ଶିଳ୍ପପତିଙ୍କ ଆତ୍ମବିଶ୍ୱାସ ଓ ଅଭିବୃଦ୍ଧି

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା

ସରକାର ‘ସନ୍ତୁଳିତ ବଜେଟ’ ନୀତିକୁ ଅନୁସରଣ କରୁଛନ୍ତି। ଏପରି ନୀତି ୧୯୩୦ ଦଶକରେ ଆମେରିକା ଦ୍ୱାରା ଗ୍ରହଣ କରାଯାଇଥିଲା। ବିଂଶ ଦଶକରେ ଆମେରିକା ଅର୍ଥନୀତି ପୂରା ଭଲ ରହିଥିଲା। ଶେୟାର ବଜାର ପୂରା ଦୌଡୁଥିଲା। କିନ୍ତୁ ଏହା ଥିଲା ଏକ ପାଣିଫୋଟକା ସଦୃଶ, ୧୯୨୯ରେ ତାହା ମିଳେଇଗଲା। ଅର୍ଥାତ୍‌ ଆମେରିକାର ଅର୍ଥନୀତି ଭୁଶୁଡ଼ିପଡିଲା ଯାହାକୁ କୁହାଗଲା ‘ଗ୍ରେଟ୍‌ ଡିପ୍ରେଶନ’। ଏହାପରେ ଆମେରିକା ସରକାର ‘ସନ୍ତୁଳିତ ବଜେଟ’ ନୀତି ଆପଣାଇଥିଲେ। ତଥାପି ଅର୍ଥନୀତି ତଳକୁ ଖସିି ଚାଲିଲା। ପ୍ରମୁଖ ଅର୍ଥନୀତିଜ୍ଞମାନେ ସେତେବେଳେ ମଧ୍ୟ ସନ୍ତୁଳିତ ଅର୍ଥନୀତି ଜାରି ରଖିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲେ। ସେମାନେ କହିଥିଲେ, ସରକାର ବ୍ୟୟ ହ୍ରାସ କରିବା ଦ୍ୱାରା ବଜାରରେ ସରକାରଙ୍କ ଡିମାଣ୍ଡ କମିଯିବ ଏବଂ ମୂଲ୍ୟ ହ୍ରାସ ହେବା ଦ୍ୱାରା ଶୀଘ୍ର ନୂଆ ଘରୋଇ ଡିମାଣ୍ଡ ସୃଷ୍ଟି ହେବ। ଏହାପରେ ସେମାନଙ୍କ ପରାମର୍ଶ ଗ୍ରହଣ କରି ସରକାର ସେହି ନୀତିରେ ଚାଲିଲେ। କିନ୍ତୁ ଅର୍ଥନୀତି ସୁଧୁରିବା ପରିବର୍ତ୍ତେ ଆହୁରି ମାନ୍ଦାବସ୍ଥା ସୃଷ୍ଟିହେଲା। ଏହି ପରିସ୍ଥିତିରେ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି ଓ ସେମାନେ ଖର୍ଚ୍ଚ କରିବାକୁ ଇଚ୍ଛା କରୁନାହାନ୍ତି ବୋଲି ଜନ୍‌ ମେନାର୍ଡ କେନ୍ସ କହିଥିଲେ। ସାଧାରଣ ପରିସ୍ଥିତିରେ ଜଣଙ୍କର ବ୍ୟୟ ହେଲେ ଅନ୍ୟ ଜଣଙ୍କର ଆୟ ହୋଇଥାଏ। ଜଣେ ଗୃହକର୍ତ୍ତା ଆଳୁ କିଣିଲେ ତାହା ଜଣେ କୃଷକଙ୍କ ଆୟ ହୋଇପାରିବ। ସେହିପରି ଜଣେ ଛାତ୍ର ବହି କିଣିିଲେ ତାହା ଜଣେ ପ୍ରକାଶକଙ୍କ ଆୟ ହୋଇଥାଏ। ଆୟ-ବ୍ୟୟର ଏହି ଚକ୍ର ପୂରା ବନ୍ଦ ହୋଇଯାଇଥିଲା, କାରଣ ଯାହାଙ୍କ ପାଖରେ ଟଙ୍କା ରହିଲା ସେମାନେ ଆଦୌ ବ୍ୟୟ କଲେ ନାହିଁ। ଯଥା ଯେଉଁ କୃଷକ ଆଳୁ ବିକି ଯାହା ଆୟ କଲେ ତାହା ସୁରକ୍ଷିତ ରଖିଦେଲେ। କାରଣ ସେ ଭାବିଲେ ଯେ, ଆଗାମୀ ଦିନରେ ଅର୍ଥନୀତି ଆହୁରି ମାନ୍ଦା ହୋଇପାରେ। ନୂଆ ବହି ପ୍ରକାଶ କଲେ କାଳେ ବିକ୍ରି ହେବନି ଏହି ଭୟରେ ପ୍ରକାଶକମାନେ ବହି ପ୍ରକାଶ କଲେ ନାହିଁ। କେନ୍ସ ଏହି ପରିସ୍ଥିତିରେ ବିତ୍ତୀୟ ନିଅଣ୍ଟ ବୃଦ୍ଧି କରିବା ଲାଗି ଋଣ କରି ବ୍ୟୟ ବୃଦ୍ଧି କରିବାକୁ ସରକାରଙ୍କୁ ପରାମର୍ଶ ଦେଲେ। ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ଟ୍ରୁମ୍ୟାନ କେନ୍ସଙ୍କ ପରାମର୍ଶ ଗ୍ରହଣ କରିଥିଲେ। ଏହାପରେ ସେ ଆନ୍ତଃରାଜ୍ୟ ରାଜପଥରେ ବିପୁଳ ପୁଞ୍ଜି ବିନିଯୋଗ କରିବାକୁ ପଦକ୍ଷେପ ନେଇଥିଲେ। ଦେଶର ଅବସ୍ଥା ପୂରା ବଦଳିଗଲା। ଆମେରିକା ଅର୍ଥନୀତିର ମାନ୍ଦାବସ୍ଥା ପୂରା ସୁଧୁରିଗଲା।
ଏବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏହି ନୀତି ଉପରେ ପୂରା ବିଶ୍ୱାସ ଆସିଯାଇଛି। ଟ୍ରମ୍ପଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସଂରକ୍ଷଣବାଦ ଏବଂ କରହ୍ରାସ ବ୍ୟବସ୍ଥା ଏକ ଭଲ ଅବସ୍ଥା ଆଣିପାରିବ ବୋଲି ଆମେରିକୀୟମାନେ ଉତ୍ସାହିତ ରହିଛନ୍ତି। ଏହି ବ୍ୟବସ୍ଥାରେ ଅଭିବୃଦ୍ଧି ହେବା ସହ ବେକାରି ମଧ୍ୟ ହ୍ରାସ ପାଇଛି। ବାସ୍ତବରେ ଅଭିବୃଦ୍ଧି ହେଉଥିବାରୁ ଟ୍ରମ୍ପ ବ୍ୟୟ ବୃଦ୍ଧି କରୁନାହାନ୍ତି। କାରଣ ଏହି ବ୍ୟବସ୍ଥା ଉପରେ ତାଙ୍କର ଆମତ୍ବିଶ୍ୱାସ ବଢିଯାଇଛି। ୧୯୨୦ ଦଶକରେ ପ୍ରଥମେ ଆମେରିକା ଅର୍ଥନୀତି ଭୁଶୁଡ଼ି ପଡ଼ିଥିଲା ଓ ଆମେ ଏବେ ସେହି ଦିଗରେ ଗତି କରୁଛେ ବୋଲି ମଁୁ ଭାବୁଛି। ଆମ ଷ୍ଟକ୍‌ ମାର୍କେଟ ଶୀଘ୍ର ବଢୁଥିବାବେଳେ ଜିଡିପି ବୃଦ୍ଧି ହାର ଅଟକି ରହିଛି। ବେକାରି ବି ବଢିଯାଇଛି। କହିବାକୁ ଗଲେ ଆମେ ଏବେ ଆମେରିକାର ସେହି ଅର୍ଥନୀତିର ପାଣିଫୋଟକା ଅବସ୍ଥାରେ ରହିଛେ। ସ୍ପଷ୍ଟ ଜଣାପଡୁଛିି, ଷ୍ଟକ୍‌ ମାର୍କେଟ ଫୋଟକାଟି ପ୍ରଥମେ ମିଳେଇଯିବ। ଦ୍ୱିତୀୟରେ ଆମେରିକା ଅର୍ଥନୀତିକୁ ସୁଧାରିବା ଲାଗି ଋଣ କରି ବ୍ୟୟ ବୃଦ୍ଧ ିକରିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠିକ୍‌ ଏହାର ବିପରୀତ କରୁଛନ୍ତି। ସରକାରଙ୍କ ପୁଞ୍ଜି ନିବେଶ କ୍ରମାଗତ ଭାବେ ହ୍ରାସ ପାଉଛି। ସେ ବୁଲେଟ୍‌ ଟ୍ରେନ୍‌ ଓ ରାଜପଥରେ ଯେଉଁ ପୁଞ୍ଜି ବିନିଯୋଗ କରୁଛନ୍ତି ତାହା ଏକ ସକାରାତ୍ମକ ମାହୋଲ ସୃଷ୍ଟି କରିପାରୁନାହିଁ। ଅଭିବୃଦ୍ଧି ସୁଧାରିବା ଲାଗି ବିଶିଷ୍ଟ ଶିଳ୍ପପତିମାନେ ନିରୁତ୍ସାହିତ ହେବା ଲକ୍ଷ୍ୟ କରାଯାଉଛି। ତୃତୀୟରେ ଆମେରିକା ଇତିହାସରେ ଟ୍ରମ୍ପଙ୍କ ନେତୃତ୍ୱରେ ଅର୍ଥନୀତିରେ ଅଭିବୃଦ୍ଧି ହେବା ଘଟଣାକୁ ଲକ୍ଷ୍ୟ କରିବା। ଏପରି ବ୍ୟୟରେ ସେତେ ଅଧିକ ବୃଦ୍ଧି ନ କରି ଆମଦାନୀ ଶୁଳ୍କ ହ୍ରାସ କରି ତାଙ୍କ ଦେଶକୁ ଉପତ୍ାଦନକାରୀ ସଂସ୍ଥାକୁ ପୁଣି ଫେରିବା ଲାଗି ଉତ୍ସାହିତ କରାଯାଇଛି। ଆମେରିକାର ଅର୍ଥନୀତିକୁ ସୁଧାରିବା ନିମନ୍ତେ ରାଷ୍ଟ୍ରପତି ଟ୍ରୁମ୍ୟାନ ବ୍ୟୟ ବୃଦ୍ଧି କରିଥିଲେ। ଅନ୍ୟପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ ବୃଦ୍ଧି ନ କରି ସୁଧାରିବାରେ ଲାଗିଛନ୍ତି। ଯଦିଓ ସରକାରୀ ବ୍ୟୟକୁ ନେଇ ଏହି ଦୁଇ ରାଷ୍ଟ୍ରପତି ବିପରୀତ ନୀତି ଗ୍ରହଣ କରିଥିଲେ ତଥାପି ଶିଳ୍ପପତିଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ଆମେରିକା ସଫଳ ହୋଇ ଅଭିବୃଦ୍ଧି କରିପାରିଛି। ଏହା ଭାରତ ପାଇଁ ଏକ ବାସ୍ତବ ଶିକ୍ଷା ବୋଲି ମୁଁ ଭାବୁଛି। ଆମ ଦେଶରେ ବାସ୍ତବରେ ଏବେ ଯେଉଁ ଅର୍ଥନୀତିର ମାନ୍ଦାବସ୍ଥା ଆସିଛି ତାହା ମୁଖ୍ୟତଃ ଶିଳ୍ପପତିମାନଙ୍କ ଆତ୍ମବିଶ୍ୱାସ ଅଭାବରୁ ହୋଇଛି ବୋଲି କୁହାଯାଇପାରେ। ଲୋକମାନଙ୍କର ଖର୍ଚ୍ଚ କରିବା ଓ ସରକାରୀ ବ୍ୟୟରେ ହ୍ରାସ ଯୋଗୁ ବି ଏହି ପରିସ୍ଥିତି ଉପୁଜିଛି। ଦେଶର ଶିଳ୍ପପତିମାନଙ୍କ ମନରେ ଅର୍ଥନୀତିକୁ ନେଇ ଏକ ଛାନିଆ ପଶିଯାଇଛିି। ‘ଟ୍ୟାକ୍ସ ଟେରୋରିଜ୍‌ମ’ ଯୋଗୁ ଆମ ମୂଳଧନ ଚାଲିଯାଉଛି ବୋଲି ଅନେକ ଶିଳ୍ପପତି ମତ ଦେଉଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଆୟକର ହ୍ରାସ କରିବା ସହ ବ୍ୟୟ ବୃଦ୍ଧି କରି ଶିଳ୍ପପତି ଓ ଖାଉଟିମାନଙ୍କର ଆତ୍ମବିଶ୍ୱାସ ବଢାଇପାରିଛନ୍ତି। ନରେନ୍ଦ୍ର ମୋଦି ମଧ୍ୟ ଆୟକର ହ୍ରାସ କରିଛନ୍ତି, ବ୍ୟୟ ବି ବୃଦ୍ଧି କରିଛନ୍ତି, କିନ୍ତୁ ଶିଳ୍ପପତି କି ଖାଉଟି କାହା ମଧ୍ୟରେ ଆତ୍ମବିଶ୍ୱାସ ଆଣିପାରିନାହାନ୍ତି। ଏଣୁ ଯେଉଁମାନେ ଭାରତରେ ବ୍ୟବସାୟ କରୁଛନ୍ତି ସେହି ଶିଳ୍ପପତିମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ଏବେ ମୋଦିଙ୍କ ସାମ୍‌ନାରେ ଏକ ଚ୍ୟାଲେଞ୍ଜ। ଏହା କରିପାରିଲେ ତାହା ଦେଶ ପାଇଁ ମଙ୍ଗଳକର ହୋଇପାରିବ ଓ ତାହାଦ୍ୱାରା ଆମେ ଅଭିବୃଦ୍ଧି ପଥରେ ଆଗେଇପାରିବା।
Email: bharatjj@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?