ଲକ୍‌ଡାଉନ୍‌: ଲୁଣ ଉତ୍ପାଦନ ନେଇ ଚିନ୍ତାରେ ଚାଷୀ

ଗଞ୍ଜାମ, ୧।୪(ଡି.ଏନ୍‌.ଏ.): ଗଞ୍ଜାମ-ହୁମା ୧୬ ନଂ. ଜାତୀୟ ରାଜପଥ ପାର୍ଶରେ କେନ୍ଦ୍ର ସରକାରଙ୍କ ୧୪୭୨ ଏକର ଲୁଣ ଚାଷ ଜମି ରହିଛି । ସେଥିମଧ୍ୟରୁ ହୁମା ଓ ବିଞ୍ଚଣାପଲ୍ଲୀ ଲବଣ ଉତ୍ପାଦନ ବିକ୍ରୟ ସମବାୟ ସମିତି ୭୨୯ ଏକର ଜମି ଲିଜ୍‌ ସୂତ୍ରରେ ଆଣି ସ୍ଥାନୀୟ ଅଞ୍ଚଳରେ ଚାଷୀଙ୍କୁ ଦିଆଯାଇଛି l ଏହି ଚାଷ ଖରା ଦିନେ ହୋଇଥାଏ । ଚଳିତ ମାସ ତଥା ଏହି ସମୟରେ ସମୁଦ୍ର ପାଣି ଜମିକୁ ଆଣି ୪ / ୫ ଦିନ ଶୁଖାଇବା ପରେ ମାଟିକୁ ଗୋଡ଼ରେ ଚକଟି ସେଥିରୁ ଲୁଣ ଉତ୍ପାଦନ କରାଯାଇଥାଏ। ମାତ୍ର କରୋନା ଯୋଗୁ ଏହି ଲୁଣ ଚାଷ ପ୍ରଭାବିତ ହୋଇଛି। ସ୍ଥାନୀୟ ଅଞ୍ଚଳ ତଥା ଗଞ୍ଜାମ ବ୍ଲକର ହୁମା ସମେତ ଲକ୍ଷ୍ମୀପୁର, ମୟୂରପଦା, ନୀଳାଦ୍ରିପୁର, ଖଟୁଆକୁଦା, କଣ୍ଟିଆଗଡ଼, ବିଞ୍ଚଣାପଲି, ପୁଇଁତୋଳା, ସୂର୍ଯ୍ୟ ନାରାୟଣପୁର ଆଦି ଗ୍ରାମର ଲୁଣ ଚାଷୀମାନେ ଜମିରେ ସମୁଦ୍ର ପାଣି ମଡ଼େଇ ସାରିଥିବା ବେଳେ ଲକ୍‌ଡାଉନ ଯୋଗୁ ଜମିକୁ ଯାଇପାରୁ ନାହାନ୍ତି । ବର୍ତ୍ତମାନ ଜମିରେ ଲୁଣ ହେଇଗଲାଣି । ସେଗୁଡିକୁ କିପରି ଜମିରୁ ବାହାର କରିବେ ସେନେଇ ଏବେ ଚାଷୀ ଚିନ୍ତାରେ ପଡ଼ିଛନ୍ତି ।
ପ୍ରକାଶ ଯେ, ପ୍ରାକୃତିକ ବିପର୍ଯ୍ୟୟ ଓ ଅଦିନିଆ ବର୍ଷା ଯୋଗୁ ଗତ ୪ ବର୍ଷ ହେଲା ଲୁଣ ଚାଷୀ କ୍ଷତି ସହିଛନ୍ତି। ତେଣୁ ସରକାର କିମ୍ବା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ପୁଇଁତୋଳା ଗ୍ରାମର ଲୁଣ ଚାଷୀ ବୃନ୍ଦାବନ ସାହୁ ଓ ଲକ୍ଷ୍ମୀପୁର ଗ୍ରାମର ଯୁଧିଷ୍ଠିର ରେଡ୍ଡୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

ପାଣି ସମସ୍ୟା ପାଇଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି, ୫।୫(ମନୋଜ କୁମାର ପାଢୀ): ପାଣି ପାଇଁ ରାସ୍ତା ରୋକେ କଲେ ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମବାସୀ। ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ କିଛି ଦିନ...

ମହିଳାଙ୍କ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି ଦମ୍ପତି ଫେରାର, ପାଟଣା ଥାନାର ଦ୍ୱାରସ୍ଥ ହେଲେ…

ପାଟଣା,୫।୫(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ମୁଖ୍ୟାଳୟ ଟାଇଁଶିରା ଗ୍ରାମର ୨୩ ଜଣ ମହିଳା ଠକେଇର ଶିକାର ହୋଇଛନ୍ତି।...

ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର, ୫।୫: ରବିବାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଛି କଂଗ୍ରେସ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।...

ପାରାଦୀପରେ ସୁନାମି ସମ୍ଭାବନା, ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ମତ୍ସବିଭାଗ

ପାରାଦୀପ,୫।୫(ଶରତ ରାଉତ): ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ...

ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ...

ଆଗାମୀ ୨୫ବର୍ଷର ଯାତ୍ରା ସ୍ଥିର କରିବୁ, ଏମିତି କାହିଁକି କହିଲେ ଜୟଶଙ୍କର

କଟକ,୫।୫: କଟକରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ସେଠାରେ ସେ ବୁଦ୍ଧିଜୀବୀଙ୍କ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ପାଇଁ ଆମକୁ...

କଖଡ଼ି ମହାନଦୀ ଅବବାହିକାରେ ୧୬୫ ପାଣିଚିରି, ୮୨ ଅଣ୍ଡା ଦେଲେ, ୩୫ ଛୁଆ ଫୁଟି ବାହାରିଲେ

ଖୁଣ୍ଟୁଣୀ, ୫।୫(ସଚ୍ଚିଦାନନ୍ଦ ପଣ୍ଡା): ପୃଥିବୀରେ ଇଣ୍ଡିଆନ୍‌ ସ୍କିମର ବା ପାଣିଚିରି ଏକ ବିରଳ ପ୍ରଜାତିର ପକ୍ଷୀ। ବିଶ୍ୱରେ ପକ୍ଷୀ ଗଣନା ଅନୁସାରେ ଏହି ପକ୍ଷୀର ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri