ରାସ୍ତାରେ ବସି ଆଇନଜୀବୀଙ୍କ ସତ୍ୟାଗ୍ରହ ଆନ୍ଦୋଳନ

ବ୍ରହ୍ମପୁର ଅଫିସ,୨୭ା୨ – ଗଞ୍ଜାମ ଜିଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଉ ବୋଲି ୧୨ ବର୍ଷ ହେଲା ଦାବି ହେଉଛି। ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହାକୁ ନେଇ ଜିଲାର ବିଭିନ୍ନ ଆଇନଜୀବୀ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ ପାଉଛି। ପ୍ରତିବାଦରେ ଗଞ୍ଜାମ ଆଇନଜୀବୀ ସଂଘ ପକ୍ଷରୁ ମାସର ଶେଷ ୪ ଦିନ କାର୍ଯ୍ୟବନ୍ଦ କରାଯିବା ସହ ସତ୍ୟାଗ୍ରହ ଓ ଧାରଣା ଦିଆଯାଉଛି। ଶତାଧିକ ଓକିଲ ବୁଧବାର ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇଥିଲେ । ଏବେ ସେମାନେ ଆନ୍ଦୋଳନର ତରିକା ବଦଳାଇ ଗଞ୍ଜାମ ବାର ସମ୍ମୁଖ ରାସ୍ତା ଉପରେ ସତ୍ୟାଗ୍ରହ ଧାରଣାରେ ବସିଛନ୍ତି। ଆଇନଜୀବୀଙ୍କ ନ୍ୟାଯ୍ୟ ଦାବି ପାଇଁ ବ୍ରହ୍ମପୁରରେ ତୁରନ୍ତ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବାକୁ ଦାବି କରିଥିଲେ। ପ୍ରତି ମାସର ଶେଷ ୪ ଦିନ ଏଥିପାଇଁ ଗଞ୍ଜାମ ଓକିଲ ସଂଘ ତରଫରୁ କୋର୍ଟ ବର୍ଜନ କରାଯାଉଛି। ଚଳିତ ମାସ ବୁଧବାରରୁ ଓକିଲମାନେ କାର୍ଯ୍ୟରେ ଯୋଗ ନ ଦେଇ ଅହିଂସା ମାର୍ଗରେ ଧାରଣାରେ ବସିଛନ୍ତି ବୋଲି ସଂଘ ସଭାପତି ରବୀନ୍ଦ୍ରନାଥ ପାଣିଗ୍ରହୀ ସୂଚନା ଦେଇଛନ୍ତି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଆଇନଜୀବୀମାନେ କାର୍ଯ୍ୟରେ ଯୋଗଦେବେ ନାହିଁ। ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ଜାଣିଶୁଣି ବିଳମ୍ବ କରାଯାଉଛି ବୋଲି ସଂଘ ଅଭିଯୋଗ କରିଛି । ଦକ୍ଷିଣ ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ସରକାର ଖୁବଶୀଘ୍ର ବ୍ରହ୍ମପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରନ୍ତୁ ବୋଲି ସଂଘ କର୍ମକର୍ତ୍ତା ଦାବି କରିଛନ୍ତି । ଏଥିରେ ଗଞ୍ଜାମ ଓକିଲ ସଂଘ ସଭାପତି ରବୀନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଉପସଭାପତି ଚିତ୍ତରଞ୍ଜନ ଶତପଥୀ ଓ ଯୁଗ୍ମ ସମ୍ପାଦକ କିରଣ କୁମାର ମଣ୍ଡଳ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଓକିଲ ସଂଘ ପୂର୍ବତନ ସମ୍ପାଦକ ପୀତବାସ ପଣ୍ଡା, ବରିଷ୍ଠ ଆଇନଜୀବୀ ମନୋଜ ପଟ୍ଟନାୟକ, କିଶୋର ବିଶୋଇ, ନିର୍ମଳ କୁମାର ସାହୁ, ରଘୁନାଥ ପ୍ରସାଦ ପାଣିଗ୍ରାହୀ, ସୁନୀଲ କୁମାର ସ୍ବାଇଁ, ଅକ୍ଷୟ ପଟ୍ଟନାୟକ, ରାମ ପ୍ରସାଦ ପଣ୍ଡା, ଜନାର୍ଦ୍ଦନ ସୁବୁଦ୍ଧି, କୁନାଲ ସାହୁ, ସୁଶୀଲ ତ୍ରିପାଠୀ, ସବୁଜ ପାତ୍ର, ପ୍ରସାଦ ଦୋରା, ତପନ ଦାଶ, ଅନିଲ କୁମାର ପଣ୍ଡା, ସିତାଂଶୁ ଶେଖର ପଣ୍ଡା, ସଂଘ ପୂର୍ବତନ ସଭାପତି ମୋହନ ସିଙ୍ଗାରୀ, ବୀରେନ ପଟ୍ଟନାୟକ, ପ୍ରଫୁଲ୍ଲ ପଟ୍ଟନାୟକ, ବସନ୍ତ ପଣ୍ଡା, ଦୀପକ ପଟ୍ଟନାୟକ, ବିଷ୍ଣୁ ମୋହନ, ବୀରେନ୍ଦ୍ର କୁମାର ପାଢ଼ୀ, ସଞ୍ଜୟ ମିଶ୍ର, ଅସିତ୍‌ ସାବତ, ବରୁଣ ଗୌଡ଼, ବିରଞ୍ଚତ୍ ମହାପାତ୍ର, ଅଶୋକ ଶୁକ୍ଳ, ପ୍ରଦୀପ ପଣ୍ଡା ଓ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଶତାଧିକ ଆଇନଜୀବୀ ଧାରଣାରେ ଅଂଶଗ୍ରହଣ କରିଥିଲେ । ଗଞ୍ଜାମ ଓକିଲ ସଂଘ ତରଫରୁ ବୁଧବାରରୁ ଜିଲା ଜଜ୍‌ କୋର୍ଟ ସମେତ ସମସ୍ତ ନିମ୍ନ ଅଦାଲତଗୁଡ଼ିକରେ ଆଇନଜୀବୀ କାର୍ଯ୍ୟବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri