ରୋଗୀ, ଗର୍ଭବତୀଙ୍କୁ ହମ୍ପ୍‌ସ ଡର

କୁନ୍ଦୁରା,୯।୬(ଡି.ଏନ୍‌.ଏ.):ଦିନରେ ହେଉ କି ରାତିରେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ଯାଉଥିବା ଜରୁରୀ ରୋଗୀଟି କିମ୍ବା ଗର୍ଭବତୀ ମହିଳା ଜଣଙ୍କ ପାଇଁ କାଳ ସାଜିଛି ହମ୍ପସ। ସାଧାରଣ ଲୋକେ ତ ନିତି ପ୍ରତିଦିନ ହମ୍ପସ ଯୋଗୁ ଅନେକ ହଇରାଣ ହେଉଛନ୍ତି। ସ୍ପିଡ୍‌ ବ୍ରେକର ଜାଗାରେ ହମ୍ପସ ଯୋଗୁ ଏହା ସାଧାରଣ ଯାତାୟତକୁ ବିରକ୍ତିକର କରୁଛି।
କୋରାପୁଟ ଜିଲାର ଜୟପୁର, କୁନ୍ଦୁରା, କୋଟପାଡ଼, ବୈପାରୀଗୁଡ଼ା, ବୋରିଗୁମ୍ମା ଭଳି ବ୍ଲକରେ ରହିଥିବା ପୂର୍ତ୍ତବିଭାଗ, ଜାତୀୟ ରାଜପଥ ପ୍ରାଧିକରଣ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିବା ରାସ୍ତାରେ ଅଗଣିତ ହମ୍ପସ୍‌ ତିଆରି ହୋଇଛି। କୋରାପୁଟରୁ ଜୟପୁର, ବୋରିଗୁମ୍ମା, କୋଟପାଡ଼ ଯିବା ପାଇଁ ଜାତୀୟ ରାଜପଥ ରହିଥିବା ବେଳେ ହଠାତ୍‌ ରାତାରାତି କାହାର ଆଦେଶରେ ହମ୍ପସ୍‌ ତିଆରି ହେଉଛି, ତାହା ବୁଝାପଡୁନାହିଁ। ଜୟପୁରରୁ ବୈପାରିଗୁଡ଼ା ଏବଂ ଜୟପୁରରୁ କୁନ୍ଦୁରା ପୂର୍ତ୍ତ ବିଭାଗ ରାସ୍ତାରେ ମଧ୍ୟ ସମାନ ଚିତ୍ର ରହିଛି। ଯେଉଁ ସ୍ଥାନରେ ସରକାରୀ ନିର୍ଦ୍ଦେଶ ମୁତାବକ ତିଆରି ହୋଇଛି, ତେବେ ରମ୍ବଲର୍ସ କିମ୍ବା ସ୍ପିଡ୍‌ ବ୍ରେକର ବଦଳରେ କରାଯାଇଛି ହମ୍ପସ୍‌ ା ସ୍ପିଡ୍‌ ବ୍ରେକର ସ୍ଥାନରେ ଧଳାରଙ୍ଗ ଲଗାଇବା କଥା, କିନ୍ତୁ ତାହା ହୋଇନାହିଁ। ଜୟପୁରରୁ କୁନ୍ଦୁରା ଯିବା ସମୟରେ ପ୍ରାୟ ୨୨ କିମି ରାସ୍ତାରେ ପାଖାପାଖି ୫୦ଟି ସ୍ଥାନରେ ହମ୍ପସ ରହିଛି। ଗୋଟିଏ ଗୋଟିଏ ସ୍ଥାନରେ ୪ରୁ ୫ଟି ଏକାସଙ୍ଗେ ରହିଛି। ପୂର୍ବରୁ କୁନ୍ଦୁରାରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ ଏବଂ ଛକ ସ୍ଥାନରେ ସ୍ପିଡ୍‌ ବ୍ରେକର ନିର୍ମାଣ ପାଇଁ ଦାବି ହୋଇଥିଲା ା କିନ୍ତୁ ବର୍ତ୍ତମାନ ପ୍ରତି ଘର ସାମ୍ନାରେ ହମ୍ପସ୍‌ କରାଯିବା ଭଳି ସ୍ଥିତି ହେଲାଣି। ଅଧିକ ଦୁର୍ଘଟଣା ପ୍ରବଣ ସ୍ଥାନରେ ରମ୍ବଲର୍ସ କରିବା ପାଇଁ ପୋଲିସ ଚିହ୍ନଟ କରିବା ସହ ସେଠାରେ ଜାତୀୟ ରାଜପଥ ପ୍ରାଧିକରଣ ତାହା ନିର୍ମାଣ କରିବା କଥା। କିନ୍ତୁ ଅଯଥା ଅନେକ ସ୍ଥାନରେ ରାଜସ୍ବ ବ୍ୟୟକରି ମନଇଚ୍ଛା ହମ୍ପସ୍‌ ତିଆରି ହେବା, କାହା ସ୍ବାର୍ଥରେ ତାହା ଜଣାପଡୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଭୀଷଣ ବର୍ଷା ଆଲର୍ଟ

ଭୁବନେଶ୍ୱର,୧୫।୭: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଏହି ଲଘୁଚାପ। ବୁଧବାର ସକାଳ ୫.୩୦ରେ…

ବ୍ରେକ ଡାଉନ ଟ୍ରକ ପଛ ପଟେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ପଦ୍ମପୁର ରାସ୍ତାର କରକଚିଆ ସ୍କୁଲ ନିକଟରେ ବ୍ରେକ ଡାଉନ ପଡ଼ିଥିବା ଏକ ଟ୍ରକ ପଛପଟେ ମଙ୍ଗଳବାର ରାତିରେ…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ଶେଷରେ ବିଜୟ ସ୍ବାଦ ଚାଖିଲା ଭାରତ: ଇଂଲଣ୍ଡକୁ କଲା ଧରାଶାୟୀ

ବର୍ମିଂହାମ୍‌,୧୫ା୭: ଚଳିତ ଇଂଲଣ୍ଡ ଟୁର୍‌ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

ଜରାଜୀର୍ଣ୍ଣ ଘରେ ଜୀବନ କାଟୁଛନ୍ତି ତ୍ରିପୁରା: ସରକାରୀ ସହାୟତା ଅପେକ୍ଷାରେ …

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ):ବୟସର ଅପରାହ୍ନରେ ଜୀବନ ସହ ଲଢେଇ କରୁଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଲତରପାଲି ଗ୍ରାମର ୭୭ ବର୍ଷୀୟା ଅସହାୟ ବୃଦ୍ଧା ତ୍ରିପୁରା ମହାନନ୍ଦ। ସ୍ବାମୀ…

୨୪ ଘଣ୍ଟାରେ ଲଘୁଚାପ: ୩ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା, ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର, ୧୫ା୭ (ବନ୍ଦନା ସେଠୀ):ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସହ ବିଭିନ୍ନ ସ୍ଥାନରେ ପ୍ରବଳରୁ…

ବିଦ୍ୟୁତ୍‌ ସଂଯୋଗ ନ ହେଲେ ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ନୂଆପଡ଼ା,୧୫ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ମଧ୍ୟସ୍ଥ ଢେକୁନପାଣି ଗଁାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯୋଗୁ ଲୋକେ ଅନ୍ଧାରରେ ରାତି ବିଉଛନ୍ତି।…

ଫିଫା ବିଶ୍ୱକପ୍‌: ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ସ୍ପେନ୍‌

ଆର୍ଲିଂଟନ,୧୫ା୭:୨୦୧୦ ସଂସ୍କରଣ ଚାମ୍ପିୟନ ସ୍ପେନ ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଚଳିତ ଫିଫା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ସ୍ପେନ ୨-୦ ଗୋଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri