ଲୋକ ସଭାର ଅଧିଷ୍ଠାତା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ
ଲୋକ ସଭାର ମୁଖ୍ୟ ହେଉଛନ୍ତି ବାଚସ୍ପତି। ସେ ଗୃହ ସଦସ୍ୟଙ୍କ କ୍ଷମତା ଓ ସ୍ବାଧିକାର ରକ୍ଷକ ଭାବେ ଜଣାଶୁଣା। ସଂସଦୀୟ ଶିଷ୍ଟାଚାର ବଜାୟ ରଖିବାରେ ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିମ୍ନ ସଦନର ଅଧିଷ୍ଠାତା ହୋଇଥିବାରୁ ଭାରତୀୟ ସମ୍ବିଧାନ ଓ ସଂସଦୀୟ ଲୋକାଚାରକୁ ଗଭୀର ଅନୁଶୀଳନ କରି ବାଚସ୍ପତି ଗୃହକାର୍ଯ୍ୟ ଚଳାଇଥାଆନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) କ୍ଷମତାସୀନ ହେବା ପରେ ରାଜସ୍ଥାନର କୋଟା ଏମ୍‌ପି ଓମ୍‌ ବିର୍ଲା ଲୋକ ସଭାର ବାଚସ୍ପତି ହୋଇଛନ୍ତି। ରାଜସ୍ଥାନ ଭାଜପାର ବୈଶ୍ୟମାନଙ୍କ ଚେହେରା କୁହାଯାଉଥିବା ଏହି ବ୍ୟକ୍ତିଙ୍କ ମୁଣ୍ଡରେ ବାଚସ୍ପତି ଭଳି ମୁକୁଟ ମିଳିବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। କେବଳ ଦୁଇ ଥର ଲୋକ ସଭାକୁ ନିର୍ବାଚିତ ହୋଇଥିବା ଓମ୍‌ଙ୍କ ନାମ ବାଚସ୍ପତି ଲାଗି ଯେବେ ଘୋଷଣା ହେଲା ସେତେବେଳେ ରାଜନୈତିକ ମହଲରେ ଚହଳ ପଡ଼ିଯାଇଥିଲା। ବରିଷ୍ଠମାନଙ୍କୁ ପଛରେ ପକାଇ ଏହି ୫୬ ବର୍ଷୀୟ ନେତାଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମର୍ଥନ ରହିଥିବା ପରେ ଜଣାପଡ଼ିଥିଲା।
ଓମ୍‌ ରାଜସ୍ଥାନର କୋଟାରେ ୨୩ ନଭେମ୍ବର ୧୯୬୨ରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀକୃଷ୍ଣ ବିର୍ଲା ଓ ଶକୁନ୍ତଳା ଦେବୀଙ୍କ ଏହି ସନ୍ତାନ ପିଲାଟି ବେଳୁ ନିଜକୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରିଥିଲେ। କୋଟାସ୍ଥିତ ଗଭର୍ନମେଣ୍ଟ କମର୍ସ କଲେଜରୁ ବାଣିଜ୍ୟରେ ସେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ଛାତ୍ର ରାଜନୀତିରେ ସକ୍ରିୟ ରହି ସେ ୧୯୭୯ରେ କଲେଜ ଛାତ୍ର ସଂସଦର ସଭାପତି ହୋଇଥିଲେ। ପରେ ୨୦୦୩ରେ ସେ ଦକ୍ଷିଣ କୋଟାରୁ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୦୮ ଓ ୨୦୧୩ରେ ସେ ତୃତୀୟ ଥର ପାଇଁ ବିଧାୟକ ହୋଇଥିଲେ। ୨୦୦୩ରୁ ୨୦୦୮ ମଧ୍ୟରେ ସେ ବସୁନ୍ଧରା ରାଜେ ସରକାରରେ ପାର୍ଲାମେଣ୍ଟାରୀ ସେକ୍ରେଟାରି (ରାଷ୍ଟ୍ରପାହ୍ୟ ର଼୍ୟାଙ୍କ) ହୋଇଥିଲେ। ସାଙ୍ଗଠନିକ ଦକ୍ଷତା ସହ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟରେ ସମ୍ପୃକ୍ତି ତାଙ୍କୁ ଜାତୀୟ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଫଳରେ ୨୦୧୪ରେ ତାଙ୍କୁ କୋଟା ଲୋକ ସଭା ଆସନରୁ ପ୍ରାର୍ଥୀ କରାଯାଇଥିଲା। ସେଠାରୁ ସେ ସଫଳ ହେବା ପରେ ଦ୍ୱିତୀୟ ଥର ଲାଗି ୨୦୧୯ରେ ପୁନଶ୍ଚ ତାଙ୍କ ଉପରେ ପାର୍ଟି ଭରସା କରିଥିଲା। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ଆଦର୍ଶରେ ଅନୁପ୍ରାଣିତ ଓମ୍‌ ସାଧାରଣ ନିର୍ବାଚନ ବେଳେ ତାଙ୍କ ବିଜୟ ମୋଦିଙ୍କୁ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ଲାଗି ସୁଯୋଗ ଦେବ ବୋଲି ସ୍ଲୋଗାନ ଦେଇ ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ବାଚସ୍ପତି ହେବା ପଛରେ ଦକ୍ଷତାର ସହ ରାଜସ୍ଥାନ ଓ ଗୁଜରାଟରେ ସମବାୟ ସମିତି ପରିଚାଳନାକୁ ଶ୍ରେୟ ଦିଆଯାଉଛି। କୁହାଯାଉଛି ଗୁଜରାଟ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ମୋଦିଙ୍କ ସହ ତାଙ୍କ ସମ୍ପର୍କ ନିବିଡ଼ ଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବୁଥ୍‌ ପରିଚାଳନା କ୍ଷେତ୍ରରେ ଓମ୍‌ଙ୍କ ରଣକୌଶଳ ଓ ଦକ୍ଷତାକୁ ଶାହ ମଧ୍ୟ ପ୍ରଶଂସା କରିଛନ୍ତି।
ବାଚସ୍ପତି ଭାବେ ଲୋକ ସଭା ପରିଚାଳନା କରିବା ନିଶ୍ଚିତ କାଠିକର ବ୍ୟାପାର। ନିମ୍ନ ସଦନର ପ୍ରଥମ ବାଚସ୍ପତି ଗଣେଶ ବାସୁଦେବ ମାଭାଲାଙ୍କଠାରୁ ଅଦ୍ୟାବଧି ୧୬ ଜଣ ବ୍ୟକ୍ତି ଏହି ମର୍ଯ୍ୟାଦାଜନକ ପଦବୀରେ ରହିଆସିଛନ୍ତି। ଶାସକ ଓ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ, ଯୁକ୍ତିତର୍କ ଓ ବିଶୃଙ୍ଖଳା ସୃଷ୍ଟି କରିବାର ନଜୀର ରହିଛି। ୧୭ତମ ବାଚସ୍ପତି ହୋଇଥିବା ଓମ୍‌ ଧୈର୍ଯ୍ୟର ସହ ବିଚକ୍ଷଣତା ପ୍ରଦର୍ଶନ କରି ଉତ୍ତମ ଭାବେ ଗୃହ ଚଳାଇବେ ବୋଲି ଆଶା ରହିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri