ରୋଜଗାର ଦେଇପାରୁନି କୌଳିକ ବୃତ୍ତି: ବେଉସାରେ ବାଧକ କରୋନା

ଛେଣ୍ଡିପଦା, ୨୪।୫(ସ୍ବ.ପ୍ର.)- କୌଳିକ ବୃତ୍ତି ଉପରେ ନିର୍ଭର କରି ଆଉ ଚଳିହେଉନି। ଅନ୍ୟ ସମୟ କଥା ଥିଲା ଅଲଗା। ହେଲେ ବର୍ତ୍ତମାନର କରୋନା କଟକଣା କମାର, ଖଲି ବିକାଳିଙ୍କ ରୋଜଗାର ଛଡାଇନେଇଛି। ଫଳରେ ବନ୍ଦ ହୋଇଯାଇଛି ଆୟର ଏକମାତ୍ର ପନ୍ଥା। ପ୍ରସ୍ତୁତ ସାମଗ୍ରୀ ନେବାକୁ ଗ୍ରାହକ ନ ଥିବାବେଳେ ସେସବୁ ସେମିତି ଘରେ ପଡ଼ିରହିଛି, ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ଅଞ୍ଚଳର କମାର ଓ ଖଲି ଚଉପାତି ବିକାଳି।
ଛେଣ୍ଡିପଦା ବ୍ଲକରେ ବାସ କରୁଥିବା ବହୁ କମାର ଓ ଖଲି ଚଉପାତି ବିକାଳି ସେମାନଙ୍କ କୌଳିକ ବୃତ୍ତିରୁ ପେଟ ପୋଷିଥାନ୍ତି। ବ୍ଲକର ରାଇଝରଣ, ବାଗଡିଆ, ଶିମିଳିପାଳ ଆଦି ପଞ୍ଚାୟତରେ ରହୁଥିବା କମାର କାରିଗର ବିଭିନ୍ନ ପ୍ରକାର ଲୁହା ତିଆରି ଉପକରଣ ଟାଙ୍ଗିଆ, କୋଦାଳ, ଶାବଳ, କାଙ୍କ, ପନିକି, ହାତୁଡି, କୁରାଢି, ଦା’ ଆଦି ପ୍ରସ୍ତୁତ କରି ଏହାକୁ ବିକ୍ରି କରିଥାନ୍ତି। ହେଲେ କରୋନା ଯୋଗୁ ଏବେ ସେମାନେ ହାତ ବାନ୍ଧି ବସିଛନ୍ତି। ପୂର୍ବ ତିଆରି ସାମଗ୍ରୀ ବିକ୍ରି ହୋଇପାରି ନ ଥିବାରୁ ସମ୍ପୃକ୍ତ କାରିଗର କ୍ଷତି ସହିବା ସହ ରୋଜଗାର ମଧ୍ୟ ହରାଇ ବସିଛନ୍ତି। ସେହିପରି ବହୁ ଆଦିବାସୀ ସମ୍ପ୍ରଦାୟର ଲୋକ ଖଲି ଚଉପତି ବିକ୍ରି ତିଆରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ଏବେ କରୋନା କଟକଣା ଯୋଗୁ ରାସ୍ତା ପାର୍ଶ୍ୱ ଜଳଖିଆ ଦୋକାନ ବନ୍ଦ ରହିବା ସହ ବାହାଘର, ମେଳା ଆଦି ଉତ୍ସବ ପାଳନ ପାଇଁ ମଧ୍ୟ ମନା ହୋଇଛି। ଫଳରେ ସେମାନଙ୍କ ତିଆରି ସାମଗ୍ରୀ ବିକ୍ରି ହୋଇ ନ ପାରି ପଡିରହିଛି। ଏପରି ଅବସ୍ଥାରେ ବିନା ରୋଜଗାରରେ ଘର ଚଳାଇବା ସେମାନଙ୍କ ପାଇଁ କାଠିକର ପାଠ ହୋଇପଡିଛି। ଏ ସମ୍ପର୍କରେ ଚଉପତି ବିକାଳି ପାର୍ବତୀ ନାଏକ କୁହନ୍ତି, ହାତ ତିଆରି ଖଲି ଚଉପତି ବିକ୍ରି ହୋଇପାରୁନି। ସରକାରଙ୍କଠାରୁ ମିଳିଥିବା ରାଶନ ସାମଗ୍ରୀ ପରିବାରକୁ ନିଅଣ୍ଟ ପଡ଼ୁଛି। କେମିତି ଚୁଲି ଜଳିବ, ପେଟ ପାଇଁ ଦାନା ଯୋଗାଡ ହେବ ସେ ଚିନ୍ତା ଘାରୁଛି। ସରକାର ଏହାର ବିଚାର କଲେ ଉପକୃତ ହୋଇପାରନ୍ତୁ। କମାର ଉଦୟ ମାଝି କୁହନ୍ତି, ବିଲବାଡି କିଛି ନାହିଁ। ଲୁହା ପିଟିପିଟି ବିଭିନ୍ନ ଉପକରଣ ତିଆରି କରି ବିକ୍ରି କରିଥାଉ। ସେଥିରେ ପରିବାର ଚଳେ। ଏବେ କରୋନା ସଂକ୍ରମଣ ଭୟ ଯୋଗୁ ସେ ସବୁ ବିକ୍ରି ନ ହୋଇ ଘରେ ଗଦା ହୋଇଛି। କେବେ ଲକ୍‌ଡାଉନ ସରିବ ସେହି ଅପେକ୍ଷାରେ ବସିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri