ଶବ ସତ୍‌କାର ଲାଗି ନାକ୍‌ଟେକଲେ ଜାତିଭାଇ: ସହଯୋଗ୍‌ର ହାତ୍‌ ବଢ଼ାଲେ ସାମାଜିକ କରମୀ

ବିଜେପୁର, ୨୧।୮ (ଡି.ଏନ୍‌.ଏ.): ମୁନୁଷ୍‌ ପୁର୍‌ଥିରୁ ଯାଇ ଚଁଦର୍‌ରେ ପୁହୁଁଚିଲାନ। ହେଲେ ଆଏଜ୍‌ ବି ଆମର ସମାଜରୁ ଅଁଧ୍‌ ବିଶୁଆସ, କୁସଂସ୍କାର ନାଇଁ ଯିବାର। ମୁନୁଷ୍‌ ମରିଗଲା ଉତାରୁ ବି ଶବ ସତ୍‌କାର କରବାକେ ଜାତି ଭାଇ ନାକ୍‌ ଟେକୁଛନ୍‌। ଏନ୍‌ତା ପରିସ୍ଥିତିରେ ରାତାରାତି ଶବ ସତ୍‌କାର କରବାକେ ଅଁଟା ଭିଡି ଝନେ ସାମାଜିକ୍‌ କରମୀ ସମାଜ ଲାଗି ଉଦାହରନ୍‌ ସୁରୁଷ୍‌ଟି କରିଛନ୍‌।
ସୂଚନା ହିସାବେ ବରଗଡ଼ ଜିଲା ବିଜେପୁର ବ୍ଲକ ସମଲାଇପଦର ପଁଚେତ୍‌ ସଦରଥି ଏନ୍‌ତା ଗୁଟେ ଦୁଖଦ୍‌ ଘଟନା ଦେଖ୍‌ବାକେ ମିଲିଛେ। ସମଲାଇପଦରର ଉପାସୀ ଭୁଏ(୭୫)। ଆଏଜ୍‌କେ ଦୁଇ ବଛର ହେଲା ସେ ବେମାର ପଡ଼ିଥିଲେ। ଯେତେ ଉଷୋକଷା କଲେ ବି ସେ ଭଲ ନାଇଁ ହେଉଥାଇ। ଗଲା ମାସେ ତଲେ ତକର କାନେ ଗୁଟେ ଘା’ ହେଇଥିଲା। ହେଲେ ସେବା ଯତନ୍‌ ଅଭାବୁ ଘା’ରେ ପୋକ୍‌ ହେଇଯାଇଥିଲେ। ଗଲା ରଏବାର ବେଲବୁଡର ୫ ବଜେ ସବୁଦିନର ଲାଗି ତାକର ନିଶାସ୍‌ ବଁଦ୍‌ ହେଇଗଲା। ଶବ ସତ୍‌କାର କରବାର ଲାଗି ଉପାସୀର ପୁଓ ମଗଶିର ଭୁଏ(୩୨) ଆର ନାତି ସୁଦାମ ଖଣ୍ଡା(୨୦) ଜାତି ଭାଇମାନକୁ ବିନ୍‌ତି କଲେ। ହେଲେ ଜାତି ଭାଇମାନେ ବୁଢ଼ୀର ଶବ୍‌କେ ଛିଁଲେ ଜାଏତ୍‌ ହେବାକେ ପଡ଼ବା ବଲି କେହି ପାସ୍‌କେ ନାଇଁ ଆଏଲେ। ଏନ୍‌ତାଥି ମଗଶିରକେ ଚାରହିକୁତି ଅଁଧାର ଦିଶ୍‌ଲା। ୫ ଘଁଟା ତକ୍‌ ମୁରଦାର ଘରେ ପଡ଼ି ରହେଲା। ଇ ଖବର ପାଇ ପାର୍ବତୀ ଗିରୀ ବୃଦ୍ଧାଶ୍ରମର ପରିଚାଲକ ଜଳନ୍ଧର ପଟେଲ ଆର ତାକର ପୁଓ ବିକାଶ ପଟେଲ ମଗଶିରକେ ସାହାଯ୍‌ କରବାକେ ଅଁଟା ଭିଡ଼ିଥିଲେ। ପୁଓ ନାତି ସଂଗେ ଦୁଇ ବାପ୍‌ପୁଓ ମିଶି ରାତାରାତି ଶବ ସତ୍‌କାର ଲାଗି ମଶାନ୍‌ପଦାକେ ନେଇଥିଲେ। ସାମାଜିକ୍‌ କରମୀକଁର ଇ ମହତ୍‌ କାଯ୍‌କେ ପାସର ଆସର ପଁାଚ୍‌ପାଲି ଗଁାର ଲୋକ୍‌ ବଡ଼ଭାରି ପରଶଁସା କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

ପୁରୀରେ ପୁଣି ହତ୍ୟାକାଣ୍ଡ

ପୁରୀ, ୨୬।୮ (ଅଜିତ୍ କୁମାର ମହାନ୍ତି): ପୁରୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଗତ ଦୁଇ ଦିନ ମଧ୍ୟରେ ପୁରୀରେ ଦୁଇଟି ହତ୍ୟାକାଣ୍ଡ ଘଟିଥିବାରୁ ଏହାକୁ…

ଜଳୁନି ଷ୍ଟ୍ରିଟ ଲାଇଟ: ଚେତାବନୀ ଦେଲେ ଲକ୍ଷ୍ମୀପୁର ଗ୍ରାମବାସୀ, ପଞ୍ଚାୟତ ନିର୍ବାଚନରେ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ସରକାର ପଞ୍ଚାୟତର ବିକାଶ ହେଉଛି ବୋଲି ଡିଣ୍ଡିପ ପିଟୁଥିବାବେଳେ ଏବେ ବି କିଛି ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର…

ଛାତରୁ ଖସୁଛି କଂକ୍ରିଟ୍‌, ତଳେ ପଢ଼ୁଛନ୍ତି ପିଲା: ଶ୍ରେଣୀଗୃହରେ ଜମୁଛି ପାଣି

ଆନନ୍ଦପୁର,୨୬।୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ମନୋହରପୁର ପଞ୍ଚାୟତ ମନୋହରପୁର ଉଚ୍ଚ ବିଦ୍ୟାଳୟ ଅବହେଳିତ ହୋଇପଡ଼ିଛି। ଶ୍ରେଣୀଗୃହ ଭଗ୍ନ ଅବସ୍ଥାରେ ଥିବାବେଳେ ଛାତରୁ…

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ ଫେରାର

ସୁନ୍ଦରଗଡ଼, ୨୬।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ହତ୍ୟା ଅଭିଯୁକ୍ତ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ପରିସ୍ରା ଯିବା…

ଯୁବ ରେଡକ୍ରସ ସଚେତନତା କାର୍ଯ୍ୟକ୍ରମ: ସମାଜରୁ ଅନ୍ଧବିଶ୍ୱାସ ଦୂର କରିବାକୁ ଆହ୍ବାନ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଯୁବ ରେଡକ୍ରସ ୟୁନିଟର ଇଣ୍ଡକ୍ସନ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri