ରୂପେଲିର ଚିକିଛା ଲାଗି ଟଁକା ଅଭାବ୍‌: ଚିନ୍‌ତାରେ ଗରିବ୍‌ ମା’ବାପ୍‌

ଗୁଡ଼ଭେଲା, ୧୯ା୮(ଡି.ଏନ.ଏ.):  ଲୁକ୍‌କୁ ମାହାଲିଆ ଚିକିଛା ସେବା ଯୁଗେଇ ଦେବାର ଲାଗି କେନ୍ଦ୍ର ଆର ରାଏଜ୍‌ ସରକାର ଭିନେ ଭିନେ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ ଅଧୀନ ଡୁଙ୍ଗିବାହାଲ ଗଁାର ୩ ବଛର ୯ ମାସର ଛୁଆ ରୂପେଲି ରଣାକଁର ଲାଗି ଇ ସବୁ ସରକାରୀ ଯୋଜନା ସତେ ଯେନ୍‌ତା ଉପହାସ କରୁଛେ।
ସୂଚନା ଅନ୍‌ସାରେ ଡୁଙ୍ଗିବାହାଲ ଗଁାର ମେଘନାଦ ରଣା ଆର କୁନୀତାକଁର ଝି’ ହେଉଛନ୍‌ ରୂପେଲି(୩)। ଝି’ ଜନମ୍‌ ହେଲା ଉତାରୁ ପରିବାରରେ ଖୁସିର ଲହର ଖେଲି ଯାଇଥିଲା। ହେଲେ ଇ ଖୁସିଟା ଦିନାକେତେ ଭିତରେ ସମ୍‌କର ମୁହୁଁରୁ ଉଭି ଗଲା। ଜନମ୍‌ ହେବାର ଦୁଇ ମାସ ଉତାରୁ ରୂପେଲିର ଦିହିପା ଖରାପ ହେଲା। ମା’ବାପ୍‌ ଝି’କେ ପହେଲା ଗୁଡ଼ଭେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପଛେ ଜିଲା ମୁଖିଆ ଡାକ୍‌ତରଖାନା ଆର ବୁର୍ଲାକେ ନେଇ ଚିକିଛା କରାଲେ, ହେଲେ କିଛି ଲାଭ୍‌ ନାଇଁ ହେଲା। ଇଆଡ଼େ ରୂପେଲିର ମୁଡ଼ ବଢ଼ୁଥିଲାବେଲେ ସେ ହିସାବେ ଗୋଡ଼ହାତ୍‌ ନାଇଁ ବଢ଼ବାର। ବଏସ୍‌ ବଢ଼ୁଥିଲେ ବି ସେ ଚାଲବୁଲ କି କଥାବାରତା ନାଇଁ କରିପାରବାର। ସବୁବେଲେ ସେ ମା’ରନେ ପାଇ ହେଇଛନ୍‌। ରୂପେଲିର ମୁଡ଼ର ଉଜନ ବଢ଼ବାରେ ଲାଗିଥିଲାବେଲେ ସେ ମୁଡ଼ ସିଧା କରି ରଖି ନାଇଁପାରବାର। ଇଆଡ଼ ଗରିବ୍‌ ବାପ୍‌ କୁଲି ମଜୁରି କରି ଦୁଇ ପଏସା ଆନ୍‌ଲେ ଯାଇ ଘରର ଚୁଲି ଜଲୁଛେ। ଏନ୍‌ତାଥି ଝି’ର ଉଚ ଚିକିଛା କଥା ମା’ବାପ୍‌ ଚିନ୍‌ତା କରି ନାଇଁପାରବାର। ମାଏକିନା କୁନୀତା, ଝି’ ରୂପେଲି ଆର ଦୁଇ ବଛର୍‌ର ପୁଓ ଲୁକେଶ୍ୱରକେ ନେଇ ମେଘନାଦକଁର ପରିବାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ୫୦ ଡେସିମିଲ ଚାଷ୍‌ଜମି ରହିଛେ। କୁଲି ମଜୁରି କରି କୁଟୁମ୍‌ ପୁଷୁଛେଁ, ଝି’ର ଚିକିଛା ଲାଗି ବହୁତ୍‌ ଧାର ଉଧାର କରି ସାଇଲିନ, ହେଲେ ରୂପାଲିକେ କାଏଁ ରୋଗ୍‌ ହେଇଛେ ସେଟା ବି ଜନା ନାଇଁ ପଡ଼ବାର। ଇ ଅଭାବ ଅନାଟନ ଭିତରେ ଝି’ର ଉଚ ଚିକିଛା କରବାର ମୋର ପକ୍ଷେ ସମ୍‌ଭବ ନୁହେ ଆଗିଅଁା। ଯାହା ପାରଲି ଧାର ଉଧାର କରି ଚିକିଛା କଲି, ଏହେଦେ ରୂପାଲି ଖାଲି ଭଗବାନ ଭରସାରେ ଅଛେ ବଲି କହିଛନ୍‌ ମେଘନାଦ। ଇ ଦୁଖି ପରିବାର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ରୂପେଲିକେ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ା ଲିଙ୍ଗମଝୋଲା ଗାଁରେ ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଲେକେ ଦୌଡ଼ିଲେ

କଲ୍ୟାଣସିଂହପୁର, ୧୭।୫ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ପାର୍ସଲି ପଞ୍ଚାୟତର ଲିଙ୍ଗମଝୋଲା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ରାତି ଅଧରେ ଏକ ୧୦ଟିକିଆ…

ପୁରୀରୁ ଶଶୁର ଘରକୁ ଫେରୁଥିଲେ: ଟ୍ରଲର-କାର ମୁହାଁମୁହିଁ ଧକ୍କା, ୨ ମୃତ ୩ ଗୁରୁତର

ପାପଡ଼ାହାଣ୍ଡି, ୧୭।୫ (ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍ ଜିଟିକିଗୁଡ଼ା ଜାତୀୟ ରାଜପଥ ନିକଟରେ ଏକ ଟ୍ରଲର ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।…

ସକାଳୁ ସକାଳୁ ପୋଖରୀରେ ଭାସୁଛି କ୍ଷୁଦ୍ର ଜଳସେଚନ ବିଭଗ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୁରୁଣା ପଡାସ୍ଥିତ ସାନବନ୍ଧରୁ ରବିବାର ସକାଳୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ସର୍ବ ଭାରତୀୟ ସ୍ତର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ବନ୍ଦ ଡାକରା : ୨୦ରେ ବନ୍ଦ ରହିବ ସମସ୍ତ ଔଷଧ ଦୋକାନ

ଦେବଗଡ଼,୧୭।୫ (ଶଶାଙ୍କ ଶେଖର ଝାଙ୍କର): ସର୍ବ ଭାରତୀୟ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଆହ୍ୱାନ କ୍ରମେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଡାକରେ ଦେବଗଡ଼ ଜିଲା…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri