ଶିଳ୍ପ ସଂସ୍ଥା ଉପରେ ୩୨୨୫ କୋଟି ଜଳକର ବାକି: ଅଦାଲତରେ ଗଡୁଛି ମାମଲା

ଭୁବନେଶ୍ୱର,୨।୧୨(ବ୍ୟୁରୋ): ରାଜ୍ୟରେ ଗଢି ଉଠିଥିବା ଶିଳ୍ପ ସଂସ୍ଥାଗୁଡିକ ଦୈନିକ କେତେ ଜଳ ବ୍ୟବହାର କରିବେ, ସେଥିପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି। ଶିଳ୍ପ ସଂସ୍ଥାର ଆବଶ୍ୟକତା ଦେଖି ଜଳ ବ୍ୟବହାର କରିବାକୁ ଜଳସମ୍ପଦ ବିଭାଗ ଏବଂ ସମୃକ୍ତ ଶିଳ୍ପସଂସ୍ଥା ମଧ୍ୟରେ ଚୁକ୍ତି ହୋଇଥାଏ। ଆଉ ଜଳ ପରିମାଣ ଅନୁମତି ଅନୁଯାୟୀ ଜଳକର ଦେବାକୁ ପଡ଼ିଥାଏ। ଯଦି କୌଣସି କାରଣରୁ ଶିଳ୍ପ ସଂସ୍ଥା ଅଧିକ ଜଳ ବ୍ୟବହାର କରିଥାଆନ୍ତି, ତେବେ ତାଙ୍କୁ ଧାର୍ଯ୍ୟ ଦରର ୬ଗୁଣ ଦେୟ ପୈଠ ମଧ୍ୟ କରିବାକୁ ପଡ଼ିଥାଏ। ସେମାନେ କେତେ ପରିମାଣର ଜଳ ବ୍ୟବହାର କରନ୍ତି, ସେଥିପାଇଁ ‘ଫ୍ଲୋ ମିଟର’ ବ୍ୟବସ୍ଥା ରହିଛି। ଏତେସବୁ ନିୟମ ରହିଥିଲେ ମଧ୍ୟ ବିଭିନ୍ନ ଶିଳ୍ପ ସଂସ୍ଥା ଉପରେ ଜଳକର ବାବଦକୁ ପ୍ରାୟ ୩୨୨୫ କୋଟି ୪୭ ଲକ୍ଷ ଟଙ୍କା ବକେୟା ପଡ଼ି ରହିଛି।
ବକେୟା ଅର୍ଥ ଆଦାୟ ପାଇଁ ସରକାର ଚେଷ୍ଟା ଚଳାଇ ଥିବାବେଳେ କିଛି ଶିଳ୍ପସଂସ୍ଥା ଏହି ପ୍ରସଙ୍ଗରେ ଅଦାଲତରେ ଆଶ୍ରୟ ନେଇ ମାମଲାକୁ ଗଡ଼ାଇ ଚାଲିଛନ୍ତି। ତେଣୁ ମହରଗରୁ ଯାଇ କାନ୍ତାରରେ ପଡ଼ିବା ନ୍ୟାୟରେ ରାଜ୍ୟ ସରକାର କର ଅସୁଲ କରିବା ପରିବର୍ତ୍ତେ ଅଦାଲତ ମାମଲାରେ ଛନ୍ଦି ହେଉଛନ୍ତି। ଏ ବାବଦରେ ମଧ୍ୟ ସରକାରଙ୍କ ତହବିଲରୁ ଅର୍ଥଶ୍ରାଦ୍ଧ ହୋଇ ଚାଲିଛି। ସର୍ବମୋଟ ୩୨୨୫ କୋଟି ୪୭ ଲକ୍ଷ ଟଙ୍କା ମଧ୍ୟରୁ ପ୍ରାୟ ୨୪୬୧ କୋଟି ୫୭ ଲକ୍ଷ ଟଙ୍କା ସମ୍ପର୍କିତ ମାମଲା ଅଦାଲତରେ ପଡ଼ି ରହିଛି। ଏଭଳି ସ୍ଥିତିରେ ସରକାର ସମ୍ପୂର୍ଣ୍ଣ ଜଳକର ଆଦାୟ କଥା ଚିନ୍ତା କରୁନାହାନ୍ତି। କୌଣସିମତେ ମାମଲା ରୁଜୁ କରିଥିବା ସଂସ୍ଥାଗୁଡ଼ିକଠାରୁ ବକେୟା ଜଳକର ପରିମାଣର ଅର୍ଦ୍ଧେକ ଅର୍ଥାତ୍‌ ୫୦ ପ୍ରତିଶତ ଅସୁଲ ପାଇଁ ରାଜ୍ୟ ସରକାର ମିସ୍‌ କେସ୍‌ ଫାଇଲ କରିଛନ୍ତି। ଓଡ଼ିଶାରେ କାର୍ଯ୍ୟରତ କେନ୍ଦ୍ର/ରାଜ୍ୟ ସରକାରଙ୍କ ଅଧୀନ ସରକାରୀ ଉଦ୍ୟୋଗ (ପିଏସ୍‌ୟୁ)ଗୁଡ଼ିକ ଉପରେ ୨୦୩ କୋଟି ୯୪ ଲକ୍ଷ ଟଙ୍କାର ବକେୟା ରହିଛି। ନିକଟରେ ଜଳସମ୍ପଦ ବିଭାଗ ପକ୍ଷରୁ ସାର୍ବଜନୀନ କରାଯାଇଥିବା ତଥ୍ୟ ଅନୁଯାୟୀ, ଏମ୍‌ସିଏଲ୍‌ର ୭ ୟୁନିଟ୍‌ ଓ ନାଲ୍‌କୋର ୨ ୟୁନିଟ୍‌ ବାବଦ ବକେୟା ଜଳକର ମାମଲା ସମାଧାନ ହୋଇଛି। ଏହି ୨ ସଂସ୍ଥାର ଜଳକର ବକେୟା ଯେଉଁ ସର୍ତ୍ତାବଳୀ ଆଧାରରେ ସମାଧାନ ହୋଇଛି, ସେହି ଆଧାରରେ ଅନ୍ୟ ସଂସ୍ଥାର ସମାଧାନ ପାଇଁ ଚେଷ୍ଟା କରାଯାଉଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ-୧୯୬୨ ଅନୁଯାୟୀ ବକେୟା ଆଦାୟ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟର ୧୦ଟି ପ୍ରମୁଖ ନଦୀରୁ ବିଭିନ୍ନ ଶିଳ୍ପସଂସ୍ଥା ଜଳ ନେଉଛନ୍ତି। କେବଳ ଭୂପୃଷ୍ଠ ଜଳ(ସରଫେସ୍‌) ବାବଦକୁ ୨୪୫ ଶିଳ୍ପସଂସ୍ଥାକୁ ୧୯୯୭.୪୪୮ କ୍ୟୁସେକ ଜଳ ପ୍ରଦାନ କରାଯାଉଛି, ତନ୍ମଧ୍ୟରୁ ୧୦୮୬.୦୯୭ କ୍ୟୁସେକ୍‌ ଜଳ ଏଯାବତ୍‌ ଉତ୍ତୋଳନ କରାଯାଇଛି। ଅନୁରୂପଭାବେ ବେସିନ୍‌ୱାରୀ ଛୋଟବଡ଼ ହୋଇ ୭୯୪ ଶିଳ୍ପ ସଂସ୍ଥାକୁ ୩୮.୦୨୬ କ୍ୟୁସେକ୍‌ ଜଳ ଆବଣ୍ଟନ କରାଯାଇଛି, ଏବେ ସୁଦ୍ଧା ତନ୍ମଧ୍ୟରୁ ୩୫.୨୭୨ କ୍ୟୁସେକ୍‌ ଜଳ ଉତ୍ତୋଳନ କରାଯାଇଛି। ଜଳ ପ୍ରଦାନ କରୁଥିବା ନଦୀଗୁଡିକ ହେଉଛି- ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ବଂଶଧାରା, ବୁଢ଼ାବଳଙ୍ଗ, ଇନ୍ଦ୍ରାବତୀ, କୋଲାବ, ନାଗାବଳୀ, ରୁଷିକୁଲ୍ୟା ଏବଂ ସୁବର୍ଣ୍ଣରେଖା। ବଂଶଧାରା ନଦୀ ବେସିନ୍‌ରୁ ୯୧ଟି ଶିଳ୍ପ ସଂସ୍ଥା ଭୂପୃଷ୍ଠଜଳ ନେଉଛନ୍ତି। ସେହିପରି ମହାନଦୀ ଭୂତଳ ଜଳ ବେସିନ୍‌ରୁ ଛୋଟବଡ଼ ୪୩୬ ଶିଳ୍ପସଂସ୍ଥା ଜଳ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀର ପ୍ରଭାବ; ତତ୍ପରତା ଦେଖାଇଲେ ବିଦ୍ୟୁତ କର୍ମଚାରୀ, ସଫେଇ ହେଲା ଟ୍ରାନ୍ସଫର୍ମର ନିକଟ ଗଛ

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲି ଗଛରେ ଆଚ୍ଛାଦିତ ହୋଇ ରହିଥିଲା ।…

ଏନ୍‌ପିଏସ୍‌ ଶିକ୍ଷକ ସଂଘ ଶିକ୍ଷକଙ୍କ ଦୁଃଖ, ୨୨ ବର୍ଷ ଶିକ୍ଷାଦାନ ପରେ ମିଳୁଛି ୩ ହଜାର ପେନସନ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଦୀର୍ଘ ୨୨ ବର୍ଷ ଧରି ଶିକ୍ଷାଦାନ କରିବା ପରେ ଅବସର ନେଉଥିବା ଏନ୍‌ପିଏସ୍‌ ଶିକ୍ଷକଙ୍କୁ ମିଳୁଛି ମାତ୍ର ୩ ହଜାରରୁ ଅଧିକ ଟଙ୍କାର ପେନସନ।…

ସଂସଦରେ ହଟ୍ଟଗୋଳ; ପ୍ରଧାନମନ୍ତ୍ରୀଙ୍କ ଉପରକୁ ବିରୋଧୀ ଏମପିଙ୍କ ଅଣ୍ଡାମାଡ଼, ତାପରେ….

ପ୍ରିଷ୍ଟିନା,୯ା୮: କୋସୋଭୋର ସଂସଦରେ ଶନିବାର ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସଂସଦୀୟ କାର୍ଯ୍ୟବାହୀ ଚାଲିଥିବା ସମୟରେ ଜଣେ ବିରୋଧୀ ଏମପି କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀ ଆଲବିନ କୁର୍ତିଙ୍କ ଉପରକୁ…

ଘରେ ପଶି ଗୀତାଞ୍ଜଳିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ବିବାହ ନ କରି ରହୁଥିଲେ ଏକାକୀ, ଗାଁରେ ପଡ଼ିଛି ଚହଳ…

ବଲାଙ୍ଗୀର,୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଖମାର ମୁଣ୍ଡା ଗ୍ରାମଠାରେ ଜଣେ ଅବିବାହିତା ମହିଳା ଏକୁଟିଆ ଘରେ ଥିବା ବେଳେ ଦୁର୍ବୃତ୍ତ ଘରକୁ…

ଖେଳୁଖେଳୁ ଦୁଇ ଶିଶୁଙ୍କ ଆଖି ସାମ୍ନାରେ ହଠାତ୍‌ ଦବିଗଲା ମାଟି, ୧୦ ଫୁଟ ଗର୍ତ୍ତ ଦେଖି ଆତଙ୍କିତ ଗ୍ରାମବାସୀ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କନ୍ଧମାଳ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମରେ ଭୂସ୍ଖଳନ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ…

ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପ୍ରକ୍ରିୟାରେ ବିଳମ୍ବ, ତେଜୁଛି ଅସନ୍ତୋଷ

ଗଞ୍ଜାମ,୯ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ହୁମ୍ମାଠାରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଗତ ୧ ବର୍ଷ ତଳେ ଦାବି ଜୋର…

ଶିକ୍ଷା ବିଭାଗରେ ଚହଳ! ଘରେ ପଶି ଶିକ୍ଷୟିତ୍ରୀଙ୍କୁ ବଳାତ୍କାର, ବିରୋଧ କରିବାରୁ….

ଲକ୍ଷ୍ନୌ,୯ା୮: ଉତ୍ତରପ୍ରଦେଶର ହରଦୋଇ ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି…

ମମତା ବାନାର୍ଜୀଙ୍କ କାର ଉପରକୁ ପଥରମାଡ଼: ଚୋର-ଚୋର ନାରା ଦେଲେ….

କୋଲକାତା,୯ା୮: ପଶ୍ଚିମବଙ୍ଗର ହାଲିସହରରେ ତୃଣମୂଳ କଂଗ୍ରେସର ଜଣେ ମୃତ କର୍ମୀଙ୍କ ପରିବାରକୁ ଭେଟିବାକୁ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୋରଦାର ବିରୋଧର ସାମ୍ନା କରିବାକୁ ପଡ଼ିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri