Odisha Elections 2024

ଲାଗିଛି ନିମ୍ନମାନର ଡଷ୍ଟବିନ୍‌ ଷ୍ଟାଣ୍ଡ

କାଶୀନଗର,୨୪ା୨(ଡି.ଏନ୍‌.ଏ.) ଗଜପତି ଜିଲା କାଶୀନଗର ଏନ୍‌ଏସିରେ ସଫେଇ କାର୍ଯ୍ୟ ବନ୍ଦ ରହିଥିବା ଯୋଗୁ ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଦେଖିବାକୁ ମିଳୁଛି। ଏଥିପାଇଁ ଅଞ୍ଚଳରେ ଘୁଷୁରିଙ୍କ ଉପଦ୍ରବ ପୁଣି ବଢ଼ିଛି। ତେବେ ଲୋକେ ଅଳିଆ ଆବର୍ଜନା ବାହାରେ ନ ଫୋପାଡ଼ି ଡଷ୍ଟବିନ୍‌ରେ ପକାଇବା ପାଇଁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ଡଷ୍ଟବିନ୍‌ ସ୍ଥାପନ ପାଇଁ ଷ୍ଟାଣ୍ଡ ପୋତାଯାଉଥିବାବେଳେ ଏଥିରେ ଡଷ୍ଟବିନ୍‌ଗୁଡ଼ିକ ଝୁଲି ରହିବ ବୋଲି ଏନ୍‌ଏସି ପକ୍ଷରୁ କୁହାଯାଉଛି। ହେଲେ ଏହି ଷ୍ଟାଣ୍ଡଗୁଡ଼ିକ ଅତି ହାଲୁକା ହୋଇଥିବାବେଳେ ଏଗୁଡ଼ିକ ଅଳିଆ ଡଷ୍ଟବିନ୍‌ର ଓଜନ ସମ୍ଭାଳିବା ପାଇଁ ଅନୁପଯୁକ୍ତ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏପରିକି ପ୍ରାୟ ୩ ଇଞ୍ଚ ଖୋଳି ଏହି ଷ୍ଟାଣ୍ଡ ପୋତି ନିମ୍ନମାନର କାମ କରାଯାଉଥିବା ସେମାନେ କହିଛନ୍ତି। ଏ ବିଷୟରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଏବିଡିଓ ରାଜେନ୍ଦ୍ର ପ୍ରସାଦ ପଣ୍ଡା କହିଛନ୍ତି, ଯଦି ଲୋକେ ଅଭିଯୋଗ କରୁଛନ୍ତି ତେବେ କାମ ଠିକ୍‌ାଭାବେ ହେଉଛି କି ନାହିଁ ଦିନେ ଦୁଇଦିନ ମଧ୍ୟରେ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସେହିପରି ୧୧ନମ୍ବର ଓ୍ବାର୍ଡ ଷ୍ଟେଟ୍‌ବ୍ୟାଙ୍କ୍‌ ଛକ ସାହିରେ ପୂର୍ବରୁ ଡଷ୍ଟବିନ୍‌ ନ ଥିବାବେଳେ ଏବେ ମଧ୍ୟ ନାହିଁ। ଫଳରେ ଲୋକେ ଏନ୍‌ଏସି କାର୍ଯ୍ୟାଳୟକୁ ଯାଇ ଏ ନେଇ ଜଣାଇଥିଲେ। ହେଲେ କୌଣସି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି। ଡଷ୍ଟବିନ୍‌ କାହିଁକି ମିଳିବନି ବୋଲି ପଚାରିଲେ କମ୍ପ୍ୟୁଟର୍‌ ପ୍ରୋଗ୍ରାମର୍‌ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରି କହିବି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହୁଛନ୍ତି। ତେବେ ସ୍ବଚ୍ଛତା ତଥା ବିକାଶମୂଳକ କାର୍ଯ୍ୟରେ କମ୍ପ୍ୟୁଟର ପ୍ରୋଗ୍ରାମର୍‌ଙ୍କ ସମ୍ପର୍କ କ’ଣ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଉଲ୍ଲେଖଯୋଗ୍ୟ, ଏନ୍‌ଏସି ଏବେ ସିଧାସଳଖ ପ୍ରଶାସନ ଅଧୀନରେ ରହିଥିବାବେଳେ ଏଭଳି କାର୍ଯ୍ୟ ନେଇ ଦୃଷ୍ଟି ଦେବା ସହ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀଙ୍କ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାମ୍ପି ନେଇଗଲେ ୧୦ କେଜି ରୂପା

ବାଲିଗୁଡ଼ା,୨୪।୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ପାଟଖଣ୍ଡା ସାହିରେ ରୂପା ବ୍ୟବସାୟୀଙ୍କଠାରୁ କେତେଜଣ ଲୁଟେରା ୧୦କିଲୋ ରୂପା ଝାମ୍ପି ନେଇ ଫେରାର...

ନିର୍ବାଚନ ପୂର୍ବରୁ ଅଶାନ୍ତ ନୟାଗଡ଼ରେ ବୁଲିଲା ଖଣ୍ଡା, ଭୁଜାଲି

ନୟାଗଡ଼,୨୪।୫: ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇପଡିଛି ନୟାଗଡ଼ ଜିଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ। ଭାପୁର ବ୍ଲକ ଭଗବାନପୁର ଏବଂ ଖଣ୍ଡପଡା ବ୍ଳକ ରାଣିପଡା ପଞ୍ଚାୟତ ବିରିଡ଼ି...

ଦିନକୁ ପରେ ନିର୍ବାଚନ:ମତଦାନ କେନ୍ଦ୍ର ଅଭିମୁଖେ ପୋଲିଂ ଟିମ୍‌

କଟକ,୨୪।୫(କାର୍ତ୍ତିକ ସାହୁ):କଟକ ଜିଲାର ୬ଟି ନିର୍ବାଚନ ମଣ୍ଡଳୀରେ ୨୫ ତାରିଖରେ ମତଦାନ ହେବ। ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନ କେନ୍ଦ୍ର ଅଭିମୁଖେ ପୋଲିଂ ଦଳଗୁଡିକ...

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ଅରବିନ୍ଦ ପାଢ଼ୀ

ପୁରୀ,୨୫।୫: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅରବିନ୍ଦ ପାଢ଼ୀ ଶୁକ୍ରବାର ଦାୟିତ୍ୱ ନେଇଛନ୍ତି। ବୀର ବିକ୍ରମ ଯାଦବ ଛୁଟିରେ ଯାଇଥିବାରୁ ଅରବିନ୍ଦ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି।...

ଏହି ଦିନ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ: ବୋର୍ଡ ପକ୍ଷରୁ ସୂଚନା

କଟକ,୨୪।୫(କାର୍ତ୍ତିକ ସାହୁ):ଆସନ୍ତା ୨୬ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଶୁକ୍ରବାର ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ୨୬ ତାରିଖ ସକାଳ ୧୦.୩୦ରେ ରେଜଲ୍ଟ ପ୍ରକାଶ...

ଗ୍ରାସୀମ କମ୍ପାନୀରେ ଅଘଟଣ: ଗ୍ୟାସ ପାଇପ୍‌ ଫାଟି ଚାରି ଆହତ

ଗଞ୍ଜାମ,୨୪।୫(ବିଦ୍ୟାଧର ସାହୁ):ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ଶୁକ୍ରବାର ଅଘଟଣ ଘଟିଛି। କମ୍ପାନୀର ଗ୍ୟାସ ପାଇପ ଫାଟି ଚାରି ଶ୍ରମିକ ଆହତ ହୋଇଥିବା ବେଳେ ଜଣେ...

ନିର୍ବାଚନ ପାଇଁ ଟଙ୍କା ବଣ୍ଟାକୁ ଗ୍ରାମବାସୀଙ୍କ ବିରୋଧ, ଭିଡ଼ିଓ ଭାଇରାଲ

ପାଟଣା,୨୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବଚନ ମଣ୍ଡଳୀରେ ଷଷ୍ଠ ପର୍ଯ୍ୟାୟରେ ମତଦାନ ଶନିବାର ଅନୁଷ୍ଠିତ ହେବ। ନିର୍ବାଚନର ୨ଦିନ ପୂର୍ବରୁ ଗୁରୁବାର ଦ୍ୱିପ୍ରହରରୁ...

୨୫ରେ ଓଡ଼ିଶା ଆସିବେ ସ୍ମୃତି ଇରାନୀ: ଏହି ସ୍ଥାନରେ କରିବେ ପ୍ରଚାର

କୁଜଙ୍ଗ,୨୪ା୫(ମନୋଜ ପ୍ରଧାନ):ପାରାଦୀପ ନିର୍ବାଚନମଣ୍ଡଳୀରେ ଭାଜପା ତା’ର ସ୍ଥିତିକୁ ସୁଦୃଢ କରୁଥିବା ବେଳେ ଭିନ୍ନ ଦଳରୁ ଭିନ୍ନ ଦଳରୁ ବହୁ ସମର୍ଥକ ଭାଜପାରେ ସାମିଲ ହୋଇଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri