ଶୁକ୍ରବାରରୁ ଡଙ୍ଗରିଆଙ୍କ ନିୟମରାଜା ପର୍ବ: ସିଏଏ, ଏନ୍‌ଆର୍‌ସିକୁ କରିବେ ବିରୋଧ

ଭବାନୀପାଟଣା,୨୭।୨(ଡି.ଏନ୍‌.ଏ.): ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ମାର୍ଚ୍ଚ ୨୮ ଶୁକ୍ରବାରରୁ ତିନିଦିନ ବ୍ୟାପୀ କଳାହାଣ୍ଡି ରାୟଗଡ଼ା ସୀମାନ୍ତ ନିୟମଗିରି ପର୍ବତ ଶିଖର ଉପରେ ନିୟମରାଜା ପର୍ବ ପାଳିତ ହେବ। କଳାହାଣ୍ଡି ରାୟଗଡ଼ା ସୀମାନ୍ତ ମୁନିଖୋଲ ପଞ୍ଚାୟତର ଗରଟାଗ୍ରାମରେ ନିୟମଗିରି ସୁରକ୍ଷା ସମିତିର ସଭାପତି ଜଳ, ଜମି ଏବଂ ଜଙ୍ଗଲର ସୁରକ୍ଷା ତଥା ନିୟମଗିରିକୁ ବହୁରାଷ୍ଟ୍ରୀୟ କମ୍ପାନୀଠାରୁ ବଞ୍ଚାଇବା ପାଇଁ ଏହି ଅଞ୍ଚଳର ଆଦିବାସୀମାନେ ସେମାନଙ୍କ ଆରାଧ୍ୟ ଦେବତା ନିୟମରାଜାଙ୍କୁ ପୂଜାକରି ଆସୁଛନ୍ତି। ଏହା ସହିତ ପୋଲିସ ଏବଂ ସିଆର୍‌ପିଏଫ୍‌ ମାଓବାଦୀଙ୍କ ନାଁରେ ଆଦିବାସୀମାନଙ୍କୁ ଯେଉଁ ଭଳି ହଇରାଣ କରୁଛନ୍ତି ତାକୁ ମଧ୍ୟ ଆଦିବାସୀ ବିରୋଧ କରୁଛନ୍ତି। ଆଦିବାସୀ ଡଙ୍ଗରିଆ ଓ ଝରଣୀଆ କନ୍ଧମାନଙ୍କ ବିଶ୍ୱାସ ରହିଛି ଯେ, ସେମାନଙ୍କ ଆରାଧ୍ୟ ଦେବତା ନିୟମରାଜାଙ୍କୁ ବଳିଦେଇ ସନ୍ତୁଷ୍ଟ କଲେ ସମସ୍ତ ରୋଗକଷ୍ଟରୁ ମୁକ୍ତି ମିଳିବା ସହ ସେମାନଙ୍କ ଫସଲ ଉତ୍ପାଦନ ବଢ଼ିଥାଏ। ତେଣୁ ପ୍ରତିବର୍ଷ ନିୟମଗିରି ପର୍ବତ ଶିଖରରେ ଥିବା ନିୟମରାଜାଙ୍କ ଧରଣୀପେନୁଠାରେ ଆଦିବାସୀ ଡଙ୍ଗରିଆ ଓ ଝରଣୀଆ କନ୍ଧମାନେ ପାରମ୍ପରିକ ପୋଷାକ ଓ ଅସ୍ତ୍ରଶସ୍ତ୍ର ଧରି ନାଚଗୀତ କରିବା ସହିତ ଧରଣୀପେନୁଠାରେ କୁକୁଡ଼ା, ପାରା, ବୋଦା, ଘୁଷୁରି ଓ ପୋଢ଼ ଆଦି ବଳିଦେଇ ନିୟମରାଜାଙ୍କୁ ସନ୍ତୁଷ୍ଟ କରିବା ସହିତ ରକ୍ତ ଚାଉଳ ଧରି ଜୀବନର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ନିୟମଗିରିର ସୁରକ୍ଷା ପାଇଁ ବଜ୍ର ଶପଥ ନେଇଥାନ୍ତି। ଚଳିତବର୍ଷ କେନ୍ଦ୍ର ସରକାର କରିଥିବା ସିଏଏ, ଏନ୍‌ଆର୍‌ସିକୁ ଡଙ୍ଗରିଆମାନେ ବିରୋଧ କରିବା ସହ ଏହାର ଗେଜେଟ୍‌କୁ ନିୟମ ରାଜାଙ୍କ ଆଗରେ ଜାଳିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ପ୍ରତିଭା ବିକାଶ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ନବାଗତ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?