ଶୁକ୍ରବାରରୁ ଡଙ୍ଗରିଆଙ୍କ ନିୟମରାଜା ପର୍ବ: ସିଏଏ, ଏନ୍‌ଆର୍‌ସିକୁ କରିବେ ବିରୋଧ

ଭବାନୀପାଟଣା,୨୭।୨(ଡି.ଏନ୍‌.ଏ.): ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ମାର୍ଚ୍ଚ ୨୮ ଶୁକ୍ରବାରରୁ ତିନିଦିନ ବ୍ୟାପୀ କଳାହାଣ୍ଡି ରାୟଗଡ଼ା ସୀମାନ୍ତ ନିୟମଗିରି ପର୍ବତ ଶିଖର ଉପରେ ନିୟମରାଜା ପର୍ବ ପାଳିତ ହେବ। କଳାହାଣ୍ଡି ରାୟଗଡ଼ା ସୀମାନ୍ତ ମୁନିଖୋଲ ପଞ୍ଚାୟତର ଗରଟାଗ୍ରାମରେ ନିୟମଗିରି ସୁରକ୍ଷା ସମିତିର ସଭାପତି ଜଳ, ଜମି ଏବଂ ଜଙ୍ଗଲର ସୁରକ୍ଷା ତଥା ନିୟମଗିରିକୁ ବହୁରାଷ୍ଟ୍ରୀୟ କମ୍ପାନୀଠାରୁ ବଞ୍ଚାଇବା ପାଇଁ ଏହି ଅଞ୍ଚଳର ଆଦିବାସୀମାନେ ସେମାନଙ୍କ ଆରାଧ୍ୟ ଦେବତା ନିୟମରାଜାଙ୍କୁ ପୂଜାକରି ଆସୁଛନ୍ତି। ଏହା ସହିତ ପୋଲିସ ଏବଂ ସିଆର୍‌ପିଏଫ୍‌ ମାଓବାଦୀଙ୍କ ନାଁରେ ଆଦିବାସୀମାନଙ୍କୁ ଯେଉଁ ଭଳି ହଇରାଣ କରୁଛନ୍ତି ତାକୁ ମଧ୍ୟ ଆଦିବାସୀ ବିରୋଧ କରୁଛନ୍ତି। ଆଦିବାସୀ ଡଙ୍ଗରିଆ ଓ ଝରଣୀଆ କନ୍ଧମାନଙ୍କ ବିଶ୍ୱାସ ରହିଛି ଯେ, ସେମାନଙ୍କ ଆରାଧ୍ୟ ଦେବତା ନିୟମରାଜାଙ୍କୁ ବଳିଦେଇ ସନ୍ତୁଷ୍ଟ କଲେ ସମସ୍ତ ରୋଗକଷ୍ଟରୁ ମୁକ୍ତି ମିଳିବା ସହ ସେମାନଙ୍କ ଫସଲ ଉତ୍ପାଦନ ବଢ଼ିଥାଏ। ତେଣୁ ପ୍ରତିବର୍ଷ ନିୟମଗିରି ପର୍ବତ ଶିଖରରେ ଥିବା ନିୟମରାଜାଙ୍କ ଧରଣୀପେନୁଠାରେ ଆଦିବାସୀ ଡଙ୍ଗରିଆ ଓ ଝରଣୀଆ କନ୍ଧମାନେ ପାରମ୍ପରିକ ପୋଷାକ ଓ ଅସ୍ତ୍ରଶସ୍ତ୍ର ଧରି ନାଚଗୀତ କରିବା ସହିତ ଧରଣୀପେନୁଠାରେ କୁକୁଡ଼ା, ପାରା, ବୋଦା, ଘୁଷୁରି ଓ ପୋଢ଼ ଆଦି ବଳିଦେଇ ନିୟମରାଜାଙ୍କୁ ସନ୍ତୁଷ୍ଟ କରିବା ସହିତ ରକ୍ତ ଚାଉଳ ଧରି ଜୀବନର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ନିୟମଗିରିର ସୁରକ୍ଷା ପାଇଁ ବଜ୍ର ଶପଥ ନେଇଥାନ୍ତି। ଚଳିତବର୍ଷ କେନ୍ଦ୍ର ସରକାର କରିଥିବା ସିଏଏ, ଏନ୍‌ଆର୍‌ସିକୁ ଡଙ୍ଗରିଆମାନେ ବିରୋଧ କରିବା ସହ ଏହାର ଗେଜେଟ୍‌କୁ ନିୟମ ରାଜାଙ୍କ ଆଗରେ ଜାଳିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri