ରିଏଲ ଇଷ୍ଟେଟ ଲାଗି ପ୍ୟାକେଜ ଘୋଷଣା: ଫ୍ଲାଟ କ୍ରେତାଙ୍କ ସ୍ବପ୍ନ ହେବ ପୂରଣ

ନୂଆଦିଲ୍ଲୀ,୧୫-୯: ଦେଶର ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ରିଏଲ ଇଷ୍ଟେଟ ସେକ୍ଟରରେ ପଡିଛି। ଏହି ସେକ୍ଟର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ପ୍ୟାକେଜ ଘୋଷଣା କରିଛନ୍ତି। ଅର୍ଦ୍ଧନିର୍ମିତ ଫ୍ଲାଟ୍‌ର ନିର୍ମାଣ ସମ୍ପୂର୍ଣ୍ଣ କରିବା ପାଇଁ ସରକାର ୨୦ ହଜାର କୋଟି ଟଙ୍କାର ଏକ ସ୍ପେଶାଲ ଓ୍ବିଣ୍ଡୋ ଗଠନ କରିଛନ୍ତି। ଏଥିରେ ସରକାର ୧୦ହଜାର କୋଟି ଟଙ୍କା ଦେବେ। ସମ ପରିମାଣ ଅର୍ଥ ଏଲ୍‌ଆଇସି ଓ ଅନ୍ୟ ବାହ୍ୟ ନିବେଶକ ଦେବେ। ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ଫ୍ଲାଟ୍‌ କିଣିବା ସ୍ବପ୍ନ ପୁରା ହୋଇପାରିବ।
ଏହି ପାଣ୍ଠି ସହାୟତାରେ ସାରା ଦେଶରେ ୬୦% ପର୍ଯ୍ୟନ୍ତ କାମ ଶେଷ ହୋଇଥିବା ପ୍ରାୟ ୩.୫ ଲକ୍ଷ ଆଫୋର୍ଡେବଲ ଏବଂ ମିଡିଲ କ୍ଲାସ୍‌ ହାଉସିଂ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରାଯିବ। ତେବେ ଏନ୍‌ପିଏ ବା ଅନାଦାୟ ଋଣ ହୋଇ ନ ଥିବା, ଦେବାଳିଆ ବା ଆଇବିସି ଅଦାଲତରେ ସମାଧାନ ପାଇଁ ଯାଇ ନ ଥିବା ଏବଂ ନେଟ୍‌ଓ୍ବର୍ଥ ପଜିଟିଭ ଥିବା ପ୍ରକଳ୍ପଗୁଡ଼ିକୁ ଶେଷ କରିବା ଲାଗି ସରକାର ସହାୟତା ପ୍ରଦାନ କରିବେ ବୋଲି ସର୍ତ୍ତାରୋପ କରାଯାଇଛି।
ଏହାଛଡ଼ା ହାଉସିଂ ଫାଇନାନ୍ସ କମ୍ପାନୀଗୁଡ଼ିକ ପାଇଁ ବିଦେଶରୁ ଋଣ ଆଣିବା ନିୟମକୁ କୋହଳ କରାଯାଇଛି ବୋଲି ଉଲ୍ଲେଖ କରି ସୀତାରାମନ୍‌ କହିଛନ୍ତି ଯେ, ହାଉସିଂ ବିଲ୍‌ଡିଂ ଆଡଭାନ୍ସ ଉପରେ ସୁଧ ହାରକୁ ହ୍ରାସ କରାଯାଇଛି। ଏହାଦ୍ୱାରା ଘର କିଣିବାକୁ ଚାହିଁ ବସିଥିବା ସରକାରୀ କର୍ମଚାରୀଙ୍କୁ ଫାଇଦା ମିଳିବ। ଏହାଦ୍ୱାରା ରିଏଲ ଇଷ୍ଟେଟ ସେକ୍ଟରରେ ଚାହିଦା ବଢ଼ିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର କ୍ରୟ ଉପରେ ଟିକସ ଛାଡ଼ର ଫାଇଦା ଦେଖିବାକୁ ମିଳୁଛି। ସେ କହିଛନ୍ତି ଯେ, ଆଫୋର୍ଡେବଲ ହାଉସିଂ ଉପରେ ଏକ୍ସଟରନାଲ କମର୍ସିଆଲ ବରୋଇଙ୍ଗ୍‌ (ଇସିବି)କୁ ସରଳ କରାଯିବ। ଉଲ୍ଲେଖଥାଉ କି, ଇସିବି ଓ୍ବିଣ୍ଡୋ ମାଧ୍ୟମରେ ଭାରତୀୟ କମ୍ପାନୀମାନେ ଭିନ୍ନ ଭିନ୍ନ ଇନ୍‌ଷ୍ଟ୍ରୁମେଣ୍ଟ ଜରିଆରେ କେତେକ ବିଶେଷ ସ୍ଥିତିରେ ବିଦେଶରୁ ଋଣ ନେଇପାରୁଛନ୍ତି। ତାଙ୍କର କହିବାନୁଯାୟୀ, ଏ କ୍ଷେତ୍ରରେ ବିଦେଶୀ ଋଣ ନିୟମକୁ ସହଜ କରାଯାଇଛି। ଚାପଗ୍ରସ୍ତ ରିଏଲ ଇଷ୍ଟେଟ ପାଣ୍ଠି ଗଠନ ଲାଗି ସରକାରଙ୍କ ଘୋଷଣାକୁ ରିଏଲ ଇଷ୍ଟେଟ ସେକ୍ଟର ସ୍ବାଗତ କରିଛି। ରିଏଲ ଇଷ୍ଟେଟ ଡେଭଲପର ସଂଗଠନ କ୍ରେଡାଇ ଅଧ୍ୟକ୍ଷ ଜକ୍ଷୟ ଶାହ କହିଛନ୍ତି ଯେ, ସଦ୍ୟତମ ଘୋଷଣା ଦ୍ୱାରା ସରକାର କେବଳ ଜମି ଯାଇଥିବା ଧୂଳିକୁ ହଟାଇଛନ୍ତି। ସରକାର ଏହି ସେକ୍ଟରର ପରିସ୍ଥିତି ଗମ୍ଭିରତା ବୁଝିପାରିନାହାନ୍ତି। ତେବେ ଏହା ସ୍ବାଗତ ଯୋଗ୍ୟ। ସେହିପରି ନାରେଡକୋ ଅଧ୍ୟକ୍ଷ ନିରଞ୍ଜନ ହିରାନନ୍ଦାନି କହିଛନ୍ତି ଯେ, ୨୦ ହଜାର କୋଟି ଟଙ୍କାର ପାଣ୍ଠି ଗଠନ ନିଶ୍ଚିତ ଭାବେ ସ୍ବାଗତ କରାଯାଇପାରେ। ଅନୁରୂପ ଭାବେ ଏନରକ୍‌ ଅଧ୍ୟକ୍ଷ ଅନୁଜ ପୁରି କହିଛନ୍ତି ଯେ, ଏହି ପାଣ୍ଠି ଯୋଗୁ ଶସ୍ତା ଘର ଓ ମଧ୍ୟବିତ୍ତ ଆୟକାରୀଙ୍କୁ ପାର୍ବଣର ଉପହାର କୁହାଯାଇପାରେ। ସମ୍ପତ୍ତି ପରାମଶର୍ର୍ଦାତା କମ୍ପାନୀ ନାଇଟ ଫ୍ରାଙ୍କ ଇଣ୍ଡିଆ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶିଶିର ବଜାଜ କହିଛନ୍ତି ଯେ, ସରକାର ଉଚିତ ଦିଗରେ ପଦକ୍ଷେପ ନେଇଛନ୍ତି। ରିଏଲ ଇଷ୍ଟେଟ କ୍ଷେତ୍ରରେ ଦେଖାଦେଇଥିବା ଅସୁବିଧାକୁ ଅନେକାଂଶରେ ଦୂର କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri