ଶିକ୍ଷୟିତ୍ରୀଙ୍କ ସାବୁନରେ ବାସନ ମାଜିବାରୁ ଛାତ୍ରଙ୍କୁ ମାଡ଼

ପାପଡାହାଣ୍ଡି,୨୮।୧୦(ଡି.ଏନ.ଏ)- ଶିକ୍ଷୟିତ୍ରୀଙ୍କ ବାସନମଜା ସାବୁନରେ କେତେ ଜଣ ଛାତ୍ର ନିଜ ବାସନ ମାଜି ଦେଇଥିଲେ। ଏହାକୁ ନେଇ ଶିକ୍ଷୟିତ୍ରୀ ରାଗିଯାଇ ଛାତ୍ରମାନଙ୍କୁ ମାଡ ମାରିଥିଲେ। ଶିକ୍ଷୟିତ୍ରୀଙ୍କ ମାଡରେ ୧୪ ଜଣ ଛାତ୍ରଙ୍କ ଶରୀରେ ନୋଳା ପଡିଯାଇଛି। ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଉନ୍ନତି ଉଚ୍ଚ ବିଦ୍ୟାଳୟରେ ଏହପରି ଘଟଣା ସୋମବାର ଘଟିଛି। ସ୍କୁଲରେ ମଧ୍ୟାହ୍ନ ଭୋଜନ ପରେ କେତେକ ଛାତ୍ର ଜନୈକ ଶିକ୍ଷୟିତ୍ରୀଙ୍କ ବାସନମଜା ସାବୁନ ଆଣି ନିଜ ବାସନ ମାଜିଥିଲେ। ଏଥିସହ ଶିକ୍ଷୟିତ୍ରୀଙ୍କ ପାଣି ବୋତଲ ଛୁଇଁ ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଶିକ୍ଷୟିତ୍ରୀ ଜଣକ ବାଡ଼ିରେ ୧୪ ଛାତ୍ରଙ୍କୁ ବାଡେଇଥିଲେ । ଶିକ୍ଷୟିତ୍ରୀଙ୍କ ମାଡରେ ଷଷ୍ଠ ଶ୍ରେଣୀର ୬ ଛାତ୍ର, ସପ୍ତମ ଶ୍ରେଣୀର ୨ ଛାତ୍ର, ଅଷ୍ଟମ ଶ୍ରେଣୀର ୬ ଛାତ୍ରଙ୍କ ଶରୀରରେ ନୋଳା ପଡିଯାଇଥିଲା। ଛାତ୍ରମାନେ ମାଡ ଖାଇବା ପରେ ବିଦ୍ୟାଳୟ କମିଟି ସଭାପତି ଯୁଧିଷ୍ଠିର ଗୌଡ଼ଙ୍କୁ ଏହା ଜଣାଇବା ସହ ବିଦ୍ୟାଳୟ ଛାଡି ଚାଲି ଯିବେ ବୋଲି କହିଥିଲେ। ପରେ କମିଟି ସଭ୍ୟ ଓ ଗ୍ରାମବାସୀ ପହଞ୍ଚି ଛାତ୍ରମାନଙ୍କୁ ବୁଝାଶୁଝା କରିଥିଲେ । ପ୍ରଧାନଶିକ୍ଷକ କୌଣସି କାମରେ ପାପଡାହାଣ୍ଡି ଆସିଥିବାରୁ ଫୋନରେ ତାଙ୍କୁ କମିଟି ପକ୍ଷରୁ ଅବଗତ କରାଯାଇଥିଲା । ଏ ସମ୍ପର୍କରେ ଏବିଇଓ ଦଶରଥ ଗଣ୍ଡଙ୍କୁ କମିଟି ଜଣାଇଥିଲା। ଏବିଇଓ ସିଆରସିସିଙ୍କୁ ପଠାଇ ତଦନ୍ତ କରିବେ ବୋଲି କହିଥିଲେ। ଘଟଣା ପରେ ବିଦ୍ୟାଳୟ ପରିଚାଳନା କମିଟି, ପ୍ରଧାନଶିକ୍ଷକ, ଗ୍ରାମବାସୀ ଓ ଛାତ୍ରମାନଙ୍କ ଉପସ୍ଥିତିରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଘଟଣା ସମ୍ପର୍କରେ ପଚରାଯାଇଥିଲା। ସମ୍ପୃକ୍ତ ଶିକ୍ଷୟିତ୍ରୀ ଛାତ୍ରମାନଙ୍କୁ ବାଡିରେ ମାଡ ମାରିଥିବା ସ୍ବୀକାର କରିବା ସହ ଭୁଲ ହୋଇଯାଇଥିବା କହିଥିଲେ ବୋଲି ବିଦ୍ୟାଳୟ କମିଟି ସଭାପତି ଯୁଧିଷ୍ଠିର ଗୌଡ କହିଛନ୍ତି। ବିଦ୍ୟାଳୟ ପରିସର ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ଶିକ୍ଷୟିତ୍ରୀଙ୍କ ଏପରି କାର୍ଯ୍ୟକୁ ଗ୍ରାମବାସୀ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏ ସମ୍ପର୍କରେ ଏବିଇଓ ଗଣ୍ଡଙ୍କୁ ପଚାରିବାରୁ ସେ କହିଥିଲେ ଯେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଗାଡ଼ି ଆସିଲେ ମଧ୍ୟ ସେ ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri