ଶାରଳା ପୀଠରେ ଅବ୍ୟବସ୍ଥା: ଖୋଲାଖୋଲି ଚାଲିଛି ଶୋଷଣ, ଶ୍ରଦ୍ଧାଳୁ ଅସନ୍ତୁଷ୍ଟ

ଜଗତ୍‌ସିଂହପୁର ଅଫିସ,୭।୭: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳା। ମା’ଙ୍କ ମନ୍ଦିର କେବଳ ଜିଲାରେ ନୁହେଁ, ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିଛି। ତେଣୁ ପ୍ରତ୍ୟହ ଏଠାକୁ ସହସ୍ରାଧିକ ଶ୍ରଦ୍ଧାଳୁ ଆସନ୍ତି। କିନ୍ତୁ ଏଠାରେ ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଯେଭଳି ଖେଳାଯାଉଛି ତାହା ପୀଠର ପ୍ରସିଦ୍ଧି ପ୍ରତି ଆଞ୍ଚ ଆଣୁଛି। ଗାଡି ପାର୍କିଂଠାରୁ ଆରମ୍ଭ କରି ଜୋତା ଷ୍ଟାଣ୍ଡ, ଭୋଗ ଓ ଦୀପ ଦୋକାନ ଆଦି ପ୍ରତ୍ୟେକ କ୍ଷେତ୍ରରେ ଖୋଲାଖୋଲି ଶୋଷଣ ଚାଲିଛି। ଲାଗୁଛି ଯେମିତି ଏହା ଉପରେ କାହାର ନିୟନ୍ତ୍ରଣ ନାହିଁ। ବାହାରେ ୨ ଚକିଆ ଯାନ ରଖିଲେ ପାର୍କିଂ ଫି ଆଦାୟ ପାଇଁ ମନା ଥିଲେ ସୁଦ୍ଧା ଆଦାୟ ଚାଲିଛି। ୪ ଚକିଆ ଓ ୧୦ ଚକିଆ ଯାନ ପିଛା ଯାହା ପାର୍କିଂ ଫି ସ୍ଥିର ହୋଇଛି, ତା’ଠାରୁ ଯଥେଷ୍ଟ ଅଧିକ ଆଦାୟ କରାଯାଉଛି। ସେହିପରି ଭୋଗ ଦୋକାନୀଙ୍କ ଦୌରାତ୍ମ୍ୟ ମଧ୍ୟ କମ୍‌ ନୁହେଁ। ଭୋଗର ମୂଲ୍ୟ ତାଲିକା ମରାଯିବା କଥା। କିନ୍ତୁ ତାହା କରାଯାଉ ନ ଥିବାରୁ ଚଢା ଦରରେ ବିକ୍ରି କରାଯାଉଛି। ମନ୍ଦିର ପରିସରରେ କେହି ଏ ସମ୍ପର୍କରେ ଅଭିଯୋଗ କରିବାକୁ ଚାହିଁଲେ କେଉଁଠିକୁ ଯିବେ ଜାଣିପାରୁନାହାନ୍ତି। କାରଣ ଅଧିକାଂଶ ଦିନ ମନ୍ଦିର ପରିସର ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ତାଲା ଝୁଲୁଛି। ପୂର୍ବରୁ ମନ୍ଦିର ପରିଚାଳନା ବୋର୍ଡ ସଭାପତି ଥିଲେ ଜିଲାପାଳ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱ ତୁଲାଉଥିଲେ ଉପଜିଲାପାଳ। ୨ ମାସ ତଳେ ଏହି ଭାର ଦେବୋତ୍ତର ବିଭାଗ ଅଧୀନକୁ ଯାଇଛି। ବିଭାଗ ପକ୍ଷରୁ ନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଶାରଳା ମନ୍ଦିର ସହ ଗୋରେଖନାଥ ପୀଠ ଦାୟିତ୍ୱ ବୁଝୁଛନ୍ତି। ହେଲେ ଅଧିକାଂଶ ସମୟ ଶାରଳା ମନ୍ଦିରରେ ଅନୁପସ୍ଥିତ ରହୁଛନ୍ତି। କେବଳ ଏତିକି ନୁହେଁ ୨୦୧୮ରେ ଭୋଗ ଦୋକାନ ଉପରେ ୧୨,୩୧,୪୯୮ ଟଙ୍କା ବାକି ଅଛି। ଦୀପ ଦୋକାନୀ ଉପରେ ୪,୩୧,୧୫୧, ଗାଡି ପାର୍କିଂ ଓ ଜୋତାଷ୍ଟାଣ୍ଡ କରିଥିବା ଲୋକଙ୍କ ଉପରେ ୫,୪୬,୫୮୫ ଟଙ୍କା ବକେୟା ରହିଛି। ଏହି ରାଶି ଆଦାୟ କରିବା ନଁା ଧରୁନି ମନ୍ଦିର ପ୍ରଶାସନ। ୨୦୧୯ରେ ମଧ୍ୟ ସେମାନଙ୍କୁ କାରବାର ପାଇଁ ଦାୟିତ୍ୱ ଦିଆଯାଇଛି। ଏନେଇ କୌଣସି ରାଜିନାମା ମଧ୍ୟ କରାଯାଇନାହିଁ। ନିୟମ ଅନୁସାରେ ସେମାନେ ଅଗ୍ରିମ ୬ଟି ଚେକ୍‌ ଦେବା କଥା। କିନ୍ତୁ ତାହା ଦେଇନାହାନ୍ତି। ଏଥିସହ ପ୍ରଥମ କିସ୍ତି ଚେକ୍‌ ଖିଲାପ କରିଛନ୍ତି। ପ୍ରଶାସନ ଓ ଦେବୋତ୍ତର ବିଭାଗ ଏଥିପ୍ରତି ଆଖିବୁଜି ଦେଇଛନ୍ତି। ଏଥିପାଇଁ ମନ୍ଦିର ରାଜସ୍ବକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ମା’ଙ୍କର ୫୪୭ ଏକର ଜମି ରହିଛି। ହେଲେ ଅଧିକାଂଶ ଜବରଦଖଲରେ ଥିବାରୁ ଚାଉଳ କିଣାଯାଇ ନୀତି ହେଉଛି। ଅର୍ଥାଭାବରୁ ବେଳେବେଳେ ନୀତିକାନ୍ତିରେ ବାଧା ଉପୁଜୁଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଶ୍ରାମାଗାର ଆବଶ୍ୟକତା ଥିଲେ ସୁଦ୍ଧା ତାହା କରାଯାଉନାହିଁ। ପରିବେଶ କଥା ନ କହିଲେ ଭଲ। ମା’ଙ୍କ ଦର୍ଶନ ପୂର୍ବରୁ ଶ୍ରଦ୍ଧାଳୁମାନେ ଏଠାରେ ଥିବା ଚନ୍ଦନ ପୋଖରୀରେ ଗୋଡ଼ହାତ ଧୋଇଥାନ୍ତି। କିନ୍ତୁ ଏବେ ପୋଖରୀ ଏତେ ଅପରିଷ୍କାର ହୋଇପଡ଼ିଛି ଯେ ଶ୍ରଦ୍ଧାଳୁ ନାକ ଟେକୁଛନ୍ତି। ପଦ ପ୍ରକ୍ଷାଳନ ବ୍ୟବସ୍ଥା ମଧ୍ୟ ଅଚଳ। ମନ୍ଦିର ଛାତରେ ବର୍ଷାଧିକ କାଳ ହେବ ଅଳିଆ ଗଦା ହୋଇରହିଛି। ତେଣୁ ଛାତ କ୍ଷତିଗ୍ରସ୍ତ ହେଉଛି। ଗତବର୍ଷ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଫାଟ ସୃଷ୍ଟି ହେବାରୁ ବର୍ଷାଦିନେ ପାଣି ଗଳିଥିଲା। ଇତିମଧ୍ୟରେ ତାହା ମରାମତି ହୋଇଛି। ଆଉ କେତେକ ସ୍ଥାନରେ ମରାମତି ଆବଶ୍ୟକ ଥିଲେ ସୁଦ୍ଧା କରାଯାଉନାହିଁ। ବିଭିନ୍ନ ପର୍ବପର୍ବାଣିର ଆୟବ୍ୟୟ ଖର୍ଚ୍ଚ ନୋଟିସ ବୋର୍ଡରେ ମାରିବାକୁ ନିୟମ ଥିଲେ ମଧ୍ୟ ତାହା କରାଯାଉନି। ମନ୍ଦିର ପରିସରରେ ପାଖାପାଖି ୧ ବର୍ଷ ପୂର୍ବରୁ ନିର୍ମିତ ଓଟିଡିସି ବଙ୍ଗଳା ଉଦ୍‌ଘାଟନରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏସବୁ ଦିଗ ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପଚାରିବାରେ ସେ କହିଲେ ଯେ, ପ୍ରସଙ୍ଗର ଗମ୍ଭୀତା ଦୃଷ୍ଟିରୁ ସେ ତୁରନ୍ତ ଏହା ଉପରେ ସମୀକ୍ଷା କରିବେ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଘର ଉପରକୁ ବୋମାମାଡ଼ ଘଟଣା: ବାପି ସର୍ଖେଲଙ୍କୁ ଟାର୍ଗେଟ୍‌ କରି ଏକାଠି ହେଲେ…

ପାରାଦୀପ,୭ା୬(ଶରତ ରାଉତ): ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଘର ଉପରେ ଗତମାସ ୩୦ ତାରିଖରେ ପେଟ୍ରୋଲ ବୋମାମାଡ଼ ହୋଇଥିଲା। ଉକ୍ତ ଘଟଣାକୁ ନେଇ ରବିବାର ପାରାଦୀପ ରାଜନୀତି…

ଚତୁର୍ଥୀ ରାତିରେ ଝୁଲିପଡ଼ିଲେ ସନ୍ତୋଷୀ: ଶାଶୁଘର ଲୋକେ…

କୁଜଙ୍ଗ,୩ା୬(ମନୋଜ ପ୍ରଧାନ):ବାହାଘରର ଚତୁର୍ଥୀ ରାତିରେ ଶୋଇବା ଘରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ମିଳିଛି। ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ବଳେଇପୁର ଗ୍ରାମରେ ସୋମବାର ଏହି ଘଟଣା…

ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା: ଖୋଲିଲା ବଡ଼ ରହସ୍ୟ: ପ୍ରତି ସପ୍ତାହରେ କରୁଥିଲେ କ୍ୟାମେରା ଚାର୍ଜ

ଜଗତସିଂହପୁର,୩୧।୫: ଜଗତସିଂହପୁର ଜିଲାର DRDA କାର୍ଯ୍ୟାଳୟର ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାରେ ଜଡିତ ଜୁନିୟର କିରାଣି ସଞ୍ଜୟ…

ପାରାଦୀପ ବନ୍ଦରରେ ଦୁର୍ଘଟଣା: କ୍ରେନ୍ ବକେଟ୍ ପଡି ଚାଳକଙ୍କ ମୃତ୍ୟୁ

ପାରାଦୀପ, ୩୦।୫ (ଶରତ ରାଉତ): ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ସି କ୍ୟୁ–୧ ନମ୍ବର ବର୍ଥ ନିକଟରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ଣେ ଚାଳକଙ୍କ ମୃତ୍ୟୁ…

ସରକାରୀ ଅଫିସରେ ବି ଅସୁରକ୍ଷିତ ମହିଳା! DRDA ଲେଡିଜ୍‌ ୱାସରୁମରୁ ଲାଗିଥିଲା ସିକ୍ରେଟ କ୍ୟାମେରା

ତିର୍ତ୍ତୋଲ,୨୮।୫(ଗୌରାଙ୍ଗ ଚରଣ ସ୍ବାଇଁ): ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଜବତ ହୋଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା…

ପାରାଦୀପରେ ମାଟି ତଳ ପାଇପ୍ ଲାଇନ୍‌ରୁ ତେଲ ଲିକ୍, ବିପୁଳ ପରିମାଣର ପେଟ୍ରୋଲ ନଷ୍ଟ

ପାରାଦୀପ,୨୨।୫ (ଶରତ ରାଉତ): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ୧ ନଂ ଗେଟ୍ ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ସାଉଥ୍ ଅଏଲ ବର୍ଥ ଜେଟିରୁ ଆଇଓସିଏଲ ଟର୍ମିନାଲ…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

ପାରାଦୀପ,୨୨।୫(ଶରତ ରାଉତ):ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର…

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର,୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri