ଲଲାଗୁଲା ହେଇ ଜୀବନ୍‌ ବିତଉଛନ୍‌ ଅଁଧ୍‌ ବୁରୁଧ୍‌: ଥଇଥାନ ଲାଗି ଦାବି କଲେ ଗଁ।ବାସୀ

 

ଅତାବିରା, ୨୧।୩ (ଡି.ଏନ୍‌.ଏ.)-
ବରଗଡ଼ ଜିଲା ଭେଡ଼େନ ବ୍ଲକ ସଂକିର୍ଡ଼ା ପଁଚେତ୍‌ ସଦର ଗଁାରେ ବାସ କରୁଛନ୍‌ ସୁରୁବାବାୁ ପତି(୬୬)। ଅନେକ ବଛର ତଲେ ସେ ଝନେ ଟ୍ରାକ୍ଟର ଡ୍ରାଇଭର ହିସାବେ ନିଜର ପେଟ୍‌ ପାଲୁଥିଲେ। ହେଲେ ଗୁଟେ ସଡ଼କ ଦୁରଘଟନାର ଶିକାର ହେଇ ଅଁଧ୍‌ ପାଲଟିଗଲେ। ତାହାକୁ ଡୁଂଗି ଦେଖ୍‌ବାକେ କେହି ନାଇଁ। ଏନ୍‌ତାଥି ଗଁାର ଗୁଟେ ପରିବାର ତାହାକୁ ଆଶ୍‌ରେ ଦେଇଛନ୍‌। ଯେ ଯାହା ଦେଲା ଖାଇ ନିଜର ଜୀବନ୍‌ ବଁଚେଇଛନ୍‌।
ସୂଚନା ଅନ୍‌ସାରେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ଗଁାର ସ୍ବର୍ଗତ ଦଶରଥ ପତିକଁର ୪ ପୁଓ ଜଗନ୍ନାଥ, ସୁରୁବାବୁ, ତ୍ରିବିକ୍ରମ, ତିଲୋଚନ। ଭାଇମାନକର ଭିତରେ ସୁରୁବାବୁ ପତି(୬୬) ଦୁଇନ ନମର। ଆଏଜ୍‌କେ ଅନେକ ବଛର ତଲେ କେହେନ୍‌ସି କାରନ୍‌ରୁ ସେ ଗଁା, ପରିବାର ଛାଡ଼ି ବରଗଡ଼ ଜିଲା ଭେଡ଼େନ ବ୍ଲକ ଡାଲବ ପଁଚେତ୍‌ ଖୁଣ୍ଟୁଲିପାଲି ଗଁାକେ ପଲେଇ ଆସିଥିଲେ। ଗଁାର ଝନ୍‌କର ଟ୍ରାକ୍ଟର ଚଲେଇ ନିଜର ପେଟ୍‌ ପାଲୁଥିଲେ। ୨୦୦୪ ସାଲେ ସେ କେହେନ୍‌ସି କାମ୍‌ରେ ଗୋଡ଼ଭଗା ଗଲାବେଲେ ଗୁଟେ ସଡ଼କ ଦୁରଘଟନାର ଶିକାର ହେଇଥିଲେ। ସେଠାନୁ ବୁର୍ଲା ଡାକ୍‌ତରଖାନାରେ ଅନେକ ଦିନ ଧରି ଚିକିଛିତ ହେଇଥିଲେ ବି ସବୁଦିନର ଲାଗି ଦୁଇ ଆଏଁଖ୍‌ ହରେଇଥିଲେ। ସେ ଦିନ୍‌ଠାନୁ ସୁରୁବାବୁ ଗୁଟେ ଦିବ୍ୟାଙ୍ଗ ଜୀବନ୍‌ ବିତଉଛନ୍‌। ଆସର ପାସର ଗଁା ବୁଲି ଭିଖ୍‌ ମାଗି ପେଟ୍‌ ପାଲୁଛନ୍‌। ଇ ହିସାବେ ସେ ବୁଲି ବୁଲି ଦିନେ ସଂକିର୍ଡା ଗଁାରେ ପୁହୁଁଚିଥିଲେ। ଅନେକ ବଛର ହେଲା ସେ ଇଠାନେ ରହିଆସୁଛନ୍‌। ଥାନୀଅ ପଁଚେତ୍‌ରୁ ମାସିକ ୫ଶହ ଟଁକା ଭତା ଆର ୧୦ କେ.ଜି. ଚାଉଲ ପାଉଛନ୍‌। ଚାଉଲ ଆର ଭତା ପଏସା କଁା କରସ ବଲି ପଚ୍‌ରାଲାରୁ ଅସବିଧା ସମିଆରେ ମୁଢ଼ି, ମିକ୍‌ଚର, ବିସ୍କୁଟ ଘିନି ଖାଏସିଁ ବଲି ସେ କହିଥିଲେ। ସେନ୍‌ତା ଗଁାରେ ଗୁଟେ ପରିବାର ମୋତେ ମୁଡ଼ ଗୁଁଜ୍‌ବାକେ ଜାଗା ଟିକେ ଆର ସୁବିଧା ଅସ୍‌ବିଧାରେ ଥିର ପାଏନ୍‌ ଟିକେ ଦେଉଛନ୍‌। ନାଇଁହେଲେ ମୁଇଁ କେଭ୍‌ଠାନୁ ଆରପାରେ ଥାଏତି ବଲି ସେ କହିଥିଲେ। ସେନ୍‌ତା ତାକର ମୂଲ ଗଁା ଆର ଘରର ଲୁକ୍‌କର ବାବ୍‌ଦେ ପଚ୍‌ରାଲାରୁ ଆମେ ୪ ଭାଇ। ଗଁାରେ ୧୦ ଏକର ଜମି ଥିଲା। ବଡ଼ ଆର ସାନ ଭାଇ ମରିଗଲେନ, ତିନ୍‌ ନମର ଭାଇ ଲାପତା ଅଛେ। ଏହେଦେ ଗଁାରେ ଆର ଜମିବାଡ଼ି କିଛି ନଁାଇଁନ, ଖାଲି ସାନଭାଏ ବହୁ ତାକର ଛୁଆପିଲାକୁ ଧରି ଗଁାରେ ରହୁଛନ୍‌। ମୁଇଁ ଇଠାନେ ମୋର ଭାଏଗ୍‌କେ ଆଦ୍‌ରି ମାଗିଯାଚି ଖାଉଛେଁ ବଲି ସୁରୁବାବୁ କହିଥିଲେ। ଜିଲା ଆର ଥାନୀଅ ପରଶାସନ ଇ ଅସାହା ଅଁଧ୍‌ ବୁରୁଧ୍‌କଁର ଉପରେ ଦୁରୁଷ୍‌ଟି ଦେଇ କେହେନ୍‌ସି ବୃଦ୍ଧାଶ୍ରମରେ ଥଇଥାନ କରବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କ ସହ ଧୋକା! ଦେଶକୁ ଫେରି କହିଲେ- ମୋଠାରୁ ଛଡ଼ାଇ ନିଆଗଲା…

ନୂଆଦିଲ୍ଲୀ,୨୫।୯: ୨୦୨୬ ଏସିଆନ ଗେମ୍ସରେ ଭାରତୀୟ ମିକ୍ସଡ ମାର୍ଶାଲ ଆଟର୍‌ସ (MMA) ଖେଳାଳି ସୁଚିକା ତାରିୟାଲ ଇତିହାସ ରଚିଛନ୍ତି। ମହିଳା ଟ୍ରାଡିସନାଲ ୬୦ କେଜି ବର୍ଗରେ ବ୍ରୋଞ୍ଜ…

ଲଗାଣ ବର୍ଷାରେ ମୟୂରଭଞ୍ଜ ବେହାଲ, ନଦୀରେ ବଢୁଛି ଜଳସ୍ତର, ଅନେକ ଅଞ୍ଚଳକୁ ବିଚ୍ଛିନ୍ନ କଲା ବନ୍ୟାଜଳ

ବାରିପଦା,୨୫।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ବେହାଲ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ଜିଲାର ଏକାଧିକ ନଦୀରେ ଜଳସ୍ତର ବୃଦ୍ଧି…

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

ବିପଦ ସଙ୍କେତ ଟପିଲା ବୈତରଣୀ, ସାଳନ୍ଦୀ ନଦୀ: ଭଦ୍ରକରେ ପୁଣି ବନ୍ୟା

ଭଦ୍ରକ,୨୫।୯(ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ବୁଡାଉ ଥିବା ୨ ପ୍ରମୁଖ ନଦୀରେ ଶୁକ୍ରବାର ପୁଣି ବନ୍ୟା ଆସିଛି l ବୁଧବାର ରାତିରୁ କ୍ରମାଗତ ବର୍ଷା ଲାଗି…

୩୦ ତାରିଖରେ ନୁହେଁ ଆଜି ଆସିବ ସାଲାରୀ ଟଙ୍କା, ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍‌ଲୀ,୨୫।୯: ସରକାରୀ କର୍ମଚାରୀଙ୍କ ପାଇଁ ସେପ୍ଟେମ୍ୱର ମାସ ଦୁଇଗୁଣ ଖୁସି ନେଇ ଆସିଛି। ସାଧାରଣତଃ ମାସର ଶେଷ ତାରିଖ ଅର୍ଥାତ ୩୦ କିମ୍ୱା ୩୧ ତାରିଖରେ ମିଳୁଥିବା…

ଲଗାଣ ବର୍ଷାରେ ବଢୁଛି ନଦୀ ଜଳସ୍ତର, ଦକ୍ଷିଣ ଓଡ଼ିଶାରେ ବନ୍ୟା

ଭୁବନେଶ୍ୱର,୨୫।୯: ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଳ ସମ୍ପଦ ବିଭାଗ…

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?