Posted inଜାତୀୟ

ଶାହଜାହାନପୁର ମାମଲା: ରାଜସ୍ଥାନରୁ ମିଳିଲେ ନିଖୋଜ ଛାତ୍ରୀ

ନୂଆଦିଲ୍ଲୀ,୩୦।୮: ଭାଜପା ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଉତ୍ତରପ୍ରଦେଶ ଶାହଜାହାନପୁରର ଏସ୍‌.ଏସ୍‌. ଲ କଲେଜର ନିଖୋଜ ଛାତ୍ରୀଙ୍କ ମିଳିଲା ପତ୍ତା। ଦୀର୍ଘ ୭ ଦିନ ପରେ ରାଜସ୍ଥାନର ଜୟପୁରରୁ ନିଖୋଜ ଛାତ୍ରୀଙ୍କୁ ଉତ୍ତରପ୍ରଦେଶ ପୋଲିସ ଉଦ୍ଧାର କରିଛି ବୋଲି ଡିଜିପି ସୂଚନା ଦେଇଛନ୍ତି। ଉକ୍ତ ଛାତ୍ରୀ ଜଣଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଉଦ୍ଧାର କରାଯାଇଥିବା ବେଳେ ତାଙ୍କୁ କେହି ଅପହରଣ କରି ନ ଥିବା ପୋଲିସ କହିଛି। ଉତ୍ତରପ୍ରଦେଶ ପୋଲିସର ଏକ ସ୍ପେଶିଆଲ ଟିମ୍‌ ସେଠାକୁ ଯାଇ ଛାତ୍ରୀଙ୍କୁ ଉଦ୍ଧାର କରିବା ପରେ ରାଜସ୍ଥାନରୁ ସିଧା ଶାହଜାହାନପୁରରେ ଥିବା ତାଙ୍କ ପରିବାରଲୋକଙ୍କ ସହ ଭେଟ କରାଇବାକୁ ନେବ। ସୂଚନାଯୋଗ୍ୟ, ଉକ୍ତ ଛାତ୍ରୀ ଜଣଙ୍କ ଅଭିଯୋଗ ଆଣିଥିଲେ କି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଚିନ୍ମୟାନନ୍ଦ ତାଙ୍କୁ ଓ ଅନ୍ୟ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିଲେ। ସେ ଫେସବୁକ୍‌ ଲାଇଭ୍‌ରେ ଏହି ଅଭିଯୋଗ ଆଣିବା ପରେ ନିଖୋଜ ହୋଇଯାଇଥିଲେ। ଏହାପରେ ୨୭ ଅଗଷ୍ଟରେ ତାଙ୍କ ପରିବାର କଲେଜର ନିର୍ଦ୍ଦେଶକ ଓ ଚିନ୍ମୟାନନ୍ଦ ଛାତ୍ରୀଙ୍କୁ ଅପହରଣ କରିଥିବା ଅଭିଯୋଗରେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ କରିଥିଲେ। ତେବେ ଏହି ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟଙ୍କ ବଡ଼ ରାୟ; ପତ୍ନୀ ସ୍ଵାମୀଙ୍କ ସମ୍ପତ୍ତି ନୁହନ୍ତି, ମନୋମାଳିନ୍ୟ…

କଟକ,୨୫।୬(ପ୍ରଭୁକଲ୍ୟାଣ ପାଲ): ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି ଯେ ‘ ପତ୍ନୀ ସ୍ଵାମୀଙ୍କ ସମ୍ପତ୍ତି ନୁହନ୍ତି’। ବୈବାହିକ ମନୋମାଳିନ୍ୟ ଯୋଗୁ ଘର…

NCERT ଆଣିଲା ବଡ଼ ପରିବର୍ତ୍ତନ, ୯ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପଢ଼ାଯିବ ଜରୁରୀକାଳୀନ ପରିସ୍ଥିତି ବିଷୟରେ

ନୂଆଦିଲ୍ଲୀ,୨୫।୬: ଭାରତୀୟ ଗଣତନ୍ତ୍ରର ଏକ ଅନ୍ଧକାର ଅଧ୍ୟାୟ – ଏବେ ସ୍କୁଲଗୁଡ଼ିକରେ ୯ମ ଶ୍ରେଣୀରୁ ପଢ଼ାଯିବ। ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ୯ମ…

ଭାଜପାର ମିଶନ ୨୦୨୭ ପାଇଁ ଟିମ୍‌ ପ୍ରସ୍ତୁତ

ଲକ୍ଷ୍ନୌ,୨୫।୬: ଭାରତୀୟ ଜନତା ପାର୍ଟି (ଭାଜପା)ର ଉତ୍ତର ପ୍ରଦେଶ ୟୁନିଟ ପାଇଁ ନୂତନ ଦଳ ଘୋଷଣା କରାଯାଇଛି। ୟୁପି ଭାଜପା ସଭାପତି ପଙ୍କଜ ଚୌଧୁରୀ ତାଙ୍କ ଦଳରେ…

ସ୍କୁଟି – ବାଇକ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଯୁବକଙ୍କ ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ଢଉଗାଁ ୩୨୬ ନଂ ଜାତୀୟ ରାଜପଥ ଆଙ୍କୋରଡ଼ା ଗ୍ରାମ ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ସ୍କୁଟି…

ଉଠା ଜଳସେଚନ ପ୍ରକଳ୍ପ ଅଚଳ, ବିଦ୍ୟୁତ ସଂଯୋଗ ଦାବି ନେଇ ଚାଷୀ…

ବୁଗୁଡ଼ା,୨୫ା୬(କାଳିଚରଣ ଦାଶ): ସରକାର କୃଷି ଓ କୃଷକର କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରି ଚାଷୀମାନଙ୍କୁ ବର୍ଷସାରା ଜଳସେଚନ ସୁବିଧା ଯୋଗାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ…

ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଦଳି ମାରିଦେଲା ହାତୀ, ବନ ବିଭାଗ ପହଞ୍ଚି….

ସମ୍ବଲପୁର,୨୫ା୬(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଭୀମଖୋଜ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଭୀମଖୋଜ ଗ୍ରାମ…

ବଡ଼ ଖବର: ହର୍ମୁଜ ପାର କଲା ୩୦ ଭାରତୀୟ ଜାହାଜ, ଦୂର ହେବ LPG-LNG ସଙ୍କଟ, ଜାଣନ୍ତୁ ଏବେ କେତେ ଜାହାଜ ଫସି ରହିଛନ୍ତି

ତେହରାନ,୨୫।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଯୋଗୁ ହର୍ମୁଜ ପ୍ରଣାଳୀ ପୁନର୍ବାର ଖୋଲିଛି, ଯାହା ଫଳରେ ସେଠାରେ ଫସି ରହିଥିବା ଜାହାଜଗୁଡ଼ିକ ସେମାନଙ୍କର ଯାତ୍ରା…

ବିକ୍ରି ହୋଇନପାରି ପଡିରହିଛି ହଜାର ହଜାର ପ୍ୟାକେଟ ଧାନ, ଧାରଣାରେ ବସିଲେ ଚାଷୀ

ଅତାବିରା,୨୫ା୬(ଯୁଧିଷ୍ଠିର ମହାପାତ୍ର): ରବି ଫସଲ ଧାନ କିଣାବିକା ପ୍ରକ୍ରିୟା ଆଉ ମାତ୍ର ୫ ଦିନ ପରେ ଅର୍ଥାତ୍ ଜୁନ ୩୦ ତାରିଖ ଶେଷ ହେବାକୁ ଯାଉଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri