ଲକ୍‌ଡାଉନ୍‌: କିପରି ଚାଲିଛି ପରିବାର

କରୋନା କଟକଣା ବଢ଼ାଇଛି ଜଞ୍ଜାଳ। ଘରେ ଏବେ ପରିବାରର ସବୁ ସଦସ୍ୟ। ଏ ସମୟରେ ବଢ଼ିଛି ଗୃହିଣୀଙ୍କ କାମ। ନିତିଦିନିଆ କାମ ସାଙ୍ଗକୁ ପିଲା ଓ ଅନ୍ୟ ସମସ୍ତଙ୍କର ଖବର ବି ବୁଝିବାକୁ ପଡୁଛି । ଏ ସମ୍ପର୍କରେ କେତେକ ଗୃହିଣୀ ଯାହା କୁହନ୍ତି …

ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରିଛି। ଏହା କବଳରେ ଏବେ ଲକ୍ଷାଧିକ ଲୋକ। ଅପରପକ୍ଷରେ ସହସ୍ରାଧିକ ଲୋକଙ୍କର ଜୀବନ ନେଇ ସାରିଛି ଏହି ଭାଇରସ। ତେବେ ଏଥିରୁ ରକ୍ଷା ପାଇବା ପାଇଁ ଭାରତରେ ଲକ୍‌ ଡାଉନ ଘୋଷଣା ହୋଇଛି ଏବଂ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ତେଣୁ ଘରେ ଏବେ ପରିବାରର ସବୁ ସଦସ୍ୟ। ଏ ସମୟରେ ବଢ଼ିଛି ଗୃହିଣୀଙ୍କ କାମ। ନିତିଦିନିଆ କାମ ସାଙ୍ଗକୁ ପିଲା ଓ ଅନ୍ୟ ସମସ୍ତଙ୍କର ଖବର ବି ବୁଝିବାକୁ ପଡୁଛି। ଏବେ କରୋନା ପାଇଁ ସ୍ବଚ୍ଛତା ପ୍ରତି ଗୃହିଣୀମାନଙ୍କୁ ଟିକିଏ ବେଶି ସଚେତନ ହେବାକୁ ପଡୁଛି।
ପିଲା ତଥା ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କର ଦାୟିତ୍ୱ ନେଇଥାନ୍ତି ଗୃହିଣୀ। କିଏ କ’ଣ ଖାଇବ, କ’ଣ ପିନ୍ଧିବ ଏମିତିକି ଘରର ସଫାସୁତୁରା କାମ ତଥା ସମସ୍ତଙ୍କ ସ୍ବାସ୍ଥ୍ୟ ପ୍ରତି ବି ସେମାନେ ସଚେତନ ଥାଆନ୍ତି। ଏବେ କରୋନା ଯେଉଁଭଳି ସମସ୍ତଙ୍କ ଚିନ୍ତା ବଢ଼ାଇଛି ସେ ସମୟରେ ଗୃହିଣୀମାନଙ୍କ କାମ ବି ବଢ଼ିଯାଇଛି। ତେବେ କରୋନା କଟକଣା ପାଇଁ ଗୃହିଣୀମାନେ କିଏ କେମିତି ସମୟ କାଟୁଛନ୍ତି ସେନେଇ ସମସ୍ତେ ଭିନ୍ନ ଅନୁଭୂତି ପ୍ରଦାନ କରିଛନ୍ତି।
କାମ ବଢ଼ିଯାଇଛି
(ସ୍ମୃତି ପରିଜା, ବମିଖାଲ, ଭୁବନେଶ୍ୱର)
କରୋନା ପାଇଁ ଘରେ ଏବେ କାମ ବହୁତ ବଢ଼ିଯାଇଛି। ତା’ ଛଡ଼ା ଘର କାମ କରିବାକୁ ଆସୁଥିବା ଲୋକଙ୍କୁ ବି କରୋନା ପାଇଁ ବନ୍ଦ କରିଦିଆଯାଇଛି। ତେଣୁ ଘରେ ରୋଷେଇବାସ କାମ ସହ ଅନ୍ୟ ସବୁ ଦିଗକୁ ଦୃଷ୍ଟି ଦେବାକୁ ପଡୁଛି। ପିଲାମାନଙ୍କର ସବୁ ଲୁଗାପଟା ପ୍ରତିଦିନ ଡେଟଲରେ ସଫା ହେଉଛି ଆଉ ସେମାନେ ଡେଟଲ ପାଣିରେ ଗାଧୋଉଛନ୍ତି। କିଛି ବି କାମ କଲେ ସାଙ୍ଗେ ସାଙ୍ଗେ ହ୍ୟାଣ୍ଡୱାଶରେ ହାତ ଧୋଉଛନ୍ତି। ଘରକୁ ସବୁଦିନ ପୋଛାପୋଛି କରି ସଫା ରଖୁଛି। ତେବେ ସମସ୍ତେ ସବୁବେଳେ ଘରେ ରହୁଥିବାରୁ ଘର କାମ ଏବେ ବହୁତ ବଢ଼ିଯାଇଛି। ପିଲାମାନେ ବି ଗଣମାଧ୍ୟମରୁ ଖବର ଦେଖି ନିଜେ ନିଜେ ଅନେକାଂଶରେ ସଚେତନ ରହୁଛନ୍ତି ଓ ଘରୁ ବାହାରକୁ ଯାଉନାହାନ୍ତି। ସେଥିପାଇଁ ମୋତେ ବେଶି ପରିଶ୍ରମ କରିବାକୁ ପଡୁନାହିଁ।
ବେଶି ସତର୍କ ହୋଇଛି
(ଅର୍ଚ୍ଚନା ସ୍ବାଇଁ, ନହରକଣ୍ଟା)
କରୋନା ପାଇଁ ଏବେ ମୁଁ ବହୁତ ସତର୍କ ହୋଇଛି। ସାଧାରଣଭାବେ ଆମ ଘରର କେହି ବାହାରକୁ ଯାଉନାହାନ୍ତି। କେହି ବାହାରକୁ କିଛି ଆଣିବା ପାଇଁ ଗଲେ ଘରକୁ ଫେରି ଭଲଭାବେ ସାନିଟାଇଜ୍‌ କରି ଘର ଭିତରକୁ ଆସୁଛନ୍ତି।
ଘରକୁ ସବୁବେଳେ ଫିନାଇଲ୍‌ ପକାଇ ପୋଛୁଚି। ଲୁଗାପଟାକୁ ଧୋଇ ଖରାରେ ଶୁଖାଉଛି। ବିଶେଷକରି ପରିଷ୍କାର ପରିଚ୍ଛନ୍ନତା ରଖିବା ପାଇଁ ଚେଷ୍ଟା କରୁଛି।
ମନପସନ୍ଦର ଖାଦ୍ୟ ପ୍ରସ୍ତୁତ କରି
ଖାଇବାରେ ସମୟ କଟୁଛି
(ମମତା ଜେନା, ବଡଗଡ଼, ଭୁବନେଶ୍ୱର)
ଆମର ଘରେ ଆଗରୁ ବି ସବୁବେଳେ ବେଶି ସଫାସୁତୁରା ହେଉଥିଲା। ଆମର ବଡ଼ ପରିବାର। ତେଣୁ ସମସ୍ତଙ୍କୁ ନିଜ ନିଜ ପସନ୍ଦର ଖାଇବା ତିଆରି କରି ଦେଉଛି। ଘରେ ଆମର ତିନିଜଣ ପିଲାଙ୍କୁ ହାତ ଧୋଇ ପରିଷ୍କାର ରହିବା ପାଇଁ କହିଛି। କାମ କରିବାକୁ କଷ୍ଟ ହେଉ ପଛେ କିନ୍ତୁ ଲୋକମାନଙ୍କ ଜୀବନ ରକ୍ଷା ହେଉ ଓ ଏ ପରିସ୍ଥିତି ଶୀଘ୍ର ବଦଳି ଯାଉ।
ବେଶି ଅସୁବିଧା ହେଉନି
(ରାଜଶ୍ରୀ ରାଉତ, ମଞ୍ଚେଶ୍ୱର)
ଘରକୁ ଫିନାଇଲ୍‌ରେ ଦୁଇଥର ଧୋଉଛି। ତା’ ଛଡ଼ା ଘରେ ସମସ୍ତେ ଥିବାରୁ ସ୍ବଚ୍ଛତା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡୁଛି। ଅବଶ୍ୟ ଆମର ଓଡ଼ିଆ ଘର ଚଳଣି ହୋଇଥିବାରୁ ଏହା ଅସୁବିଧା ସୃଷ୍ଟି କରୁନି। କାରଣ ଆମର ଚଳଣି ଓ ସଂସ୍କାର ଅନୁସାରେ ପ୍ରତିଦିନ ଠାକୁର ଘର ଓ ରୋଷେଇ ଘର ଧୁଆ ପୋଛା ହୋଇଥାଏ। ତେଣୁ ସ୍ବଚ୍ଛତା ଆମ ଚଳଣିର ଏକ ଅଂଶ ଥିଲା। ଅବଶ୍ୟ ଏବେ ଆଉଟିକେ ଅଧିକ ସଚେତନ ହେବାକୁ ପଡୁଛି।
କଟକଣା ଅଲଗା ଲାଗୁନି
(ସୁସ୍ମିତା ସାହୁ, ରାହାମା, ଜଗତ୍‌ସିଂହପୁର)
ଆମର ତଳ ଘରେ କ୍ଲିନିକ୍‌ ହୋଇ ଥିବାରୁ ସବୁବେଳେ ସାନିଟାଇଜ୍‌ ଉପରେ ବେଶି ଗୁରୁତ୍ୱ ଦିଆଯାଏ। ସବୁଦିନ ଘର ଫିନାଇଲରେ ପୋଛାହୁଏ। ତା’ ଛଡ଼ା ଘରର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଅଧିକ ଦୃଷ୍ଟି ଦିଆଯାଏ। ସେଥିପାଇଁ ଏବେ କରୋନା ହୋଇଥିଲେ ବି ଆମ ଘରେ ଅଲଗା କିଛି କାମ ହେଉନି। ଖାଲି ପୁଅ ଘରେ ସବୁବେଳେ ରହୁଥିବାରୁ ଅଧିକ ସମୟ ଲାପଟପ୍‌ ଧରି ବସୁଛି। କାରଣ ତା’ର ଅନ୍‌ଲାଇନରେ ପାଠପଢ଼ା ହେଉଛି। ଏହା ବ୍ୟତୀତ ସବୁ ଦିନ ଭଳି ରୋଷେଇ ବି ହେଉଛି। ତେଣୁ କରୋନା କଟକଣା ସେମିତି କିଛି ଅଲଗା ଲାଗୁନାହିଁ।
-ସସ୍ମିତା ନାୟକ

ଛୋଟ ପିଲାଙ୍କର ଅଧିକ ଯତ୍ନ ନିଅନ୍ତୁ
ଡା. ମୋନାଲିସା ନାୟକ
(ଶ୍ରୀ ହସ୍‌ପିଟାଲ୍‌, ଭୁବନେଶ୍ୱର)
କରୋନାକୁ ନେଇ ଲେକେ ମୁଖ୍ୟତଃ ପରିଷ୍କାର ପରିଚ୍ଛନ୍ନତା ଉପରେ ଅଧିକ ଦୃଷ୍ଟି ଦେବା ଆବଶ୍ୟକ। ତା’ ସହ ସମସ୍ତେ ଘରେ ରହିବା ଆବଶ୍ୟକ। ଏହା ସହିତ ସୋସିଆଲ୍‌ ଡିଷ୍ଟାନ୍ସ (ସାମାଜିକ ଦୂରତ୍ୱ) ନିହାତି ମାନିବା ଦରକାର। ଏବେ ଘରୁ କୌଣସି କାମରେ ବାହାରକୁ ଯିବାକୁ ଥିଲେ ମାସ୍କ ଓ ଗ୍ଲୋବ୍‌ସ ପିନ୍ଧି ଯାଆନ୍ତୁ। ଆଉ ଘରକୁ ଫେରିବା ମାତ୍ରେ ପ୍ରଥମେ ଭଲଭାବେ ହାତ ଧୁଅନ୍ତୁ। ଏହା ପରେ ପୋଷାକ ବଦଳାଇ ହାତ ଗୋଡ଼ ଧୋଇ ଭିତରକୁ ଯାଆନ୍ତୁ। ନେଇ ଯଥେଷ୍ଟ ପଦକ୍ଷେପ ଗୃହିଣୀମାନେ ଏ ସମୟରେ ନିଜ ପିଲାମାନଙ୍କର ଅଧିକ ଯତ୍ନ ନିଅନ୍ତୁ। ସଫାସୁତୁରା ପ୍ରତି ଧ୍ୟାନ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri