ଶୀର୍ଷ ୧୦ ଦେଶରେ ଅଟୋମୋବାଇଲ ସେକ୍ଟରକୁ ମାନ୍ଦାବସ୍ଥା ମାଡ଼: ଭାରତ ସର୍ବାଧିକ ପ୍ରଭାବିତ

ନୂଆଦିଲ୍ଲୀ,୮।୯: ଗତ କିଛିବର୍ଷ ହେବ ବିଶ୍ୱ ପାସେଞ୍ଜର ଗାଡ଼ି ମାର୍କେଟ ଅଭିବୃଦ୍ଧିରେ ଭାରତର ଯୋଗଦାନ ଅଧିକ ରହିଆସିଛି। ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଉତ୍ପାଦନ ହ୍ରାସ ଦୃଷ୍ଟିରୁ ୧୦ ଶୀର୍ଷ ଦେଶଙ୍କ ମଧ୍ୟରେ ଭାରତ ସର୍ବାଧିକ ପ୍ରଭାବିତ ବୋଲି ଜଣାପଡିଛି। ପରୋକ୍ଷରେ କହିବାକୁ ଗଲେ ଭାରତୀୟ ଅଟୋ ଶିଳ୍ପ ଉପରେ ମାନ୍ଦାବସ୍ଥାର ପ୍ରଭାବ ଅନ୍ୟ ଦେଶ ତୁଳନାରେ ସବୁଠାରୁ ଅଧିକ ପଡିଛି ବୋଲି ଇନ୍‌ଫର୍ମେଶନ ସର୍ଭିସ ପ୍ରୋଭାଇଡର ଆଇଏଚ୍‌ଏସ୍‌ ମାର୍କିଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।
ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ଦେଶରେ ଲାଇଟ୍‌ ଭେହିକିଲ୍‌ ବା ହାଲୁକା ଯାନ ଅର୍ଥାତ୍‌ ୬ ଟନ ପର୍ଯ୍ୟନ୍ତ କ୍ଷମତା ବିଶିଷ୍ଟ ଯାତ୍ରୀ ଏବଂ କ୍ଷୁଦ୍ର ବାଣିଜି୍ୟକ ଗାଡ଼ି ଉତ୍ପାଦନ ୧୧.୪% ବା ୪୧.୮ ଲକ୍ଷ ୟୁନିଟକୁ ଖସିଆସିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ସବୁଠାରୁ ବଡ଼ ମାର୍କେଟ ଚାଇନାର ଉତ୍ପାଦନ ଏହି ଅବଧିରେ -୭.୩% ରହିିଛି। ଚଳିତ ବର୍ଷ ଭାରତୀୟ ଅଟୋ ଶିଳ୍ପ ଅଭିବୃଦ୍ଧି ଦ୍ୱିଅଙ୍କ ସ୍ତରରେ ହ୍ରାସ ପାଇଲେ ଗାଡ଼ି ଉତ୍ପାଦନ ଦୃଷ୍ଟିରୁ ଜର୍ମାନୀ ପଛରେ ରହି ଭାରତ ୫ମ ସ୍ଥାନକୁ ଖସି ଆସିବ। ସୂଚନାଥାଉ କି, ୨୦୧୫ରୁ ୨୦୧୮ ମଧ୍ୟରେ ବିଶ୍ୱ ହାଲୁକା ଯାନ ମାର୍କେଟରେ ଭାରତ ପ୍ରଭୁତ୍ୱ ବିସ୍ତାର କରିଥିଲା। ଅନ୍ୟ ଦେଶ ତୁଳନାରେ ଏହାର ଅଭିବୃଦ୍ଧି ଯଥେଷ୍ଟ ଅଧିକ ରହିଥିଲା। ଆଇଏଚ୍‌ଏସ୍‌ ମାର୍କିଟର ହାଲୁକା ଗାଡ଼ି ଅନୁମାନର କଣ୍ଟ୍ରି ମୁଖ୍ୟ ଗୌରବ ବାଙ୍ଗଲ୍‌ କହିଛନ୍ତି ଯେ, ବର୍ଷର ଆରମ୍ଭରେ ଦେଶୀ ଲାଇଟ୍‌ ଭେହିକିଲ୍‌ ବଜାର ଅଭିବୃଦ୍ଧି ହାର ଅନୁମାନ ୫% ରଖାଯାଇଥିଲା। ତେବେ ପାଣ୍ଠି ଅଭାବ, ଆର୍ଥିକ ଗତିବିଧି ଧିମା ହେବା ଓ ବେକାରି ସମସ୍ୟା ବୃଦ୍ଧି ଯୋଗୁ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ସେ କହିଛନ୍ତି ଯେ, ଅଟୋ ଶିଳ୍ପକୁ ବିଏସ୍‌ ୪ରୁ ବିଏସ୍‌ ୬କୁ ପରିବର୍ତ୍ତନ କଲାବେଳେ କମ୍ପାନୀଗୁଡ଼ିକୁ ଷ୍ଟକ୍‌ ଆଡଜଷ୍ଟମେଣ୍ଟ କରିବାକୁ ହେବ। ରିପୋର୍ଟରେ କୁହାଯାଇଛି ଯେ, ଚାଇନା ଓ ଭାରତୀୟ ଅଟୋ ବଜାରରେ ବଡ଼ ହ୍ରାସ ଦେଖାଦେବା ଅର୍ଥ ବିଶ୍ୱ ପାସେଞ୍ଜର ଗାଡ଼ି ମାର୍କେଟ ଅଭିବୃଦ୍ଧି ମଧ୍ୟ ୭-୯ ପ୍ରତିଶତ କମିବ। ୨୦୦୮-୦୯ରେ ଦେଖାଦେଇଥିବା ଲିମେନ୍‌ ବ୍ରଦର୍ସ ସଙ୍କଟ ପରେ ଚଳିତବର୍ଷ ସବୁଠାରୁ ବଡ଼ ହ୍ରାସ ପରିଲକ୍ଷିତ ହେବ। ସେହିପରି କମ୍‌ ସମୟ ମଧ୍ୟରେ ନିୟମରେ ବାରମ୍ବାର ପରିବର୍ତ୍ତନ କରାଯିବା କାରଣରୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି ବୋଲି ଅଟୋମୋଟିଭ ବିଜ୍‌ନେସ୍‌ ଇଣ୍ଟେଲିଜେନ୍ସ ପ୍ରୋଭାଇଡର ଜେଟୋ ଡାଇନାମିକ୍ସ ପ୍ରେସିଡେଣ୍ଟ ରବି ଭାଟିଆ କହିଛନ୍ତି। ସେ ନୂଆ ସୁରକ୍ଷା ନିୟମର ଉଦାହରଣ ଦେଇ କହିଛନ୍ତି ଯେ, ଏହାଦ୍ୱାରା ଗାଡି ମୂଲ୍ୟ ବଢ଼ିଛି ଏବଂ ନ୍ୟାଶନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ ଡିଜେଲ ଗାଡ଼ି ପ୍ରଚଳନ ଉପରେ କଟକଣା ଲଗାଇବା ଆରମ୍ଭ କଲେଣି। ଏହାଛଡ଼ା ଇଲେକ୍ଟ୍ରିକ୍‌ ଗାଡ଼ି ପ୍ରଚଳନ ଲାଗି ସରକାରଙ୍କ ବ୍ୟଗ୍ରତା ଅଟୋ ଶିଳ୍ପରେ ମାନ୍ଦାବସ୍ଥା ମାଡି ଆସିବାର ଅନ୍ୟତମ କାରଣ ବୋଲି ସେ କହିଛନ୍ତି। ଜେଟୋ ଡାଇନାମିକ୍ସ ମୁତାବକ, ବିଶ୍ୱରେ ଗାଡ଼ି ବଜାର(ପାସେଞ୍ଜର, ଲାଇଟ ଭେହିକିଲ୍‌) ଉତ୍ପାଦନ ୨୦୧୯ରେ ୬ରୁ୮ ପ୍ରତିଶତ ହ୍ରାସ ପାଇବାକୁ ଯାଉଛି। ଜେଟୋ ଡାଇନାମିକ୍ସର ସିନିୟର ଆନାଲିଷ୍ଟ ଫିଲିପ୍‌ ମୁନୋଜ କହିଛନ୍ତି ଯେ, ବିଶ୍ୱର ଶୀର୍ଷ ୧୦ ଅଟୋ ମାର୍କେଟ ଏବେ ବଡ଼ ଆହ୍ବାନର ସମ୍ମୁଖୀନ ହୋଇଛି। ଲୋକେ ଗାଡ଼ି କିଣିବାକୁ ପଛଘୁଞ୍ଚା ଦେଉଛନ୍ତି। ବିଶ୍ୱ ଅର୍ଥନୀତି ବିଗିଡିବାରେ ଲାଗିଛି। ଭୂରାଜନୈତିକ ଉତ୍ତେଜନା କାରଣରୁ ସମସ୍ୟା ବଢ଼ିବାରେ ଲାଗିଛି। ଏକ ଆକଳନରୁ ଜଣାପଡିଛି ଯେ, ଚାଇନାରେ ଗାଡ଼ି ଉତ୍ପାଦନ ଅଭିବୃଦ୍ଧି ହାର -୭.୩% ରହିଥିବା ବେଳେ ଆମେରିକାରେ ଏହା ମାତ୍ର -୨.୨% ରହିଛି। ଜାପାନରେ ଏହା ୦.୫%, ଜର୍ମାନୀରେ -୫.୫%, ଭାରତରେ -୧୧.୪%, ଦକ୍ଷିଣ କୋରିଆରେ ୦.୧%, ମେକ୍ସିକୋରେ -୧.୩%, ବ୍ରାଜିଲରେ ୫.୬%, ସ୍ପେନ୍‌ରେ -୧.୪% ଓ ଫ୍ରାନ୍ସରେ -୩.୪% ଉତ୍ପାଦନ ଅଭିବୃଦ୍ଧି ହ୍ରାସ ପାଇଛି। ମୁନୋଜ କହିଛନ୍ତି ଯେ, ଚାଇନାର ଘରୋଇ ଡାଟା ସ୍ତର ସମସ୍ତ ରେକର୍ଡ ଭାଙ୍ଗିଛି। ଆମେରିକାରେ ଚାଲିଥିବା ସମସ୍ୟା ପରିସ୍ଥିତିକୁ ଆହୁରି ଖରାପ କରିସାରିଲାଣି। ୟୁରୋପର ଅବସ୍ଥା ନ କହିଲେ ଭଲ। ସେଠାରେ ପଞ୍ଜୀକରଣ କ୍ରମାଗତ ହ୍ରାସ ପାଇଚାଲିଛି। ଅର୍ଥାତ୍‌ ବିକ୍ରି କମୁଛି। ଆଗାମୀ ଦିନରେ ଅଙ୍ଗାରକାମ୍ଳ ନିୟମ ଲାଗୁ ହେବା ପରେ ବଜାରକୁ ଆହୁରି କ୍ଷତିଗ୍ରସ୍ତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

NEET ପରୀକ୍ଷା ପୂର୍ବରୁ ଭାରତରେ ଟେଲିଗ୍ରାମ୍ ବ୍ୟାନ୍: ସରକାରଙ୍କୁ ଘେରିଲେ ଟେଲିଗ୍ରାମ ସିଇଓ

ନୂଆଦିଲ୍ଲୀ,୧୭।୬: ଭାରତରେ ଟେଲିଗ୍ରାମ (Telegram) କୁ ସାମୟିକ ଭାବେ ବ୍ୟାନ କରାଯାଇଛି। NEET-UG ୨୦୨୬ ପୁନଃ-ପରୀକ୍ଷା ପୂର୍ୱରୁ କପି ଏବଂ ଗୁଜବ ବା ଭୁଲ ସୂଚନା ରୋକିବା…

ଗର୍ଜିଲା ଶୁଭମନଙ୍କ ବ୍ୟାଟ୍‌; ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କଲେ ଏମିତି କାରନାମା, ସବୁ ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୧୭।୬: ଲକ୍ଷ୍ନୌରେ ଖେଳାଯାଉଥିବା ଭାରତ ବନାମ ଆଫଗାନିସ୍ତାନ ଦ୍ୱିତୀୟ ଦିନିକିଆ (ODI) ମ୍ୟାଚରେ ଶୁଭମନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ସେ ୭୭ ବଲରେ…

‘I Am The Boss’… G-7 ମିଟିଂରେ ବଡ଼ ଘୋଷଣା କଲେ ଟ୍ରମ୍ପ! ସମସ୍ତେ କାବା

ନୂଆଦିଲ୍ଲୀ,୧୭।୬: ବୁଧବାର G-7 ନେତାମାନଙ୍କ ବୈଠକର ଶେଷ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଏକ ବିବୃତ୍ତି ଭାଇରାଲ ହେଉଛି। କ୍ଲିପରେ, ସମସ୍ତେ ବସିଥିବାବେଳେ…

ଅଭିଯୋଗ ଦେବାକୁ ଯାଇଥିବା ନାବାଳିକାଙ୍କୁ ଥାନାରେ ଧମକ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ବାରିପଦା/ମୋରଡ଼ା,୧୭ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ବିବାଦୀୟ ମୋରଡ଼ା ଥାନା ଅଧିକାରୀ ସୁମିତ କୁମାର ସୋରେନ ଅଭିଯୋଗ ଦେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଥାନାରେ ଧମକ ଦେବା ଘଟଣାକୁ…

ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଧମକ: ‘ସର୍ତ୍ତ ନ ମାନିଲେ ସିଧା ମୁଣ୍ଡ ଉପରେ ପକାଇବୁ ବୋମା’

ନୂଆଦିଲ୍ଲୀ,୧୭।୬: ଇରାନ ସହିତ ଚାଲିଥିବା ଆଲୋଚନା ଏବଂ ଚୁକ୍ତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ବୟାନ ପୁଣି ଥରେ ଯୁଦ୍ଧ ଚିନ୍ତାକୁ ବଢ଼ାଇ ଦେଇଛି।…

କାଠରେ ରାମଦୋଳି ନିଜେ ପ୍ରସ୍ତୁତ କରନ୍ତି ଗାଁର ଯୁବତୀ-ଯୁବକ, ରଜ କୁଇନ୍‌ ପ୍ରତିଯୋଗିତାରେ ନେଲେ ଖୁବ୍‌ ମଜା

ଭଞ୍ଜନଗର,୧୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରଜ ମହୋତ୍ସବ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ଭଞ୍ଜନଗର ପାତ୍ର କଲୋନୀରେ ୩ ଦିନ ବ୍ୟାପି ଚାଲିଥିବା ରଜ କୁଇନ୍‌…

‘ତୁମେମାନେ ପରଜୀବୀ, ଜେଲରେ ବନ୍ଦ…’; କକ୍ରୋଚ ପରେ ପୁଣି ବିବାଦୀୟ ବୟାନ ଦେଲେ CJI!

ନୂଆଦିଲ୍‌ଲୀ,୧୭।୬: ଭାରତର ମୁଖ୍ୟ ବିଚାରପତି (CJI) ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଦ୍ୱାରା କିଛି ସମୟ ପୂର୍ୱରୁ ଦିଆଯାଇଥିବା ‘ଅସରପା’ (କକ୍ରୋଚ) ବୟାନକୁ ନେଇ ସାରା ଦେଶରେ ପ୍ରବଳ ହଙ୍ଗାମା…

ଗଛରେ ପିଟିହେଲା ବାଇକ୍‌: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ପରଜଙ୍ଗ,୧୭ା୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ୍‌ ଥାନା କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର କୁଟୁରିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଗଛରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri