କଙ୍କଡ଼ାହାଡ଼କୁ ଛୁଇଁଲା କରୋନା: ଆକ୍ରାନ୍ତ ଯୁବକ ସୁରଟ୍‌ ଫେରନ୍ତା  

ଢେଙ୍କାନାଳ ଅଫିସ, ୨୪।୫-ଢେଙ୍କାନାଳ ଜିଲାର ଆଦିବାସୀବହୁଳ କଙ୍କଡ଼ାହାଡ଼ ବ୍ଲକକୁ ଛୁଇଁଛି କରୋନା। ଶନିବାର ଜଣେ ସୁରତ ଫେରନ୍ତାଙ୍କ ନିକଟରେ କୋଭିଡ୍‌-୧୯ ଭୂତାଣୁଠାବ କରାଯାଇଛି। ଏଥିସହିତ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚତ୍ଛି।
ଆକ୍ରାନ୍ତ ଯୁବକଙ୍କ ବୟସ ୩୫ବର୍ଷ। ତାଙ୍କ ଘର ଗତରେଇ ଗ୍ରାମରେ। ସେ ଗତ ୧୪ ତାରିଖରେ ସୁରଟ୍‌ରୁ ସ୍ପେଶାଲ ଟ୍ରେନ୍‌ରେ ଗଞ୍ଜାମ ଜିଲାର ଛତ୍ରପୁରଠାରେ ପହଞ୍ଚତ୍ଥିଲେ। ତାଙ୍କୁ ଛତ୍ରପୁରସ୍ଥିତ ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ସେଠାରୁ ୧୬ ତାରିଖରେ ଏକ ସ୍ବତନ୍ତ୍ର ବସ୍‌ରେ ବାହାରି ସେ ୧୭ ତାରିଖରେ କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ଥିଲେ। ସେଠାରେ ସଙ୍ଗରୋଧରେ ଥିଲେ। ୨୦ ତାରିଖରେ ତାଙ୍କର ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା ା ୨୩ ତାରିଖରେ ଆସିଥିବା ରିପୋର୍ଟରେ ତାଙ୍କୁ ପଜିଟିଭ୍‌ ଭାବେ ଚିହ୍ନଟ କରାଯାଇଥିଲା। ତାଙ୍କୁ ଚିକିତ୍ସା ଲାଗି ତାଳଚେର କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି। ସୂଚନାଯୋଗ୍ୟ, ଜିଲାର କ୍ୱାରାଣ୍ଟାଇନ୍‌ରେ ଥିବା ୫୨ଜଣଙ୍କ ସ୍ବାବ୍‌ ପରୀକ୍ଷା ଲାଗି ପଠାଯାଇଥିଲା। ତନ୍ମଧ୍ୟରୁ ୫୧ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଜିଲାର ୩ ପଜିଟିଭ୍‌ଙ୍କ ମଧ୍ୟରୁ ପ୍ରଥମ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି। ଅନ୍ୟ ୨ଜଣ ଚିକିତ୍ସାଧୀନ ଅଛନ୍ତି।
ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ଆକ୍ରାନ୍ତ ଯୁବକ ଜଣକ ସୁରଟରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିଲେ। ତେଣୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନାହିଁ। ଏଥିରେ ଜିଲାବାସୀ ଆତଙ୍କିତ ନ ହୋଇ ଗାଇଡ୍‌ଲାଇନ୍‌ ମାନି ଚଳିବାକୁ ଜିଲାପାଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri