ପରଜଙ୍ଗ, ୩।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ପୁଣିଥରେ ଲୁଟେରା ଆତଙ୍କ ଦେଖାଦେଇଛି। ଭାଲୁମୁଣ୍ଡା-ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ଗଣ୍ଡତଇଲା ଗ୍ରାମ ନିକଟରୁ ମଙ୍ଗଳବାର ଅପରାହ୍ନରେ ଭାରତ ଫାଇନାନ୍ସ କର୍ମଚାରୀ ଆଶିଷ କୁମାର ନାୟକଙ୍କ ଠାରୁ ଏକଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ ହୋଇଛି। ଗତ ସପ୍ତାହକ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା। ଏଥିପୂର୍ବରୁ ଗତ ଶୁକ୍ରବାର ମଧ୍ୟ ଆଶିଷ ଲୁଟ୍ର ଶିକାର ହୋଇଥିଲେ। ଡକାୟତମାନେ ତାଙ୍କଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଲୁଟେରାମାନେ ଫାଇନାନ୍ସ କର୍ମଚାରୀଙ୍କୁ ଯୋଜନାବଦ୍ଧ ଭାବେ ଟାର୍ଗେଟ କରୁଛନ୍ତି। ବନ୍ଧୁକ ମୁନରେ ଭୟଭୀତ କରି ଲୁଟ୍ପାଟ୍ କରୁଛନ୍ତି। ଅଭିଯୋଗ କଲେ ଥାନାରେ ଏତଲା ରଖାଯାଉନାହିଁ। ପୋଲିସ ସୁରକ୍ଷା ଯୋଗାଇଦେବାରେ ବିଫଳ ହେଉଥିବାରୁ ଏପରି ଘଟଣା ବଢ଼ିବାରେ ଲାଗିଛି ବୋଲି ଆଶିଷ ଅଭିଯୋଗ କରିଛନ୍ତି।
କୁମୁସି, ସାଆନ୍ଦା, ବାଲିପଶି ଅଞ୍ଚଳରୁ ଟଙ୍କା ସଂଗ୍ରହ କରି ୩ ବାଇକ୍ରେ ଭାରତ ଫାଇନାନ୍ସର ୪ଜଣ କର୍ମଚାରୀ ଫେରୁଥିଲେ। ଆଗରେ ଗୋଟିଏ ବାଇକ୍ରେ ରତିକାନ୍ତ ମହାପାତ୍ର, ହିରଣ୍ୟ ରାଉତ, ପଛରେ ପ୍ରଦୀପ ନାୟକ ଏବଂ ମଝିରେ ଆଶିଷ ବାଇକ୍ (ଓଡ଼ି ୧୯ ଏମ୍ ୫୫୫୦)ରେ ପରଜଙ୍ଗ ଫେରୁଥିଲେ। ଗଣ୍ଡତଇଲା ନିକଟରେ ସେମାନଙ୍କୁ ପିଛା କରୁଥିବା ୬ଜଣ ଯୁବକ ୩ଟି ବାଇକ୍ରେ ଆସି ଅଟକାଇଥିଲେ। ପିସ୍ତଲ, ଭୁଜାଲି ଦେଖାଇ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବାବେଳେ ରତିକାନ୍ତ କୌଶଳକ୍ରମେ ବାଇକ୍ରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ସେହିପରି ପଛରେ ଆସୁଥିବା ପ୍ରଦୀପ ଲୁଟେରାଙ୍କ କବଳରୁ ବର୍ତ୍ତିବା ପାଇଁ ଭାଲୁମୁଣ୍ଡା ଆଡକୁ ପଳାଇଥିଲେ। ଆଶିଷ ବାଇକ୍ ରଖି ପ୍ରାଣ ବିକଳରେ ଧାନଖେତ ଆଡ଼କୁ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବାବେଳେ ତାଙ୍କଠାରୁ ଟଙ୍କା ବ୍ୟାଗ୍ ଛଡ଼ାଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ।
ଆଶିଷଙ୍କ କହିବା କଥା, ଟଙ୍କା ଆଦାୟ କରିବାକୁ ଯିବା ପୂର୍ବରୁ ପୋଲିସକୁ ସୂଚନା ଦେବା ଗାଇଡଲାଇନ୍ ରହିଛି। ତଦନୁଯାୟୀ ସାଆନ୍ଦା ଫାଣ୍ଡିକୁ ଅବଗତ କରାଯାଇଥିଲା। ହେଲେ ପୋଲିସ ପକ୍ଷରୁ ସେମାନଙ୍କୁ କୌଣସି ସୁରକ୍ଷା ଯୋଗାଇ ଦିଆଯାଇ ନ ଥିଲା। ଗତ ଶୁକ୍ରବାର ୧୪୯ନଂ. ଜାତୀୟ ରାଜପଥର କୁଲେଇ ରାଣା ସ୍ପଞ୍ଜ କାରଖାନା ନିକଟରୁ ଦୁର୍ବୃତ୍ତମାନେ ଆଶିଷଙ୍କଠାରୁ ୧ଲକ୍ଷ ୩୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିବାକୁ ଆସଥିଲେ ମଧ୍ୟ ପୋଲିସ ତାଙ୍କୁ ନିରାଶ କରିଥିଲା। ଉଭୟ ଲୁଟ୍ ଘଟଣାରେ ଗୋଟିଏ ଗ୍ୟାଙ୍ଗ୍ର ହାତ ରହିଛି। ଏ ନେଇ ସେ ପରଜଙ୍ଗ ଥାନାକୁ ସୂଚନା ଦିଆଯାଇଥିବା ସେ କହିଛନ୍ତି। କିଛିମାସ ମଧ୍ୟରେ ଫାଇନାନ୍ସ କର୍ମଚାରୀଙ୍କଠାରୁ ସମାନ ଢଙ୍ଗରେ ଏକାଧିକ ଲୁଟ୍ ହେଲାଣି। ଲୁଟେରାମାନେ ଏଯାଏ ଧରାପଡ଼ିନାହାନ୍ତି, ଯାହା ପୋଲିସର ମୁଣ୍ଡବ୍ୟଥା ବଢ଼ାଇଛି।
ଏହି ବିଷୟରେ ଡିସିଓ ଦାୟିତ୍ୱରେ ଥିବା ଏସ୍ଆଇ ସରୋଜ ସେଠୀ କୁହନ୍ତି, ଘଟଣା ସମ୍ପର୍କରେ ସେ ଅବଗତ ଅଛନ୍ତି। ଏ ନେଇ ଲିଖିତ ଅଭିଯୋଗ ହୋଇନାହିଁ। ମୌଖିକ ଅଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ସେ ସୂଚନା ଦେଇଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…
Archives

