ଲୋକଙ୍କୁ ହଇରାଣ କଲେ ସରକାରୀ ଆକାଉଣ୍ଟ ଉଠାଇ ନିଆଯିବ

ଫୁଲବାଣୀ ଅଫିସ, ୨୩ା୧୨-ଜିଲା ପରାମର୍ଶଦାତା କମିଟି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡା.ବୃନ୍ଦା ଡି. ଏଥିରେ ଅଧ୍ୟକ୍ଷତା କରି ଜିଲାରେ ଗ୍ରାହକ ସେବା କେନ୍ଦ୍ର କିମ୍ବା ମିନି ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସେବା ନୀତି ଆୟୋଗଙ୍କ ମନ୍ତବ୍ୟ ଆଧାରରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବ୍ୟାଙ୍କଗୁଡିକ ପ୍ରତ୍ୟେକ ପଞ୍ଚାୟତରେ ଗ୍ରାହକ ସେବାକେନ୍ଦ୍ର ଖୋଲିବା ସହିତ ଋଣ ପ୍ରଦାନ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ ନ କରିବାକୁ ପରାମର୍ଶ ଦେଇଥିଲେ। ଆବଶ୍ୟକ କାଗଜପତ୍ର ନ ଥିଲେ, ଆବେଦନପତ୍ର ପାଇବାର ୧୦ଦିନ ମଧ୍ୟରେ ତାହାକୁ ନାକଚ କରିବା ଦରକାର। ଏଥିସହ କାରଣ ଦର୍ଶାଇ ସଂପୃକ୍ତ କାର୍ଯ୍ୟାଳୟ କିମ୍ବା ବ୍ୟକ୍ତିବିଶେଷ ପାଖକୁ ପଠାଇବାକୁ ପଡ଼ିବ। ଆବଶ୍ୟକୀୟ କାଗଜପତ୍ର ଥାଇ ଯଦି ମାସ ମାସ ଧରି ବିଚାରାଧୀନ ଅବସ୍ଥାରେ ପକାଇ ରଖି ଦିଆଯାଏ, ତାହାଲେ ସେହି ବ୍ୟାଙ୍କରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକର ଆକାଉଣ୍ଟ ଉଠାଇ ନିଆଯିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ଜିଲାପାଳ କହିଥିଲେ ା
ଭୁବନେଶ୍ୱରସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କର ସହକାରୀ ମହାପରିଚାଳକ ସନ୍ତୋଷ କୁମାର ପଟ୍ଟନାୟକ ଜିଲାର କିଛି ବ୍ୟାଙ୍କ ଋଣ ନ ଦେଇ ମାସ ମାସ ଧରି ବିଚାରାଧୀନ ଅବସ୍ଥାରେ ପକାଇ ରଖୁଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ବ୍ୟାଙ୍କରେ ପଡ଼ି ରହିଥିବା ଆବେଦନ ପତ୍ର ଗୁଡ଼ିକର ତାଲିକା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଗ୍ରାହକ ସେବା କେନ୍ଦ୍ରଗୁଡ଼ିକ ଦୂର ଦୂରାନ୍ତରେ ଥିବା ଗାଁ ଗୁଡ଼ିକରେ ସେବା ଯୋଗାଇଦେଲେ ଲୋକେ ଉପକୃତ ହୋଇପାରିବେ ବୋଲି କହିଥିଲେ। ବୈଠକରେ ଜିଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ କଳ୍ପତରୁ ସ୍ବାଇଁ ଗତ ସେପ୍ଟେମ୍ବର ଶେଷ ସୁଦ୍ଧା ୨୧ଟି ବ୍ୟାଙ୍କ, ସେଗୁଡ଼ିକର ୭୧ଟି ଶାଖା ଓ ୬୧ଟି ଏଟିଏମ୍‌ କାର୍ଯ୍ୟକ୍ଷମ ଥିବା କହିଥିଲେ। ଏହାବ୍ୟତୀତ ଫୁଲବାଣୀରେ ୨ଟି ନୂଆ ବ୍ୟାଙ୍କ ଖୋଲାଯାଇଛି। ସେଥିମଧ୍ୟରୁ ସୂର୍ଯ୍ୟୋଦୟ ସ୍ମଲ୍‌ ଫାଇନାନ୍ସିଂ ବ୍ୟାଙ୍କ ଲିଃ କେବଳ ଋଣ ପ୍ରଦାନ କରୁଥିବାବେଳେ ଇଣ୍ଡସ ଇଣ୍ଡ୍‌ ବ୍ୟାଙ୍କ କେବଳ ଦୁଇଚକିଆ ଗାଡ଼ି ପାଇଁ ଋଣ ପ୍ରଦାନ କରୁଛି ବୋଲି ସୂଚନା ଦେଇଥିଲେ ା ସେହିପରି ନାବାର୍ଡ ଏଜିଏମ୍‌ ଶ୍ରୀବତ୍ସ ଲାଞ୍ଛନ ଦାସ ନାବାର୍ଡର ଭୂମିକା ଏବଂ କାର୍ଯ୍ୟ ସମ୍ପର୍କରେ ସମ୍ୟକ ଧାରଣା ଦେଇଥିଲେ। ନାବାର୍ଡର ଜନଜାତି ଉନ୍ନୟନ ପାଣ୍ଠି ୱାଡ଼ି ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ, ଜିଲାର ୪ଟି ବ୍ଲକରେ ଜାଗୃତି, ବନବାସୀ ସେବା ସମିତି, ସ୍ବାତୀ ଏବଂ ସେନ୍ସଭୋଲ୍‌ ଭଳି ସ୍ବେଚ୍ଛାସେବୀ ଅନୁଷ୍ଠାନ ଗତ ୯ ମାସ ଧରି ଚାଷୀଙ୍କ ପାଇଁ କାର୍ଯ୍ୟ କରି ଆସୁଛନ୍ତି। ସେଥିରେ ପ୍ରାୟ ୩,୫୦୦ ଚାଷୀ ପରିବାର ଉପକୃତ ହେଉଛନ୍ତି। ୩ଟି ୱାଡ଼ିର ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ଟିକାବାଲିଠାରେ ଗୋଟିଏ ୱାଡ଼ିର ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବା ସୂଚନା ଦେଇଥିଲେ ା ସେହିପରି ଜିଲା ଶିଳ୍ପ କେନ୍ଦ୍ର, ଉଦ୍ୟାନ କୃଷି, ସାମାଜିକ ସୁରକ୍ଷା ବିଭାଗ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ମତ୍ସ୍ୟ ବିଭାଗ, ପାୈର ପରିଷଦ, ପ୍ରାଣୀ ଚିକିତ୍ସା ବିଭାଗ, ମିଶନ ଶକ୍ତିର ଅଧିକାରୀମାନେ ସେମାନଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri