ଶାରୀଶୁଆ ପାହାଡରେ ଖଣି ଖନନ ଉପରେ ରହିତାଦେଶ

ଖଇରା,୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡ ପାଦଦେଶରେ ରହୁଥିବା ବାସିନ୍ଦାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶୁକ୍ରବାର କଲିକତା ଗ୍ରୀନ ଟ୍ରିବ୍ୟୁନାଲର ଏକ ଚିଠି ଖଇରା ତହସିଲରେ ପହଞ୍ଚିବା ପରେ ଖଣି ମାଲିକମାନଙ୍କ ଚିନ୍ତା ବଢିଯାଇଛି। ପାହାଡତଳି ଅଞ୍ଚଳରେ ରହୁଥିବା ହଜାର ହଜାର ଆଦିବାସୀ ସମ୍ପ୍ରଦାୟଙ୍କୁ ବଞ୍ଚିବାର ରାହା ଯୋଗାଇଛି ା ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ମୁତାବକ ଖଇରା ତହସିଲ ଅଧୀନରେ ଥିବା ସମସ୍ତ ଖଣିକୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରିଛନ୍ତି।
କେନ୍ଦୁଝରର ରୁରାଲ ଅର୍ଗାନାଇଜେଶନ ଫର୍‌ ସୋସିଆଲ ଏମ୍ପାଉରମେଣ୍ଟ (ରୋଜ) ଏବଂ ଯାଜପୁରର ଆସୋସିଏଟେଡ ସୋସିଆଲ ସର୍ଭିସ ଏଜେନ୍ସି (ଆଶା) ତରଫରୁ ପାହାଡ ପରିବେଶ ନଷ୍ଟ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ଆବେଦନ କରାଯାଇଥିଲା। ଟ୍ରିବ୍ୟୁନାଲ ୧୬ତାରିଖରେ ଦେଇଥିବା ରାୟରେ ଡିସେମ୍ବର ୪ତାରିଖରେ ପ୍ରକାଶିତ ହେବାକୁ ଥିବା ପରବର୍ତ୍ତୀ ରାୟ ପର୍ଯ୍ୟନ୍ତ ଖଣି ବ୍ୟବହାର ଉପରେ ରହିତାଦେଶ ଜାରି କରିଛନ୍ତି ା ଏ ସମ୍ପର୍କରେ ଉପଜିଲାପାଳ ନିଲୁ ମହାପାତ୍ରଙ୍କୁ ଯୋଗାଯୋଗ କରାଯିବାରୁ ଟ୍ରିବ୍ୟନାଲରୁ ଏହି ନିର୍ଦ୍ଦେଶ ଆସିବା କଥା ଶୁଣିଛନ୍ତି ା ବିଧିବଦ୍ଧ ଭାବେ ଚିଠି ପହଞ୍ଚିବା ପରେ ଅନ୍ୟାନ୍ୟ ବିଷୟ ଜଣାପଡିବ ବୋଲି କହିଛନ୍ତି ା ପ୍ରକାଶ ଥାଉ କି, ଶାରୀଶୂଆ ପାହାଡରେ ବେଆଇନ ଭାବେ ଖଣି ବ୍ୟବହାର ସାଙ୍ଗକୁ ବ୍ଲାଷ୍ଟିଂ ଯୋଗୁ ସାଧାରଣ ଜୀବନଯାପନ ପ୍ରଭାବିତ ହେଉଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଥିଲା ା ନିକଟରେ ୨୧ଟି ଖଣିରେ ୧୪୪ଧାରା ଜାରି ସତ୍ତ୍ୱେ ଖଣି ମାଫିଆମାନେ ଏହାକୁ ଖାତିର ନ କରି କେତେକ ରାଜସ୍ବ ଅଧିକାରୀଙ୍କୁ ଢାଲ କରି ସେହି ଖଣିଗୁଡିକରୁ ପଥର ଉତ୍ତୋଳନ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଟଡିହୀ ବିଇଓ ରାଜୀବ ଦଳେଇ ନିଲମ୍ବିତ: କାର୍ଯ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

ହାଟଡିହୀ/ଛେନାପଦୀ, ୯।୯(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ରାଜୀବ ଦଳେଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବୁଧବାର ମଧ୍ୟାହ୍ନରେ ସ୍ପେଶାଲ ମେସେଞ୍ଜର…

ବିନା ଅନୁମତିରେ ସାଉଣ୍ଡ ବାଜିଲେ ଜବତ ହେବ ଡିଜେ ଗାଡ଼ି, ସିଧା ହେବେ ଗିରଫ: ପାର୍ବଣ ପୂର୍ବରୁ ପୋଲିସର ଚେତାବନୀ

ପୁରୁଷୋତ୍ତମପୁର,୯।୯(ସବିତା ମିଶ୍ର): ଆଗାମୀ ପୂଜାପାର୍ବଣ ସମୟରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ପୁରୁଷୋତ୍ତମପୁର ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଉପଜିଲାପାଳଙ୍କ ବିନା ଅନୁମତିରେ କୌଣସି ସ୍ଥାନରେ…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

ଭବାନୀପାଟଣା-ତାସିଗୁଡ଼ା ଓଏସଆରଟିସି ବସ୍ ବନ୍ଦ: ଲାଭଜନକ ରୁଟ୍‌ରେ ସେବା ଠପ୍, ଆସନ୍ତା ଶନିବାର ସୁଦ୍ଧା…

ଥୁଆମୂଳ ରାମପୁର, ୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ସଦର ମହକୁମା ଭବାନୀପାଟଣାରୁ ଥୁଆମୂଳ ରାମପୁର ଓ ଗୁଣପୁର ଦେଇ ତାସିଗୁଡ଼ା ପର୍ଯ୍ୟନ୍ତ ଚାଲୁଥିବା ସରକାରୀ (ଓଏସଆରଟିସି)…

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

ତୁରୁମୁଙ୍ଗା ଜାତୀୟ ରାଜପଥ କଡ଼ରୁ ହଟିଲା ଜବରଦଖଲ: ଚାଲିଲା ଜେସିବି, ଥଇଥାନ ଦାବି କଲେ ବ୍ୟବସାୟୀ

ପାଟଣା,୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ର ତୁରୁମୁଙ୍ଗା ବଜାର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ କଡ଼ରୁ ବୁଧବାର ବ୍ୟାପକ ଜବରଦଖଲ ଉଚ୍ଛେଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri