ଶହେ ଟଙ୍କା ପାଇଁ ୭୭ହଜାର ଟଙ୍କା ହରେଇଲେ ଇଞ୍ଜିନିୟର

ପାଟନା,୨୩।୯: ଲଗାତାର କିଛି ଦିନରୁ ଲୋକମାନେ ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇ ଠକେଇର ଶିକାର ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏହି କ୍ରମରେ ଜଣେ ଇଞ୍ଜିନିୟର ମଧ୍ୟ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବିହାରର ରାଜଧାନୀ ପାଟନାରେ ବିଷ୍ଣୁ ନାମକ ଜଣେ ଇଞ୍ଜିନିୟର ଜୋମାଟୋରେ ଶହେ ଟଙ୍କାର ଖାଦ୍ୟ ମଗାଇଥିଲେ। ଫୁଡ୍‌ ଡେଲିଭରି ବୟ ବିଷ୍ଣୁଙ୍କ ପାଖରେ ଖାଇବା ପହଞ୍ଚାଇଥିଲେ। ହେଲେ ତାଙ୍କୁ ଖାଇବା ପସନ୍ଦ ନ ଆସିବାରୁ ପୁଣି ଫେରସ୍ତ ପାଇଁ ଡେଲିଭରି ବୟଙ୍କୁ କହିଥିଲେ। ତେବେ ଏଥିପାଇଁ କଷ୍ଟମର କେୟାର ସହ କଥା ହେବାକୁ ପଡ଼ିବ ଏବଂ ସେ ଦେଇଥିବା ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଡେଲିଭରି ବୟ ତାଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ବିଷ୍ଣୁ ଗୁଗଲରେ ଜୋମାଟୋର କଷ୍ଟମର କେୟାର ନମ୍ବରକୁ ସର୍ଚ୍ଚ କରି ଡାଏଲ କରିଥିଲେ। ଏଥିସହ ସେ ଦେଇଥିବା ସମସ୍ତ ନିର୍ଦ୍ଦେଶକୁ ମଧ୍ୟ ପାଳନ କରିଥିଲେ। କିଛି ସମୟ ପରେ ବିଷ୍ଣୁଙ୍କ ପାଖକୁ ଆଉ ଏକ କଲ୍‌ ଆସିଥିଲା। ନିଜକୁ ଜୋମାଟୋ କଷ୍ଟମର କେୟାରର ଏକ୍ସକ୍ୟୁଟିଭ୍‌ ଦର୍ଶାଇ ଶହେ ଟଙ୍କା ପେରସ୍ତ ପାଇଁ ବିଷ୍ଣୁଙ୍କ ଆକାଉଣ୍ଟରୁ ୧୦ଟଙ୍କା କଟିବ ବୋଲି କହିଥିଲେ। ଏଥିସହ ଆକାଉଣ୍ଟରେ ୧୦ଟଙ୍କା ଜମାକରିବା ପାଇଁ ସେ ଯୁବକଙ୍କ ପାଖକୁ ଏକ ଲିଙ୍କ୍‌ ପଠାଇଥିଲେ। ହେଲେ ସେହି ଲିଙ୍କ୍‌ ଜରିଆରେ ତାଙ୍କର ୭୭ହଜାର ଟଙ୍କା କଟିଯାଇଥିଲା। ଏହାକୁ ନେଇ ସେ ସ୍ଥାନୀୟ ପୋଲିସ ଓ ବ୍ୟାଙ୍କରେ ଅଭିଯୋଗ କରିଥିଲେ। ଏହି ଘଟଣା ସେପ୍ଟେମ୍ବର ୧୦କୁ ଘଟିଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କର ଟଙ୍କା ଫେରସ୍ତ ପାଇପାରି ନାହାନ୍ତି ବିଷ୍ଣୁ ।


Enter your email to get our daily news in your inbox.

All Right Reserved By Dharitri.Com

ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଭାଇରାଲ ହେଉଛି କଂଗ୍ରେସର ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ...

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ...

ଚାଞ୍ଚଲ୍ୟକର ଖୁଲାସା: ୨ ମହିଳାଙ୍କୁ ଦଙ୍ଗାକାରୀଙ୍କ ପାଖରେ ଛାଡ଼ିଥିଲା ମଣିପୁର ପୋଲିସ

ନୂଆଦିଲ୍ଲୀ,୧ା୫(ପି.ଟି.):ଗତବର୍ଷ ଭାଜପା ଶାସିତ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିବାବେଳେ ମେ’ ୪ରେ ପୋଲିସର ଶରଣ ଚାହିଁଥିଲେ କୁକି-ଜୋମି ସମ୍ପ୍ରଦାୟର ୨ ମହିଳା।...

ଖୁସି ଖବର: କମିଲା ଏଲ୍‌ପିଜି ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୫: ସାରା ଦେଶରେ ଚାଲିଥିବା ଲୋକ ସଭା ନିର୍ବାଚନ ମଧ୍ୟରେ ସାଧାରଣ ଲୋକଙ୍କୁ ପୁନର୍ବାର ଆରାମ ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

କୋଭିଶିଲ୍ଡ ଟିକାର ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଟିଟିଏସ୍‌

ନୂଆଦିଲ୍ଲୀ,୧ା୫: କୋଭିଡ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ ସମେତ ବିଭିନ୍ନ ଦେଶରେ କୋଟି କୋଟି ଲୋକ ଅଷ୍ଟ୍ରାଜେନିକା କମ୍ପାନୀର କୋଭିଶିଲ୍ଡ ଟିକା ନେଇଥିଲେ। ଏହି...

ସୁଗନ୍ଧ ହରାଉଛି ଭାରତୀୟ ମସଲା

ହାଇଦ୍ରାବାଦ/ନୂଆଦିଲ୍ଲୀ,୧ା୫: ପ୍ରଥମେ ହଂକଂ ଓ ସିଙ୍ଗାପୁର। ଆମେରିକା ପରେ ଏବେ ଅଷ୍ଟ୍ରେଲିଆ। ଏମିତି ଗୋଟିଏ ପରେ ଗୋଟିଏ ଦେଶରେ ସୁଗନ୍ଧ ହରାଇବସିଛି ଭାରତୀୟ ମସଲା। ଏମ୍‌ଡିଏଚ୍‌...

‘ଆୟୁଷ୍ମାନ୍‌ ଭାରତ ଅତି ଦୁର୍ବଳ’

ନୂଆଦିଲ୍ଲୀ,୧ା୫(ପି.ଟି.):କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍‌ ଭାରତ ସ୍ବାସ୍ଥ୍ୟ ଯୋଜନାକୁ ଅତି ଦୁର୍ବଳ ଭାବେ ଗଢ଼ାଯାଇଛି। ଏହାକୁ ଉପଯୁକ୍ତ ପାଣ୍ଠି ମଧ୍ୟ ଯୋଗାଇ ଦିଆଯାଉ ନାହିଁ ବୋଲି ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri