ଶାସଙ୍ଗ ଶ୍ରୀଜଗନ୍ନାଥ ମନ୍ଦିରରେ ପଟିଦିଅଁ ସେବା

ବାଲେଶ୍ୱର ଅଫିସ, ୨୪।୬-ବାଲେଶ୍ୱର ସଦର ବ୍ଲକ ଶାସଙ୍ଗ ଗ୍ରାମରେ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ସନ୍ଧ୍ୟାରେ ପଟିଦିଅଁମାନଙ୍କୁ ଏକ ଶୋଭାଯାତ୍ରାରେ ଆଣି ମନ୍ଦିରରେ ପହଞ୍ଚାଇବା ପରେ ଠାକୁରମାନଙ୍କଠାରେ ଅନ୍ନଭୋଗ ଲାଗି ପହଣ୍ଡିରେ ଅଣସର ଗୃହକୁ ବିଜେ କରାଯାଇଥିଲା। ତା’ ପରେ ଅଣସର ସମ୍ମୁଖ ଦ୍ୱାର ବନ୍ଦ କରାଯାଇ ପଟିଦିଅଁମାନଙ୍କୁ ନୀତି ଅନୁସାରେ ଦ୍ୱାର ସମ୍ମୁଖରେ ବାଉଁଶରେ ତିଆରି ଚାଞ୍ଚଡାରେ ବିଜେ କରାଯାଇଥିଲା।
୯୦୦ବର୍ଷରୁ ଶ୍ରୀଜୀଉମାନେ ପୂଜା ପାଇ ଆସୁଥିବା ଏହି ଅଞ୍ଚଳରେ ସବୁ ବର୍ଷ ପରି ଚଳିତବର୍ଷ ଗତ ୧୭ତାରିଖରେ ଶ୍ରୀଜୀଉମାନଙ୍କୁ ସ୍ନାନମଣ୍ଡପକୁ ପହଣ୍ଡି କରି ବିଜେ କରାଯାଇଥିଲା। ରୀତିନୀତି ଅନୁଯାୟୀ ଶ୍ରୀଜୀଉମାନଙ୍କ ସ୍ନାନ ପରେ ବେଶ କରାଯାଇଥିଲା ା ଦିନତମାମ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ଫଳ ଭୋଗ ଲଗାଇ ଅଣସର ଗୃହକୁ ମହାପ୍ରଭୁଙ୍କୁ ନିଆଯାଇଥିଲା। ସମ୍ମୁଖ ଦ୍ୱାର ବନ୍ଦ କରାଯାଇ ପଟିଦିଅଁମାନଙ୍କୁ ନୀତି ଅନୁସାରେ ଦ୍ୱାର ସମ୍‌ୁଖରେ ବାଉଁଶରେ ତିଆରି ଚାଞ୍ଚଡାରେ ବିଜେ କରାଯାଇଛି। ସେହିଦିନଠାରୁ ମହାପ୍ରଭୁମାନଙ୍କୁ ଜ୍ୱର ଆସୁଥିବାରୁ ଭକ୍ତମାନେ ଏହି ପଟିଦିଅଁଙ୍କୁ ଦର୍ଶନ କରିଥାନ୍ତି ା ଜଗନ୍ନାଥଙ୍କ ରୂପରେ ଅନନ୍ତ ନାରାୟଣ, ବଡଠାକୁରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ରୂପରେ ଭୁବନେଶ୍ୱରୀ ପୂଜା ପାଇଥାନ୍ତି। ଏହି ସମୟରେ ଯେହେତୁ ଠାକୁରମାନେ ଜ୍ୱରରେ ଶୟନ କରିଥାନ୍ତି। ଏହି ସମୟରେ ପଟିଦିଅଁମାନଙ୍କଠାରେ ଆଳତି କରାଯାଏ ନାହିଁ କି, ଘଣ୍ଟଘଣ୍ଟା, ମୃଦଙ୍ଗ ଆଦି ବାଜେନାହିଁ। ଏହିଭଳି ପଟିଦିଅଁ ପୂଜା ପାଉଥିବା ଗୃହରେ କେବଳ ଦୀପ ବ୍ୟତୀତ ଅନ୍ୟ କୌଣସି ଆଲୋକର ବ୍ୟବସ୍ଥା କରାଯାଇ ନ ଥାଏ ା ଏହି ପଟିଦିଅଁ ପୂଜା ବ୍ୟବସ୍ଥା ନେତ୍ର ଉତ୍ସବ ପୂର୍ବଦିନ ପର୍ଯ୍ୟନ୍ତ ଚାଲୁ ରହିବ। ଶନିବାର ଠାକୁରମାନଙ୍କୁ ଔଷଧ ରୂପରେ ଦେବ-ପାଞ୍ଚଣ ପ୍ରଦାନ କରାଯାଇ ଦେବତାମାନଙ୍କୁ ଆରୋଗ୍ୟ କାମନା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବାଲେଶ୍ୱର/ବସ୍ତା, ୮।୭( ହରିଶଙ୍କର ପାଢ଼ୀ/ବାଞ୍ଛାନିଧି ଦେ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri