙ୍କ ଆଗମନ ବଢିବାକୁ ଲାଗିଥିଲା। ହେଟେଲ ମାଲିକମାନେ ଫନୀର କ୍ଷତିକୁ ଭୁଲିବାକୁ ଚେଷ୍ଟା କରୁଥିଲେ। ହେଲେ ବର୍ତ୍ତମାନ କରୋନା ପାଇଁ ପୁରୀ ହୋଟେଲ ଶିଳ୍ପରେ ତାଲା ଝୁଲୁଛି। ପ୍ରାୟ ଦେଢମାସ ହେବ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ସବୁ ହୋଟେଲ ବନ୍ଦ ହୋଇଯାଇଛି। କରୋନା ପାଇଁ ପର୍ଯ୍ୟଟକ ଶୂନ୍ୟ ହୋଇପଡିଛି ପୁରୀ। ପୁରୀ ହୋଟେଲ ସଂଘ ସମ୍ପାଦକ ରାଜକିଶୋର ପାତ୍ର କହିଛନ୍ତି, ଫନୀରେ ପୁରୀ ହୋଟେଲ ଶିଳ୍ପର ପ୍ରାୟ ୫୦୦ କୋଟିରୁ ଊର୍ଦ୍ଧ୍ୱ କ୍ଷତି ହୋଇଥିଲା। ଯାହା ବି ହେଉ କିଛିମାସ ପରେ ପ୍ରାୟ ଅଧିକାଂଶ ହୋଟେଲ ପ୍ରସ୍ତୁତ ହୋଇଯାଇଥିଲେ। ଧୀରେ ଧୀରେ ବେପାର ଜମି ଆସୁଥିଲା। ହେଲେ କରୋନା ହୋଟେଲ ବ୍ୟବସାୟକୁ ସମ୍ପୂର୍ଣ୍ଣ ବୁଡାଇ ଦେଲାଣି। ଦୈନିକ ପ୍ରାୟ ୫ କୋଟି ଟଙ୍କା କ୍ଷତି ହେଉଛି ବୋଲି ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଲିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ: ଭକ୍ତଙ୍କ ଜମୁଛି ଭିଡ଼

ଜି ଉଦୟଗିରି, ୨୨।୭( ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ କରାଯାଇଛି। ମହାପ୍ରଭୁଙ୍କ ପର୍ଶୁରାମ ବେଶ ଓ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri