ଲୋହୁରା, କାମ୍ବାଗୁଡା ସାହିକୁ ନଦୀଜଳ ଭରସା

ଫିରିଙ୍ଗିଆ, ୮ା୬ – କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ପଞ୍ଚାୟତ ଲୋହୁରା ସାହି, କାମ୍ବାଗୁଡା ସାହିର ଲୋକେ ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି। ସେଠାରେ ନଳକୂପ କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା ନ ଥିବାରୁ ପାଣି ଲାଗି ଲୋକେ ହଇରାଣ ହେଉଛନ୍ତି। ସେମାନଙ୍କର ନଦୀ ଏକମାତ୍ର ଭରସା। ଆବହମାନ କାଳରୁ ପାଖ ସୁନାମୁଦୀ ନଦୀ ପାଣିକୁ ବ୍ୟବହାର କରି ଚଳୁଛନ୍ତି। ଏବେ ଖରାଦିନ ହୋଇଥିବାରୁ ଜଳସ୍ତର ମଧ୍ୟ କମି ଗଲାଣି। ଫଳରେ ପାଣି ଅଧିକ ଗୋଳିଆ ରହୁଛି । କିଛି ଉପାୟ ନ ଥିବାରୁ ସେହି ପାଣିକୁ ନେଇ ପିଇବାକୁ ବାଧ୍ୟ ହେଉଛନ୍ତି। ବହୁ ବର୍ଷ ହେଲା ଗ୍ରାମରେ ଦୁଇଟି ନଳକୂପ ବସିଥିଲା। ପ୍ରଥମରୁ ଗୋଟିଏରୁ ପାଣି ବାହାରିଲା ନାହିଁ। ଅନ୍ୟଟିରୁ ଘଣ୍ଟାଏରେ ଅଧ ବାଲଟିଏ ପାଣି ବାହାରୁଛି। ତାହା ପୁଣି ଆଇରନ ମିଶ୍ରିତ କଳା ପାଣି। ଯାହାକୁ କେବେ ବି ଗ୍ରାମର ଲୋକେ ପିଇନାହାନ୍ତିି। ପାନୀୟ ଜଳ ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ପ୍ରତିକାର କରୁ ନାହାନ୍ତିି।
ଏହି ଦୁଇଟି ପଡା ଗ୍ରାମରେ ୨୦୦ରୁ ଊର୍ଦ୍ଧ୍ୱ ଲୋକେ ବସବାସ କରୁଛନ୍ତି। ଗୋଚ୍ଛାପଡା ସହରଠାରୁ ମାତ୍ର ୪/୫ କିମି ଦୂରରେ ରହିଛି ଏହି ଗ୍ରାମ। ତଥାପି ଏଠି ପାନୀୟ ଜଳ ପ୍ରତି ପ୍ରଶାସନ କି ଲୋକ ପ୍ରତିନିଧି ଦୃଷ୍ଟି ନ ଦେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାରଙ୍କ ତରଫରୁ ବହୁ ବର୍ଷ ହେଲା ଲୋହୁରା ସାହିରେ ନଳକୁପ ବସା ଯାଇଥିଲା। ସେଥିରୁ ଗୋଟିଏରୁ ପାଣି ବାହାରିଲା ନାହିଁିଁ। ଅନ୍ୟଟିରେ କଳା ପାଣି ବାହାରୁଛି। ଆମେ ପିଇବା ପାଣିଠୁ ଆରମ୍ଭ କରି ଗାଧୋଇବା ଓ ଶୌଚ ଇତ୍ୟାଦି କରିବାକୁ ହେଲେ ସୁନାମୁଦୀ ନଦୀ ଉପରେ ନିର୍ଭର କରୁଛୁ। ଖରାଦିନେ ଏବଂ ବର୍ଷା ଦିନେ ପାଣି ଅତ୍ୟନ୍ତ ଦୂଷିତ ହୋଇଥାଏ। ଯାହାକୁ ବ୍ୟବହାର କରିବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଅନ୍ୟ କିଛି ବିକଳ୍ପ ନ ଥିବାରୁ ଆମେ ଏହି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛୁ। ଅନେକ ସମୟରେ ବୟସ୍କଙ୍କଠାରୁ ଆରମ୍ଭ କରି ଛୋଟପିଲାମାନେ ବିଭିନ୍ନ ସଂକ୍ରାମକ ରୋଗର ଶିକାର ହେଉଛନ୍ତି। ସରକାର ପ୍ରତି ଗ୍ରାମକୁ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ମିଳୁନାହିଁ ବୋଲି ଋଷି ବିନ୍ଧାଣୀ, କମଳା ବିନ୍ଧାଣୀ, ରାଜ ବିନ୍ଧାଣୀ ଓ ଭୌରୀ ବିନ୍ଧାଣୀ ପ୍ରମୁଖ ପ୍ରକାଶ କରିଛନ୍ତିି। କହି କହି ଥକି ଗଲୁଣି, କେହି ଆମ କଥା ଶୁଣୁ ନାହାନ୍ତି। ନିର୍ବାଚନ ବେଳେ କହିଲେ ପାଣି ସମସ୍ୟା ସମାଧାନ ହେବ। ଏବେ ନିର୍ବାଚନ ସରି ଗଲାଣି। ଗ୍ରାମକୁ କେହି ଆସୁ ନାହାନ୍ତିି। ପାଖରେ ସରପଞ୍ଚ ଥାଇ ବି କିଛି ପଦକ୍ଷେପ ନେଉ ନ ଥିବା ଗ୍ରାମର ଟଙ୍କଧର ବିନ୍ଧାଣୀ, ସୁରେନ୍ଦ୍ର ବିନ୍ଧାଣୀ, ବାସନ୍ତୀ ବିନ୍ଧାଣୀ, ପାନିକୀ ବିନ୍ଧାଣୀ ପ୍ରମୁଖ କହିଛନ୍ତିି। ଏ ନେଇ ସରପଞ୍ଚ ସୁମିତ୍ରା କହଁରଙ୍କୁ ପଚାରିବାରୁ ଆମେ ବିଡିଓଙ୍କୁ ଏବଂ ଆରଡବ୍ଲ୍ୟୁଏସ୍‌ଏସ୍‌ ଅଫିସକୁ ଲେଖିକି ଜଣାଇଛୁ। ସେମାନେ ଆସୁ ନାହାନ୍ତିି କି କିଛି ପଦକ୍ଷେପ ନେଉ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ବିଡିଓ ବିଡ଼ିଓ ପ୍ରବୀଣ କୁମାର ବାଣୁଆ କୁହନ୍ତି, ପଞ୍ଚାୟତରେ ଟଙ୍କା ଅଛି। ଆରଡବ୍ଲ୍ୟୁଏସ୍‌ଏସ୍‌ ଅଫିସରେ ଟଙ୍କା ଡିପୋଜିଟ ଦେଲେ ସେମାନେ କାମ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ: ଏନଏସଏସ ସ୍ବେଚ୍ଛାସେବୀଙ୍କ ଦ୍ୱାରା ମେଗା ଚାରାରୋପଣ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ ୟୁନିଟ ଏବଂ ମହିଳା ଶାଖା ପକ୍ଷରୁ ମଙ୍ଗଳବାର କଲେଜ ପରିସରରେ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ବେଳାଭୂମି ଅବକ୍ଷୟ ପ୍ରସଙ୍ଗ:ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ଗଞ୍ଜାମ,୬।୭(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହେଉଛି ସମୁଦ୍ର l ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ଗୋଖର କୁଦାଠାରୁ ପୋଡମ ପେଟା, ବଟେଶ୍ୱର ବେଳାଭୂମି ଦେଇ ପ୍ରାୟଗି…

ବନ ମହୋତ୍ସବରେ, ଚାରା ରୋପଣ କଲେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ

ଦିଗପହଣ୍ଡି,୭।୭(ଅଶେଷ ନାଥ ମିଶ୍ର):  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ସୋମବାର ଦିଗପହଣ୍ଡି…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri