ଶାରଳା ରିଅଲକନ୍‌ର ୧୩.୯୭ କୋଟିର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ବାସୋପଯୋଗୀ ଜମି ଦେବା ଆଳରେ ଶାରଳା ରିଅଲକନ୍‌ ପ୍ରାଇଭେଟ୍‌ ଲିଃ ଜମାକାରୀଙ୍କ ୧୭ କୋଟି ଟଙ୍କା ଠକିବା ମାମଲା କଟକ ଓପିଆଇଡି କୋର୍ଟରେ ବିଚାରାଧୀନ ରହିଛି। ସୋମବାର ଏହାର ଶୁଣାଣି କରି କୋର୍ଟ ଜବତ ୧୩.୯୭ କୋଟିରୁ ଊର୍ଦ୍ଧ୍ୱ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବାକୁ କଟକ ଏଡିଏମ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତିରେ ରହିଛି ୧୩.୮୧ କୋଟିର ୯୫ ଏକର ଜମି, ୧୩.୧୦ ଲକ୍ଷର ଫ୍ରିଜ୍‌ ବ୍ୟାଙ୍କ ଜମା, ୩.୨୫ କୋଟିର ନଗଦ ଟଙ୍କା ଏବଂ ୪ଟି ଚାରିଚକିଆ ଗାଡ଼ି। ତେବେ ଅସ୍ଥାବର ସମ୍ପତ୍ତିକୁ ନିଲାମ କରି ବିକ୍ରି ଟଙ୍କା ସହ ବ୍ୟାଙ୍କ ଜମାକୁ ମିଶାଇ ମୋଟ ଟଙ୍କାକୁ ଜମାକାରୀଙ୍କୁ ଫେରାଇବାକୁ କୋର୍ଟ କହିଛନ୍ତି।
ସୂଚନା ଅନୁଯାୟୀ, ଭୁବନେଶ୍ୱର ଓ ଏହାର ଆଖପାଖରେ ଜମି ଦେବାକୁ କହି ୨୦୧୦ରୁ ୨୦୧୩ ମସିହା ମଧ୍ୟରେ ୨୩୮ଜଣ ଜମାକାରୀଙ୍କଠାରୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ଅଭିଯୁକ୍ତ ଗୟାଧର ଜେନା ଏବଂ ନିର୍ଦ୍ଦେଶକମାନେ ପ୍ରାୟ ୧୭ କୋଟି ଟଙ୍କା ଠକି ନେଇଥିଲେ। ଉକ୍ତ ଟଙ୍କାରେ ସେମାନେ ବିପୁଳ ସମ୍ପତ୍ତି ଠୁଳ କରିଥିଲେ। ଏନେଇ ଅଭିଯୋଗ ହେବା ପରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ୨୦୧୫ ମାର୍ଚ୍ଚ ୧୫ରେ ଏକ ମାମଲା (ନଂ.୯/୧୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେହି ବର୍ଷ ଇଓଡବ୍ଲ୍ୟୁ ଗୟାଧର ଓ ୨ ନିର୍ଦ୍ଦେଶକଙ୍କୁ ଗିରଫ କରିଥିଲା। ଏପରିକି ନିର୍ଦ୍ଦେଶକ ଥିବା ଗୟାଧରଙ୍କ ସ୍ତ୍ରୀ ପଙ୍କଜିନୀ ମଧ୍ୟ ଗିରଫ ହୋଇଥିଲେ। ଇଓଡବ୍ଲ୍ୟୁ ତଦନ୍ତ କରି ଚାର୍ଜଶିଟ୍‌ ଦାଖଲ କରିବା ସହ ଠକେଇ ଟଙ୍କାରେ ହୋଇଥିବା ସମସ୍ତ ସମ୍ପତ୍ତିକୁ ଚିହ୍ନଟ କରିବା ପରେ ତାହାକୁ ବାଜ୍ୟାପ୍ତି କରିବାକୁ ପ୍ରସ୍ତାବ ଦେଇଥିଲା। ଅର୍ଥ ବିଭାଗ ୨୦୧୬ ଅକ୍ଟୋବରରେ ଏହାକୁ ବାଜ୍ୟାପ୍ତି କରିବାକୁ ଏକ ଅର୍ଡର ଦେଇଥିଲା। ଏଥିସହ କଟକ ଓପିଆଇଡି କୋର୍ଟରେ ମାମଲାର ବିଚାର ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

ନାମାଙ୍କନପତ୍ର ଦାଖଲ କଲେ ନବକୁମାର, ସରୋଜ

ବୌଦ୍ଧ,୨ା୫(ଅଜିତ କୁମାର ବାରିକ): ବୌଦ୍ଧ କଂଗ୍ରେସ ପକ୍ଷରୁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ଏବଂ ବୌଦ୍ଧ କଂଗ୍ରେସ ପ୍ରାର୍ଥୀ ନବକୁମାର...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କଲେ ନବୀନ

ଭୁବନେଶ୍ୱର,୨ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ତାଙ୍କର ନାମାଙ୍କନପତ୍ର...

ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କଟକ,୨।୫(କାର୍ତ୍ତିକ ସାହୁ): ଚାଉଳିଆଗଞ୍ଜ ଦୁର୍ଗାମଣ୍ଡପ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି,...

ଲିଙ୍ଗରାଜରୁ ଖୋର୍ଦ୍ଧା ଯାଏ ଦୌଡିଲେ ମନ୍ମଥ

ଭୁବନେଶ୍ୱର,୨।୫: ଭୁବନେଶ୍ୱର ଲୋକ ସଭା ଆସନରୁ ବିଜୁ ଜନତା ଦଳ(ବିଜେଡି)ର ପ୍ରାର୍ଥୀ ମନ୍ମଥ ରାଉତରାୟ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା...

ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଧର୍ମେନ୍ଦ୍ର, ଅପରାଜିତା,ମନ୍ମଥ, ଅରୁପ

ଭୁବନେଶ୍ୱର,୨।୫: ଲୋକ ସଭା ନିର୍ବାଚନ ପାଇଁ ଗୁରୁବାର ୪ ହେଭିଓ୍ବେଟ ନେତା ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱର ଲୋକ...

ଦ୍ୱିତୀୟ ନିର୍ବାଚନ କ୍ଷେତ୍ର କଣ୍ଟାବାଞ୍ଜିରୁ ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟାକ ଗୁରୁବାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ପ୍ରାଥିପତ୍ର ଦାଖଲ କରିବେ ବୋଲି ଖବର ରହିଛି। ଏହା ନବୀନଙ୍କ ଦ୍ୱିତୀୟ ନିର୍ବାଚନ କ୍ଷେତ୍ର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri