Posted inଜାତୀୟ

ଶରଦ କୁମାର ମଧ୍ୟବର୍ତ୍ତିକାଳୀନ ସିଭିସି

ନୂଆଦିଲ୍ଲୀ,୧୨ା୬(ପି.ଟି.): ଭିଜିଲାନ୍ସ କମିଶନର ଶରଦ କୁମାରଙ୍କୁ ମଧ୍ୟବର୍ତ୍ତିକାଳୀନ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର (ସିଭିସି)ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଦ୍ୱାରା ନୂଆ ସିଭିସି ବଛା ନ ଯିବା ପର୍ଯ୍ୟନ୍ତ ସେ ଏହି ଗୁରୁଦାୟିତ୍ୱରେ ରହିବେ। ସିଭିସି କେ.ଭି. ଚୌଧୁରୀ ଓ ଭିସି ଟି.ଏମ୍‌. ଭାସିନ୍‌ଙ୍କ କାର୍ଯ୍ୟକାଳ ଯଥାକ୍ରମେ ରବିବାର ଓ ସୋମବାର ଶେଷ ହୋଇଛି। ଅନ୍ୟ ଭିଜିଲାନ୍ସ କମିଶନର ଶରଦ କୁମାରଙ୍କୁ ଏଥିଲାଗି କାମଚଳା ସିଭିସିଭାବେ ଅବସ୍ଥାପିତ କରାଯାଇଛି। ଏନେଇ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଶରଦ କୁମାର ପୂର୍ବରୁ ଆତଙ୍କବାଦ ନିରୋଧ ତଦନ୍ତ କମିଟି ନ୍ୟାଶନାଲ୍‌ ଇନ୍‌ଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ)ର ମୁଖ୍ୟ ଥିଲେ। ଗତବର୍ଷ ଜୁନ୍‌ ୧୨ ତାରିଖରେ ସେ ଭିସିଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆସନ୍ତାବର୍ଷ ଅକ୍ଟୋବରରେ ସିଭିସିରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୯।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ଭାଜପା ପ୍ରାର୍ଥୀ ଭାବରେ ପୁନଃ ମନୋନୀତ ହୋଇଛନ୍ତି। ସୋମବାର ସେ ଏଠାରୁ ପ୍ରାର୍ଥିପତ୍ର ଦାଖଲ...

ଫସିଗଲେ କହ୍ନେୟା କୁମାର, ଉଦିତ ରାଜ

ନୂଆଦିଲ୍ଲୀ,୨୯।୪: କହ୍ନେୟା କୁମାର ଏବଂ ଉଦିତ ରାଜଙ୍କୁ ଲୋକ ସଭା ପ୍ରାର୍ଥୀ କରାଯିବା ପରେ ଦିଲ୍ଲୀ କଂଗ୍ରେସରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଛି, ତାହା ଏପର୍ଯ୍ୟନ୍ତ...

କଂଗ୍ରେସକୁ ବଡ ଝଟ୍‌କା, ନାମାଙ୍କନ ଫେରାଇ ନେଲେ ପ୍ରାର୍ଥୀ

ଇନ୍ଦୋର,୨୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ଇନ୍ଦୋରରେ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି। କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଆଜି ଦଳକୁ ଚକିତ କରି...

ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୨୯।୪: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ପାଇନାହାଁନ୍ତି। ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ସନ୍ଦେଶଖାଲି...

ଜମ୍ମୁ-କଶ୍ମୀରରେ ତୁଷାରପାତ

ଶ୍ରୀନଗର,୨୯ା୪: ଏପ୍ରିଲର ଶେଷ ଦିନରେ ଜମ୍ମୁ-କଶ୍ମୀରରେ ପାଣିପାଗ ଧାରା ବଦଳିଛି। ଗୁରେଜ, ମଛିଲ, ରାଜଦାନ ସମେତ ରାଜ୍ୟର ଅନେକ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଛି। ଏଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri