Posted inଖେଳ

ରୋନାଲ୍ଡୋ ସମାଲୋଚିତ

ରୋମ, ୨୦।୬ – ତାରକା ଖଚିତ ଜୁଭେଣ୍ଟସକୁ ହରାଇ ନାପୋଲି କୋପା ଇଟାଲିଆ ଫୁଟବଲ ଟାଇଟଲ ଜିତିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ଏହି ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ ୪-୨ ଗୋଲରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଦଳକୁ ହରାଇ ଚାମ୍ପିୟନ ହୋଇଛି। ନିର୍ଦ୍ଧାରିତ ସମୟ ଖେଳ ଗୋଲଶୂନ୍ୟ ରହିଥିଲା। ମାତ୍ର ଶୁଟ୍‌ଆଉଟରେ ବାଜି ମାରିଥିଲା ନାପୋଲି। ଅଲିମ୍ପିକୋ ଷ୍ଟାଡିୟମରେ ବିନା ଦର୍ଶକରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଗତ ୬ ସିଜନରେ ନାପୋଲିର ଏହା ସର୍ବଶ୍ରେଷ୍ଠ ସଫଳତା। ଦଳର ମ୍ୟାନେଜରଭାବେ ଗେନାରୋ ଗଟୁସୋପାଇଁ ମଧ୍ୟ ଏହା ବଡ଼ ସଫଳତା। ଜୁଭେଣ୍ଟସ ଏହି ମ୍ୟାଚ ହାରିବାପରେ ରୋନାଲ୍ଡୋଙ୍କୁ ପ୍ରଶଂସକମାନେ କଡ଼ା ସମାଲୋଚନା କରିଛନ୍ତି। କାରଣ ସେ ପେନାଲ୍ଟି ଶୁଟ୍‌ଆଉଟରେ ଭାଗ ନେଇ ନ ଥିଲେ। ଜୁଭେଣ୍ଟସର ପାଉଲୋ ଡିବାଲା ଓ ଡାନିଲୋ ପ୍ରତିପକ୍ଷ ଗୋଲକିପରଙ୍କୁ ଚକ୍‌ମା ଦେବାରେ ବିଫଳ ହୋଇଥିଲେ। ରୋନାଲ୍ଡୋ କାହିଁକି ପେନାଲ୍ଟି ଶଟ୍‌ ମାରିଲେ ନାହିଁ ବୋଲି ଏବେ ବିଭିନ୍ନ ମହଲରୁ ପ୍ରଶ୍ନ ହେଉଛି। ଆଲୋଚନା ହେଉଛି ଯେ, ରୋନାଲ୍ଡୋ ଦଳ ପକ୍ଷରୁ ୫ମ ଶଟ୍‌ ମାରିବାର ଥିଲା, ମାତ୍ର ସେ ପର୍ଯ୍ୟନ୍ତ ଶୁଟ୍‌ଆଉଟ ତିଷ୍ଠି ନ ଥିଲା। ଶୁଟ୍‌ଆଉଟରୁ ଦୂରେଇ ରହିବା ରୋନାଲ୍ଡୋଙ୍କ ପାଇଁ ଏହା ପ୍ରଥମ ନୁହେଁ। ୟୁରୋ ୨୦୧୨ରେ ପର୍ତ୍ତୁଗାଲ ପକ୍ଷରୁ ଖେଳୁଥିବାବେଳେ ସେ ସ୍ପେନ୍‌ ବିପକ୍ଷରେ ତାହା କରିଥିଲେ। ସେହିପରି ୨୦୧୭ କନ୍‌ଫେଡେରେଶନ କପ୍‌ରେ ତୁର୍କୀ ବିପକ୍ଷରେ ମଧ୍ୟ ସେ ଦୂରେଇ ରହିଥିଲେ। ରୋନାଲ୍ଡୋଙ୍କ ଏପରି କାର୍ଯ୍ୟକୁ ସହଜରେ ପ୍ରଶଂସକ ଗ୍ରହଣ କରିପାରୁ ନାହାନ୍ତି। ଜଣେ ଲିଡର ଭାବରେ ସେ ପ୍ରଥମ ଶଟ୍‌କୁ ଗୋଲରେ ପରିଣତ କରି ଖେଳାଳିଙ୍କ ଆତ୍ମବିଶ୍ୱାସକୁ ଦୃଢ଼ କରିବା କଥା ବୋଲି ସେମାନେ ଭାବୁଛନ୍ତି। ରୋନାଲ୍ଡୋ ଖେଳିଥିବା ମ୍ୟାଚ ଗୁଡ଼ିକ ମଧ୍ୟରୁ ୧୧ଟି ପେନାଲ୍ଟି ଶୁଟ୍‌ଆଉଟକୁ ଯାଇଛି। ଏଥିରୁ ସେ ୬ଟି ମ୍ୟାଚରେ ଶଟ୍‌ ମାରିବାକୁ ଯାଇଛନ୍ତି। ସେଥିରୁ ୪ଟିରେ ଗୋଲ ଦେଇଥିବାବେଳେ ୨ଟି ମିସ୍‌ କରିଛନ୍ତି। ୩ଟି ମ୍ୟାଚରେ ସେ ଶୁଟ୍‌ଆଉଟକୁ ଏଡ଼ାଇ ଯାଇଛନ୍ତି। ଏହି ପର୍ଯ୍ୟାୟରେ ତାଙ୍କ ସଫଳତା ହାର ୫୪%। ତାଙ୍କ ତୁଳନାରେ ଅନ୍ୟତମ ତାରକା ଫୁଟବଲର ଲିଓନେଲ ମେସିଙ୍କ ସଫଳତା ହାର ଅଧିକ ରହିଛି। ମେସି ଖେଳିଥିବା ମ୍ୟାଚଗୁଡ଼ିକ ମଧ୍ୟରେ ୫ଟି ମ୍ୟାଚ ଶୁଟ୍‌ଆଉଟକୁ ଯାଇଛି। ସବୁଥିରେ ସେ ଶଟ୍‌ ମାରିବାକୁ ଯାଇଛନ୍ତି। ଏଥିରୁ ୪ଟିରେ ଗୋଲ ଦେଇଥିବାବେଳେ ଗୋଟିଏରେ ଫେଲ୍‌ ମାରିଛନ୍ତି। ତାଙ୍କ ସଫଳତା ହାର ହେଉଛି ୮୦%। ନାପୋଲି ଚାମ୍ପିୟନ ହେବାପରେ ହଜାର ହଜାର ପ୍ରଶଂସକ ରାସ୍ତାକୁ ଆସି ଖୁସି ମନାଇଛନ୍ତି। ତେବେ ଅନେକ ପ୍ରଶଂସକଙ୍କ ମୁହଁରେ ମାସ୍କ ନ ଥିବାବେଳେ ସେମାନେ ସାମାଜିକ ଦୂରତ୍ୱ ରଖିବାକୁ ଭୁଲି ଯାଇଥିଲେ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। କରୋନା ଭାଇରସ ସଂକ୍ରମଣ ସମୟରେ ପ୍ରଶଂସକମାନେ ଗୋଟିଏ ସ୍ଥାନରେ ଏତେ ସଂଖ୍ୟାରେ ଏକତ୍ରିତ ହୋଇ ବିପଦକୁ ଡାକି ଆଣିଛନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ସହକାରୀ ନିର୍ଦ୍ଦେଶକ ରାନିଏରି ଗୁଇରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?