ରୋଜଗାର ଦେଇପାରୁନି କୌଳିକ ବୃତ୍ତି: ବେଉସାରେ ବାଧକ କରୋନା

ଛେଣ୍ଡିପଦା, ୨୪।୫(ସ୍ବ.ପ୍ର.)- କୌଳିକ ବୃତ୍ତି ଉପରେ ନିର୍ଭର କରି ଆଉ ଚଳିହେଉନି। ଅନ୍ୟ ସମୟ କଥା ଥିଲା ଅଲଗା। ହେଲେ ବର୍ତ୍ତମାନର କରୋନା କଟକଣା କମାର, ଖଲି ବିକାଳିଙ୍କ ରୋଜଗାର ଛଡାଇନେଇଛି। ଫଳରେ ବନ୍ଦ ହୋଇଯାଇଛି ଆୟର ଏକମାତ୍ର ପନ୍ଥା। ପ୍ରସ୍ତୁତ ସାମଗ୍ରୀ ନେବାକୁ ଗ୍ରାହକ ନ ଥିବାବେଳେ ସେସବୁ ସେମିତି ଘରେ ପଡ଼ିରହିଛି, ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ଅଞ୍ଚଳର କମାର ଓ ଖଲି ଚଉପାତି ବିକାଳି।
ଛେଣ୍ଡିପଦା ବ୍ଲକରେ ବାସ କରୁଥିବା ବହୁ କମାର ଓ ଖଲି ଚଉପାତି ବିକାଳି ସେମାନଙ୍କ କୌଳିକ ବୃତ୍ତିରୁ ପେଟ ପୋଷିଥାନ୍ତି। ବ୍ଲକର ରାଇଝରଣ, ବାଗଡିଆ, ଶିମିଳିପାଳ ଆଦି ପଞ୍ଚାୟତରେ ରହୁଥିବା କମାର କାରିଗର ବିଭିନ୍ନ ପ୍ରକାର ଲୁହା ତିଆରି ଉପକରଣ ଟାଙ୍ଗିଆ, କୋଦାଳ, ଶାବଳ, କାଙ୍କ, ପନିକି, ହାତୁଡି, କୁରାଢି, ଦା’ ଆଦି ପ୍ରସ୍ତୁତ କରି ଏହାକୁ ବିକ୍ରି କରିଥାନ୍ତି। ହେଲେ କରୋନା ଯୋଗୁ ଏବେ ସେମାନେ ହାତ ବାନ୍ଧି ବସିଛନ୍ତି। ପୂର୍ବ ତିଆରି ସାମଗ୍ରୀ ବିକ୍ରି ହୋଇପାରି ନ ଥିବାରୁ ସମ୍ପୃକ୍ତ କାରିଗର କ୍ଷତି ସହିବା ସହ ରୋଜଗାର ମଧ୍ୟ ହରାଇ ବସିଛନ୍ତି। ସେହିପରି ବହୁ ଆଦିବାସୀ ସମ୍ପ୍ରଦାୟର ଲୋକ ଖଲି ଚଉପତି ବିକ୍ରି ତିଆରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ଏବେ କରୋନା କଟକଣା ଯୋଗୁ ରାସ୍ତା ପାର୍ଶ୍ୱ ଜଳଖିଆ ଦୋକାନ ବନ୍ଦ ରହିବା ସହ ବାହାଘର, ମେଳା ଆଦି ଉତ୍ସବ ପାଳନ ପାଇଁ ମଧ୍ୟ ମନା ହୋଇଛି। ଫଳରେ ସେମାନଙ୍କ ତିଆରି ସାମଗ୍ରୀ ବିକ୍ରି ହୋଇ ନ ପାରି ପଡିରହିଛି। ଏପରି ଅବସ୍ଥାରେ ବିନା ରୋଜଗାରରେ ଘର ଚଳାଇବା ସେମାନଙ୍କ ପାଇଁ କାଠିକର ପାଠ ହୋଇପଡିଛି। ଏ ସମ୍ପର୍କରେ ଚଉପତି ବିକାଳି ପାର୍ବତୀ ନାଏକ କୁହନ୍ତି, ହାତ ତିଆରି ଖଲି ଚଉପତି ବିକ୍ରି ହୋଇପାରୁନି। ସରକାରଙ୍କଠାରୁ ମିଳିଥିବା ରାଶନ ସାମଗ୍ରୀ ପରିବାରକୁ ନିଅଣ୍ଟ ପଡ଼ୁଛି। କେମିତି ଚୁଲି ଜଳିବ, ପେଟ ପାଇଁ ଦାନା ଯୋଗାଡ ହେବ ସେ ଚିନ୍ତା ଘାରୁଛି। ସରକାର ଏହାର ବିଚାର କଲେ ଉପକୃତ ହୋଇପାରନ୍ତୁ। କମାର ଉଦୟ ମାଝି କୁହନ୍ତି, ବିଲବାଡି କିଛି ନାହିଁ। ଲୁହା ପିଟିପିଟି ବିଭିନ୍ନ ଉପକରଣ ତିଆରି କରି ବିକ୍ରି କରିଥାଉ। ସେଥିରେ ପରିବାର ଚଳେ। ଏବେ କରୋନା ସଂକ୍ରମଣ ଭୟ ଯୋଗୁ ସେ ସବୁ ବିକ୍ରି ନ ହୋଇ ଘରେ ଗଦା ହୋଇଛି। କେବେ ଲକ୍‌ଡାଉନ ସରିବ ସେହି ଅପେକ୍ଷାରେ ବସିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri