ଲୋକଙ୍କ ସ୍ବର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଭାରତର ଅଧିକାଂଶ ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲରେ ଉପସ୍ଥାପକମାନେ ସମଗ୍ର କାର୍ଯ୍ୟକ୍ରମକୁ ନିଜ ଅକ୍ତିଆରକୁ ନେଇଯାଉଥିବା ଆଲୋଚନା ହେଉଛି। ଏପରି କି ପ୍ୟାନେଲରେ ବସୁଥିବା ଅତିଥିମାନଙ୍କୁ ସହଜରେ କହିବାକୁ ଦିଆଯାଉ ନାହିଁ। ବିଶେଷଜ୍ଞମାନେ କହୁଥିବା ବେଳେ ଉପସ୍ଥାପକମାନେ ଯେଭଳି ହସ୍ତକ୍ଷେପ କରୁଛନ୍ତି ତାହା ଦ୍ୱାରା ଦର୍ଶକ ବିରକ୍ତ ହୋଇଯାଉଥିବା ଅନୁଭବ ହେଉଛି। ସାଧାରଣରେ କୁହାଯାଉଛି, ଏଭଳି କରି ଉପସ୍ଥାପକମାନେ ସତେଯେମିତି ସମସ୍ତଙ୍କଠାରୁ ଅଧିକ ଜାଣିଛନ୍ତି ବୋଲି ଦେଖେଇ ହୋଇଥାଆନ୍ତି। ହେଲେ କେତେକ ଉପସ୍ଥାପକ ଅଛନ୍ତି, ଯେଉଁମାନେ ବହୁ ବିଷୟରେ ଜ୍ଞାନ ଅର୍ଜନ କରିଥିଲେ ମଧ୍ୟ ଅତି ଭଦ୍ର ଭାବେ ଅତିଥିଙ୍କ ସହ ଆଲୋଚନା କରିବାରେ ଆନନ୍ଦ ପାଇଥାଆନ୍ତି। ଏମାନଙ୍କ ମଧ୍ୟରୁ ‘ଏନ୍‌ଡିଟିଭି ଇଣ୍ଡିଆ’ର ରବୀଶ କୁମାର ଅନ୍ୟତମ। ତାଙ୍କ ତଥ୍ୟଭିତ୍ତିକ ଉପସ୍ଥାପନା ସାମ୍ବାଦିକତାର ବୃତ୍ତିଗତ ମୂଲ୍ୟବୋଧ ବଜାୟ ରଖିବାରେ ନୂଆ ଦିଗ ଦେଖାଇଛି। ବୋଧହୁଏ ସେଥିପାଇଁ ରବୀଶ ୨୦୧୯ ରେମନ୍‌ ମାଗ୍‌ସେସେ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିପାଇଁ ନାମ ଚୟନ କରାଯିବା ବେଳେ ବିଚାରକମଣ୍ଡଳୀ ତାଙ୍କୁ ‘ଲୋକଙ୍କ ସ୍ବର’ ଭାବେ ଅଭିହିତ କରିଛନ୍ତି। ସତ ବିଷୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦିଗରେ ରବୀଶ ଯେଭଳି ନୈତିକ ସାହସ ଦେଖାଇପାରିଛନ୍ତି, ତାହା ଅନନ୍ୟ ବୋଲି କୁହାଯାଇଛି। ଏସିଆର ନୋବେଲ ପୁରସ୍କାର ଭାବେ ବିବେଚିତ ହେଉଥିବା ରେମନ୍‌ ମାଗ୍‌ସେସେ ୨ ଅଗଷ୍ଟରେ ଘୋଷଣା କରାଯାଇଛି। ସାମ୍ବାଦିକତା କ୍ଷେତ୍ରରେ ରବୀଶ ମନୋନୀତ ହେବା ପରେ ତାଙ୍କୁ ସମାଜର ପ୍ରତ୍ୟେକ ବର୍ଗରୁ ଶୁଭେଚ୍ଛା ମିଳିବାରେ ଲାଗିଛି।
ବିହାର ମୋତିହାରିରେ ୫ ଡିସେମ୍ବର ୧୯୭୪ରେ ରବୀଶ ଜନ୍ମଗ୍ରହଣ କରିଥିଲେ। ପାଟନାର ଲୟଲା ହାଇସ୍କୁଲରୁ ପଢ଼ା ସାରିବା ପରେ ସେ ଉଚ୍ଚଶିକ୍ଷା ଲାଗି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ଦେଶବନ୍ଧୁ କଲେଜକୁ ଯାଇଥିଲେ। ତେବେ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ରୁ ହିନ୍ଦୀ ସାମ୍ବାଦିକତାରେ ଡିଗ୍ରୀ ଅର୍ଜନ କରିବା ପରେ ଏହି ବୃତ୍ତିରେ ନିଜକୁ ସେ ନିୟୋଜିତ କରିଥିଲେ। ସୌଭାଗ୍ୟକ୍ରମେ ଏନ୍‌ଡିଟିଭି ଇଣ୍ଡିଆ ତାଙ୍କ ପାଇଁ ପାଲଟିଯାଇଥିଲା ଉତ୍ତମ ମଞ୍ଚ। ୧୯୯୬ ମସିହାରୁ ସେ ଏହି ଚ୍ୟାନେଲରେ କାର୍ଯ୍ୟ କରିଆସୁଛନ୍ତି। ଅସହାୟଙ୍କ ପାଇଁ ସ୍ବର ପାଲଟିଥିବା ଏହି ସାମ୍ବାଦିକ ଅନ୍ୟାୟ ବିରୋଧରେ ରିପୋର୍ଟ ଉପସ୍ଥାପନ କରି ଅନେକଙ୍କ ଧମକର ସମ୍ମୁଖୀନ ହୋଇଛନ୍ତି। ତଥାପି ନିଜ ଆଭିମୁଖ୍ୟ ବଦଳାଇ ନାହାନ୍ତି। ଲୋକପ୍ରିୟ କାର୍ଯ୍ୟକ୍ରମ ‘ପ୍ରାଇମ୍‌ ଟାଇମ୍‌’, ‘ହମ୍‌ ଲୋଗ୍‌’ ଏବଂ ‘ରବୀଶ କୀ ରିପୋର୍ଟ’ରେ ତଥ୍ୟଭିତ୍ତିକ ଓ ମାର୍ମିକ ଉପସ୍ଥାପନା ଯୋଗୁ ସେ ଅସଂଖ୍ୟ ପ୍ରଶଂସକ ସୃଷ୍ଟି କରିପାରିଛନ୍ତି।
ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ରବୀଶ ଯେଉଁଭଳି ନିର୍ଭୀକ ବୃତ୍ତିଧାରୀ ପାଲଟି ନୂଆ ଫର୍ଦ୍ଦ ଯୋଡ଼ି ଚାଲିଛନ୍ତି, ତାହା ଏହି ପେସାକୁ ଆଦରି ନେଉଥିବା ପିଢ଼ି ପାଇଁ ନିଶ୍ଚିତ ଦିଗବାରିଣୀ ପାଲଟିବ। ସିଧା ସିଧା କହିବାରେ ପ୍ରତିବଦ୍ଧତା ତାଙ୍କୁ ଆଜି ଅନେକ ସ୍ବୀକୃତି ଦେଇଛି। କେବଳ ଜଣେ ସାମ୍ବାଦିକ ନୁହନ୍ତି, ଲେଖକ ଭାବେ ମଧ୍ୟ ତାଙ୍କ ପରିଚୟ ସୁସ୍ପଷ୍ଟ। ତାଙ୍କ ‘ଦି ଫ୍ରି ଭଏସ୍‌-ଅନ୍‌ ଡେମୋକ୍ରାସି, କଲ୍‌ଚର ଆଣ୍ଡ୍‌ ନେଶନ୍‌’ ପୁସ୍ତକ ବହୁ ପାଠିକାପାଠକ ସୃଷ୍ଟି କରିପାରିଛି। ପୁରସ୍କାର ଓ ସମ୍ମାନ ଦିଗକୁ ଦେଖିଲେ ଅନେକ ଅନୁଷ୍ଠାନ ତାଙ୍କ କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିଛନ୍ତି। ୨୦୧୦ରେ ହିନ୍ଦୀ ସାମ୍ବାଦିକତା ଲାଗି ଗଣେଶ ଶଙ୍କର ବିଦ୍ୟାର୍ଥୀ ସମ୍ମାନ ଓ ୨୦୧୪ରେ ସୃଜନଶୀଳ ସାହିତ୍ୟ ଲାଗି ସେ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି। ସେହିପରି ସାମ୍ବାଦିକତାରେ ଉତ୍କର୍ଷ ସକାଶେ ୨୦୧୩ ଓ ୨୦୧୭ରେ ରାମନାଥ ଗୋଏଙ୍କା ଏକ୍ସଲେନ୍ସ ଇନ୍‌ ଜର୍ନାଲିଜମ୍‌ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ‘ଦି ଇଣ୍ଡିଆନ୍‌ ଏକ୍ସପ୍ରେସ’ ପକ୍ଷରୁ ୨୦୧୬ରେ କରାଯାଇଥିବା ୧୦୦ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାରେ ସେ ସ୍ଥାନ ପାଇଥିଲେ। ମୁମ୍ବାଇ ପ୍ରେସ୍‌ କ୍ଲବ୍‌ ପକ୍ଷରୁ ୨୦୧୬ରେ ତାଙ୍କୁ ‘ବେଷ୍ଟ ଜର୍ନାଲିଷ୍ଟ ଅଫ୍‌ ଦି ଇୟର’ ଓ ୨୦୧୭ରେ ପ୍ରଥମ ‘କୁଲଦୀପ୍‌ ନାୟାର ଜର୍ନାଲିଜମ୍‌ ଆଓ୍ବାର୍ଡ’ରେ ଭୂଷିତ କରାଯାଇଥିଲା। ତେବେ ରେମନ୍‌ ମାଗ୍‌ସେସେ ପୁରସ୍କାର ତାଙ୍କୁ ଅନ୍ତର୍ଜାତୀୟ ଖ୍ୟାତି ଆଣି ଦେଇଛି।
ରବୀଶଙ୍କ ବ୍ୟକ୍ତିଗତ ଜୀବନ ଦେଖିଲେ ସ୍ତ୍ରୀ ନୟନା ଦାସଗୁପ୍ତ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର।
-ଜିତେନ୍ଦ୍ର କୁମାର ନାୟକ ରତର ଅଧିକାଂଶ ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲରେ ଉପସ୍ଥାପକମାନେ ସମଗ୍ର କାର୍ଯ୍ୟକ୍ରମକୁ ନିଜ ଅକ୍ତିଆରକୁ ନେଇଯାଉଥିବା ଆଲୋଚନା ହେଉଛି। ଏପରି କି ପ୍ୟାନେଲରେ ବସୁଥିବା ଅତିଥିମାନଙ୍କୁ ସହଜରେ କହିବାକୁ ଦିଆଯାଉ ନାହିଁ। ବିଶେଷଜ୍ଞମାନେ କହୁଥିବା ବେଳେ ଉପସ୍ଥାପକମାନେ ଯେଭଳି ହସ୍ତକ୍ଷେପ କରୁଛନ୍ତି ତାହା ଦ୍ୱାରା ଦର୍ଶକ ବିରକ୍ତ ହୋଇଯାଉଥିବା ଅନୁଭବ ହେଉଛି। ସାଧାରଣରେ କୁହାଯାଉଛି, ଏଭଳି କରି ଉପସ୍ଥାପକମାନେ ସତେଯେମିତି ସମସ୍ତଙ୍କଠାରୁ ଅଧିକ ଜାଣିଛନ୍ତି ବୋଲି ଦେଖେଇ ହୋଇଥାଆନ୍ତି। ହେଲେ କେତେକ ଉପସ୍ଥାପକ ଅଛନ୍ତି, ଯେଉଁମାନେ ବହୁ ବିଷୟରେ ଜ୍ଞାନ ଅର୍ଜନ କରିଥିଲେ ମଧ୍ୟ ଅତି ଭଦ୍ର ଭାବେ ଅତିଥିଙ୍କ ସହ ଆଲୋଚନା କରିବାରେ ଆନନ୍ଦ ପାଇଥାଆନ୍ତି। ଏମାନଙ୍କ ମଧ୍ୟରୁ ‘ଏନ୍‌ଡିଟିଭି ଇଣ୍ଡିଆ’ର ରବୀଶ କୁମାର ଅନ୍ୟତମ। ତାଙ୍କ ତଥ୍ୟଭିତ୍ତିକ ଉପସ୍ଥାପନା ସାମ୍ବାଦିକତାର ବୃତ୍ତିଗତ ମୂଲ୍ୟବୋଧ ବଜାୟ ରଖିବାରେ ନୂଆ ଦିଗ ଦେଖାଇଛି। ବୋଧହୁଏ ସେଥିପାଇଁ ରବୀଶ ୨୦୧୯ ରେମନ୍‌ ମାଗ୍‌ସେସେ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିପାଇଁ ନାମ ଚୟନ କରାଯିବା ବେଳେ ବିଚାରକମଣ୍ଡଳୀ ତାଙ୍କୁ ‘ଲୋକଙ୍କ ସ୍ବର’ ଭାବେ ଅଭିହିତ କରିଛନ୍ତି। ସତ ବିଷୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦିଗରେ ରବୀଶ ଯେଭଳି ନୈତିକ ସାହସ ଦେଖାଇପାରିଛନ୍ତି, ତାହା ଅନନ୍ୟ ବୋଲି କୁହାଯାଇଛି। ଏସିଆର ନୋବେଲ ପୁରସ୍କାର ଭାବେ ବିବେଚିତ ହେଉଥିବା ରେମନ୍‌ ମାଗ୍‌ସେସେ ୨ ଅଗଷ୍ଟରେ ଘୋଷଣା କରାଯାଇଛି। ସାମ୍ବାଦିକତା କ୍ଷେତ୍ରରେ ରବୀଶ ମନୋନୀତ ହେବା ପରେ ତାଙ୍କୁ ସମାଜର ପ୍ରତ୍ୟେକ ବର୍ଗରୁ ଶୁଭେଚ୍ଛା ମିଳିବାରେ ଲାଗିଛି।
ବିହାର ମୋତିହାରିରେ ୫ ଡିସେମ୍ବର ୧୯୭୪ରେ ରବୀଶ ଜନ୍ମଗ୍ରହଣ କରିଥିଲେ। ପାଟନାର ଲୟଲା ହାଇସ୍କୁଲରୁ ପଢ଼ା ସାରିବା ପରେ ସେ ଉଚ୍ଚଶିକ୍ଷା ଲାଗି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ଦେଶବନ୍ଧୁ କଲେଜକୁ ଯାଇଥିଲେ। ତେବେ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ରୁ ହିନ୍ଦୀ ସାମ୍ବାଦିକତାରେ ଡିଗ୍ରୀ ଅର୍ଜନ କରିବା ପରେ ଏହି ବୃତ୍ତିରେ ନିଜକୁ ସେ ନିୟୋଜିତ କରିଥିଲେ। ସୌଭାଗ୍ୟକ୍ରମେ ଏନ୍‌ଡିଟିଭି ଇଣ୍ଡିଆ ତାଙ୍କ ପାଇଁ ପାଲଟିଯାଇଥିଲା ଉତ୍ତମ ମଞ୍ଚ। ୧୯୯୬ ମସିହାରୁ ସେ ଏହି ଚ୍ୟାନେଲରେ କାର୍ଯ୍ୟ କରିଆସୁଛନ୍ତି। ଅସହାୟଙ୍କ ପାଇଁ ସ୍ବର ପାଲଟିଥିବା ଏହି ସାମ୍ବାଦିକ ଅନ୍ୟାୟ ବିରୋଧରେ ରିପୋର୍ଟ ଉପସ୍ଥାପନ କରି ଅନେକଙ୍କ ଧମକର ସମ୍ମୁଖୀନ ହୋଇଛନ୍ତି। ତଥାପି ନିଜ ଆଭିମୁଖ୍ୟ ବଦଳାଇ ନାହାନ୍ତି। ଲୋକପ୍ରିୟ କାର୍ଯ୍ୟକ୍ରମ ‘ପ୍ରାଇମ୍‌ ଟାଇମ୍‌’, ‘ହମ୍‌ ଲୋଗ୍‌’ ଏବଂ ‘ରବୀଶ କୀ ରିପୋର୍ଟ’ରେ ତଥ୍ୟଭିତ୍ତିକ ଓ ମାର୍ମିକ ଉପସ୍ଥାପନା ଯୋଗୁ ସେ ଅସଂଖ୍ୟ ପ୍ରଶଂସକ ସୃଷ୍ଟି କରିପାରିଛନ୍ତି।
ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ରବୀଶ ଯେଉଁଭଳି ନିର୍ଭୀକ ବୃତ୍ତିଧାରୀ ପାଲଟି ନୂଆ ଫର୍ଦ୍ଦ ଯୋଡ଼ି ଚାଲିଛନ୍ତି, ତାହା ଏହି ପେସାକୁ ଆଦରି ନେଉଥିବା ପିଢ଼ି ପାଇଁ ନିଶ୍ଚିତ ଦିଗବାରିଣୀ ପାଲଟିବ। ସିଧା ସିଧା କହିବାରେ ପ୍ରତିବଦ୍ଧତା ତାଙ୍କୁ ଆଜି ଅନେକ ସ୍ବୀକୃତି ଦେଇଛି। କେବଳ ଜଣେ ସାମ୍ବାଦିକ ନୁହନ୍ତି, ଲେଖକ ଭାବେ ମଧ୍ୟ ତାଙ୍କ ପରିଚୟ ସୁସ୍ପଷ୍ଟ। ତାଙ୍କ ‘ଦି ଫ୍ରି ଭଏସ୍‌-ଅନ୍‌ ଡେମୋକ୍ରାସି, କଲ୍‌ଚର ଆଣ୍ଡ୍‌ ନେଶନ୍‌’ ପୁସ୍ତକ ବହୁ ପାଠିକାପାଠକ ସୃଷ୍ଟି କରିପାରିଛି। ପୁରସ୍କାର ଓ ସମ୍ମାନ ଦିଗକୁ ଦେଖିଲେ ଅନେକ ଅନୁଷ୍ଠାନ ତାଙ୍କ କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିଛନ୍ତି। ୨୦୧୦ରେ ହିନ୍ଦୀ ସାମ୍ବାଦିକତା ଲାଗି ଗଣେଶ ଶଙ୍କର ବିଦ୍ୟାର୍ଥୀ ସମ୍ମାନ ଓ ୨୦୧୪ରେ ସୃଜନଶୀଳ ସାହିତ୍ୟ ଲାଗି ସେ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି। ସେହିପରି ସାମ୍ବାଦିକତାରେ ଉତ୍କର୍ଷ ସକାଶେ ୨୦୧୩ ଓ ୨୦୧୭ରେ ରାମନାଥ ଗୋଏଙ୍କା ଏକ୍ସଲେନ୍ସ ଇନ୍‌ ଜର୍ନାଲିଜମ୍‌ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ‘ଦି ଇଣ୍ଡିଆନ୍‌ ଏକ୍ସପ୍ରେସ’ ପକ୍ଷରୁ ୨୦୧୬ରେ କରାଯାଇଥିବା ୧୦୦ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାରେ ସେ ସ୍ଥାନ ପାଇଥିଲେ। ମୁମ୍ବାଇ ପ୍ରେସ୍‌ କ୍ଲବ୍‌ ପକ୍ଷରୁ ୨୦୧୬ରେ ତାଙ୍କୁ ‘ବେଷ୍ଟ ଜର୍ନାଲିଷ୍ଟ ଅଫ୍‌ ଦି ଇୟର’ ଓ ୨୦୧୭ରେ ପ୍ରଥମ ‘କୁଲଦୀପ୍‌ ନାୟାର ଜର୍ନାଲିଜମ୍‌ ଆଓ୍ବାର୍ଡ’ରେ ଭୂଷିତ କରାଯାଇଥିଲା। ତେବେ ରେମନ୍‌ ମାଗ୍‌ସେସେ ପୁରସ୍କାର ତାଙ୍କୁ ଅନ୍ତର୍ଜାତୀୟ ଖ୍ୟାତି ଆଣି ଦେଇଛି।
ରବୀଶଙ୍କ ବ୍ୟକ୍ତିଗତ ଜୀବନ ଦେଖିଲେ ସ୍ତ୍ରୀ ନୟନା ଦାସଗୁପ୍ତ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?