ଶାହରୁଖଙ୍କ ଶାଶୁଙ୍କ ଫାର୍ମ ହାଉସ୍‌ ଉପରେ ଲାଗିଲା ୩କୋଟି ଟଙ୍କାର ଜରିମାନା

ମୁମ୍ବାଇ,୨୮।୨: ବଲିଉଡ୍‌ ବାଦଶାହ ଶାହରୁଖ ଖାଁଙ୍କ ଶାଶୁ ସବିତା ଛିବାଙ୍କ ଫାର୍ମ ହାଉସ୍‌ ଉପରେ ୩କୋଟି ଟଙ୍କାର ଜରିମାନା ଲାଗିଥିବା ଜଣାପଡ଼ିଛି। ଡେଜା ବୁ ଫାମର୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ହେଉଛନ୍ତି ଶାହରୁଖଙ୍କ ଶାଶୁ ସବିତା ଓ ଶାଳୀ ନମିତା ଛିବା। ମୁମ୍ବାଇ ଅଲିବାଗର ଥାଲରେ ଏକ ବିଳାସପୁର୍ଣ୍ଣ ବଙ୍ଗଳା ସହ ଫାର୍ମ ହାଉସ୍‌ ରହିଛି। ସୂଚନା ମୁତାବକ ୨୦୧୮ରେ ୧.୩ ହେକ୍ଟରରେ ତିଆରି ହୋଇଥିବା ଏହି ଫାର୍ମ ହାଉସ୍‌ରେ ଏକ ସୁଇମିଂ ପୁଲ୍‌ ଓ ହ୍ୟାଲିପ୍ୟାଡ ରହିଛି। ଏଠାରେ ବଲିଉଡ୍‌ର କେତେକ ହାଇ ପ୍ରୋଫାଇଲ୍‌ ପାର୍ଟି ଆୟୋଜିତ ହୋଇଥାଏ। ଏଥିରେ ଶାହରୁଖଙ୍କ ୫୨ତମ ବାର୍ଥ ଡେ’ ପାର୍ଟି ମଧ୍ୟ ସାମିଲ ଅଛି। ୨୦୧୮ ଜାନୁଆରୀ ୨୯ରେ ଡେଜା ବୁ କମ୍ପାନୀ ଆରମ୍ଭ ହୋଇଥିଲା। ସେତେବେଳେ ଜିଲାପାଳ ବିଜୟ ସୂର୍ଯ୍ୟବଂଶୀ ଉକ୍ତ କମ୍ପାନୀକୁ ଏକ ନୋଟିସ୍‌ ପଠାଇଥିଲେ। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ଜମି କିଣିବା ପରେ ସେଠାରେ ୨୦୦୫ ମେ’ ୧୩ରେ ତତ୍କାଳୀନ ଅତିରିକ୍ତ ଜିଲାପାଳ ଚାଷ ପାଇଁ ଅନୁମତି ଦେଇଥିଲେ। ହେଲେ ଚାଷ ପରିବର୍ତ୍ତେ ଉକ୍ତ ଜମିରେ ସମୟକ୍ରମେ ଫାର୍ମ ହାଉସ୍‌ ଓ ବିଳାସମୟ କୋଠା ଗଢ଼ି ଉଠିଥିଲା। ଯାହା ବମ୍ବେ ଟେନେନ୍ସୀ ଆକ୍ଟ ସେକ୍ସନ୍‌ ୬୩କୁ ଉଲ୍ଲଂଘନ କରୁଛି। ତେବେ ୨୦୨୦ ଜାନୁଆରୀ ୨୦ରେ ଏହି ମାମଲାରେ ପୁଣି ଥରେ ଜିଲାପାଳ ନୋଟିସ୍‌ ଜାରି କରି ଏହି ଜରିମାନା ଲଗାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri