ଲକ୍‌ଡାଉନ କଟକଣା କୋହଳ: ଜନଜାତିଙ୍କ ଜୀବିକା ସୁରକ୍ଷାକୁ ଗୁରୁତ୍ୱ

ଭୁବନେଶ୍ୱର,୧।୫(ବ୍ୟୁରୋ): କୋଭିଡ୍‌-୧୯ରେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଜନଜାତି ଏବଂ ଅନ୍ୟମାନଙ୍କ ଜୀବନଜୀବିକାକୁ ସୁରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନର୍ସରୀ ଚାରା ପ୍ରସ୍ତୁତି ଓ ବ୍ୟାପକ ବନୀକରଣ ପାଇଁ ପଦକ୍ଷେପ ନିଆଯାଇଛି। ଜୁନ୍‌ ସୁଦ୍ଧା ୨ ଲକ୍ଷ ହେକ୍ଟର ଅଞ୍ଚଳରେ ବନୀକରଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ପ୍ରାୟ ୬ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ ସାମୟିକ କର୍ମଚାରୀମାନଙ୍କୁ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରାଯାଇଛି। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡାକ୍ତର ମୋନା ଶର୍ମା ଗୁରୁବାର ଏହି ସୂଚନା ଦେଇଛନ୍ତି।
ସେହିପରି ରାଜ୍ୟ ସରକାରଙ୍କ (କୋଭିଡ-୧୯) ମୁଖପାତ୍ର ସୁବ୍ରତୋ ବାଗ୍‌ଚୀଙ୍କ ସୂଚନାନୁଯାୟୀ, ଶିଳ୍ପ ସଂସ୍ଥା, କର୍ପୋରେଟ୍‌ ସଂସ୍ଥାଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଘରୁ ଶିଳ୍ପ ସଂସ୍ଥା ଏବଂ ସରକାରୀ କାର୍ଯ୍ୟାଳୟକୁ ଯାତାୟାତରେ ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ କଟକଣାକୁ କୋହଳ କରାଯାଇଛି। ସମ୍ପୃକ୍ତ ଶିଳ୍ପସଂସ୍ଥାଗୁଡ଼ିକର ଆବେଦନକୁ ଆଧାର କରି ଜିଲାପାଳ, ମହାନଗର ନିଗମର କମିଶନରମାନେ ଅନୁମତି ପ୍ରଦାନ କରିବେ। ସର୍ବାଧିକ ୩୦ ପ୍ରତିଶତ କର୍ମଚାରୀ ଏବଂ ଆବଶ୍ୟକ ଯାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯିବ। ଦୁଇ ଚକିଆ ଯାନରେ କେବଳ ଚାଳକ ଏବଂ କାର୍‌ରେ ଡ୍ରାଇଭର ସହିତ ପଛ ସିଟ୍‌ରେ ବସି ଜଣେ ଯିବା ଆସିବା କରିପାରିବେ। ଜିଲାପାଳ, ମହାନଗର ନିଗମ କମିଶନର ଆନ୍ତଃଜିଲା ଗମନାଗମନ ପାଇଁ ଆବଶ୍ୟକ ପାସ୍‌ ପ୍ରଦାନ କରିବେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ବାଗ୍‌ଚୀ କହିଥିଲେ। ସେହିପରି ଠିକାଦାର, ନିର୍ମାଣକାରୀ ସଂସ୍ଥାର କର୍ମଚାରୀମାନେ ନିଜ ନିଜ କାର୍ଯ୍ୟସ୍ଥଳରେ ପହଞ୍ଚିବା ନିମନ୍ତେ ହେଉଥିବା ସମସ୍ୟାକୁ ଦୂରୀଭୂତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ କେତେକ କଟକଣାକୁ କୋହଳ କରାଯାଇଛି। ଏହିସବୁ ସଂସ୍ଥା ପାଇଁ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀମାନଙ୍କ ଅନୁମୋଦନ କ୍ରମେ ଜିଲାପାଳ ତଥା ମହାନଗର ନିଗମର କମିଶନରମାନଙ୍କଠାରୁ ଅନୁମତି ମିଳିବ। ସଂକ୍ରମଣ ପ୍ରତିରୋଧ ଅଞ୍ଚଳଗୁଡ଼ିକରେ କୌଣସି ଅଫିସ ଖୋଲିବ ନାହିଁ। ଆବଶ୍ୟକ ୫୦ ପ୍ରତିଶତ କର୍ମଚାରୀ ଏବଂ ଯାନ ପାଇଁ ଏହି ସଂସ୍ଥାମାନେ ସମ୍ପୃକ୍ତ ଜିଲାର ଜିଲାପାଳ ମହାନଗର ନିଗମର କମିଶନର୍‌ଙ୍କୁ ଆବେଦନ କରିବେ। ଜିଲାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କଠାରୁ ମିଳିଥିବା ଚିଠିର ଆଧାରରେ ବୃତ୍ତିଗତ ଆବଶ୍ୟକତା ପାଇଁ ଯାତାୟାତ ନିମନ୍ତେ ଅନୁମତି ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri