ବାଙ୍କୀରେ ଡବଲମର୍ଡର ଘଟଣାକୁ ସୋନିଆ ଗାନ୍ଧୀଙ୍କ ନିନ୍ଦା

ବାଙ୍କୀ, ୨୭ା୨ (ସ୍ବ.ପ୍ର): ବାଙ୍କୀରେ ଘଟିଥିବା ଡବଲ ମର୍ଡର ଘଟଣାକୁ ଅଖିଳଭାରତୀୟ କଂଗ୍ରେସ କମିଟି ସଭାପତି ସୋନିଆ ଗାନ୍ଧୀ ନିନ୍ଦା କରିଛନ୍ତି। ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଖଜୁରିପଦା (ନୂଆଗାଁ) ସରପଞ୍ଚ ମମତା ମହାପାତ୍ରଙ୍କ ସ୍ବାମୀ ଭଗବାନ ସ୍ବାଇଁ ଏବଂ ଖବରଦାତା ଆଦିତ୍ୟ ରଣସିଂହଙ୍କ ପରିବାରକୁ ଗାନ୍ଧୀ ପୃଥକ ଭାବେ ଶୋକବାର୍ତ୍ତା ପଠାଇଛନ୍ତି। ସେ ତାଙ୍କ ଶୋକବାର୍ତ୍ତାରେ ସ୍ବର୍ଗତଃ ଭଗବାନ ଓ ଆଦିତ୍ୟ ନିଜ କ୍ଷେତ୍ରରେ ଆଗଧାଡିର ବ୍ୟକ୍ତି ଥିଲେ ବୋଲି ଉଲ୍ଲେଖ କରିଛନ୍ତି। କଂଗ୍ରେସ ଦଳ ଉଭୟଙ୍କ ପରିବାର ସହ ରହିଛି ବୋଲି ସେ ସେଥିରେ ଦର୍ଶାଇଛନ୍ତି। କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟନାୟକ ମଙ୍ଗଳବାର ସ୍ବଗତଃ ସ୍ବାଇଁ ଓ ରଣସିଂହଙ୍କ ଏକଦଶାହ କାର୍ଯ୍ୟରେ ଯୋଗଦେଇ ଉଭୟଙ୍କ ପରିବାରକୁ ଏହି ଶୋକବାର୍ତ୍ତା ପ୍ରଦାନ କରିଥିଲେ। ଅପରପକ୍ଷେ ଏହି ଘଟଣାର ନିରେପକ୍ଷ ଓ ନ୍ୟାୟିକ ତଦନ୍ତ ଦାବି କରି ବାଙ୍କୀ ସ୍ବାର୍ଥରକ୍ଷା ସମିତି ପକ୍ଷରୁ ବୁଧବାର କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଅପରାହ୍ନରେ ବାଙ୍କୀ ପ୍ରେସକ୍ଲବ ବିଦ୍ୟାରନତ୍ ଭବନରେ ସମିତି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଡକାଯାଇ ସମିତି ପକ୍ଷରୁ ଏହି ହତ୍ୟା ଘଟଣାକୁ ନିନ୍ଦା କରାଯାଇଥିଲା। ରାଜନୀତି ଉଦ୍ଦେଶ୍ୟରେ ସଂଘବଧ ଆକ୍ରମଣ କରି ହତ୍ୟା କରାଯାଇଥିବାରୁ ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ରହିଛି। ଘଟଣା ସହ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ଜଡିତ ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସର ଭୁକ୍ତ କରାଗଲେ ପ୍ରକୃତ ଅପରାଧି ଦଣ୍ଡ ପାଇପାରିବେ ବୋଲି ସମ୍ମିଳନୀରେ ସମିତି ସଦସ୍ୟ କହିଥିଲେ। ଏଥିସହ ମୃତକଙ୍କ ପରିବାର ବର୍ଗକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଥିଲେ। ନଳିନୀ ରାୟ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବାଙ୍କୀ ସ୍ବାର୍ଥରକ୍ଷା ସମିତି ସଭାପତି ସିଦ୍ଧେଶ୍ୱର ପାଇକରାୟ, ସାଧାରଣ ସମ୍ପାଦକ ସତ୍ୟବ୍ରତ ଦାଶ ଓ ମୃତ ଆଦିତ୍ୟ କୁମାର ରଣସିଂହଙ୍କ ଭାଇ ବିଦିତ୍ୟ ରାୟ ରଣସିଂହ ଏହି ଖବରଦାତା ସମ୍ମିଳନୀରେ ଉପସ୍ଥିତ ରହି ଖବରଦାତାଙ୍କ ସମ୍ମୁଖରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ଗତ ୧୫ ତାରିଖ ଅପରାହ୍ନରେ ବାଙ୍କୀ ଥାନା ଅନ୍ତର୍ଗତ କିଆପଲା ଜୋକଲାଞ୍ଜି ଜଳସେଚନ ପ୍ରକଳ୍ପ ନିକଟରେ ଏହି ଡବଲ୍‌ ମର୍ଡର ହୋଇଥିଲା। ଦୁର୍ବୃତ୍ତମାନେ ଭଗବାନ ଓ ଆଦିତ୍ୟଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଘଟଣାସ୍ଥଳରେ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ବଡ଼ ଡାକ୍ତରଖାନାରେ ଭଗବାନଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଥାନାରେ ମାମଲା (ନଂ.୩୯/୨୦)ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ପୋଲିସର ଚଢ଼ାଉ, ଏତେ ଲିଟର ଦେଶୀ ମଦ ଜବତ

ବ୍ରାହ୍ମଣୀଗାଁ , ୨୯ ।୩ (ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢାଉବେଳେ ୨୨...

‘ବିଜେଡି ସରକାରଙ୍କ ଇଞ୍ଜିନକୁ ୨୪ ବର୍ଷ ହେଲାଣି, କେବଳ ପଲ୍ୟୁସନ କରୁଛି’

ଭୁବନେଶ୍ୱର, ୨୯।୩(ସୁନିତ୍‌ ମିଶ୍ର): ମୋଦି ଗ୍ୟାରେଣ୍ଟି ପାଇଁ ବର୍ତ୍ତମାନ ଓଡିଶାର ଗରିବ ଲୋକଙ୍କ ଜୀବନ ଧାରଣମାନରେ ପରିବର୍ତ୍ତନ ଆସିଛି। ଗରିବ ଲୋକଙ୍କର ମୌଳିକ ଆବଶ୍ୟକତା ଯଥା...

ଘୋଷଣା ହେଲା ବିଜେଡିର ତୃତୀୟ ପ୍ରାର୍ଥୀ ତାଲିକା! ଏହି ପ୍ରାର୍ଥୀଙ୍କ ନାଁରେ ଲାଗିଲା ମୋହର…

ଭୁବନେଶ୍ୱର,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ନବୀନ ନିବାସରେ ଭିଡ ସେତିକି ଜମୁଛି। ତେବେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ହୋଲିରେ...

‘ଡବଲ ଇଞ୍ଜିନ ସରକାର ଲାଗି ଶପଥପାଠ କରାଇଲା ଭାଜପା’

ଛତ୍ରପୁର,୨୮।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍‌ଠାରେ ଭାଜପା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଯାଇଛି l...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ଆଗକୁ ନିର୍ବାଚନ: ବଦଳିଲେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ଭଦ୍ରକ,୨୯।୩(ସନାତନ ରାଉତ): ସାଧାରଣ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦରେ ବଦଳ କରାଯାଇଛି। ଭଦ୍ରକ ବ୍ଲକ ଅଧୀନ କୋରକୋରା ପଞ୍ଚାୟତ ନୂଆସାହିର...

ତାତି ଛୁଇଁଲା ୪୦

ଭୁବନେଶ୍ୱର,୨୯।୩: ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି। ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ...

ଦ୍ୱିତୀୟ ଥର ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଷ୍ଣୁବ୍ରତ

ବାସୁଦେବପୁର,୨୯ା୩(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବିଜେଡି ଶିବିର ଏବେ ଚଳଚଞ୍ଚଳ ହୋଇପଡ଼ିଛି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପୁନର୍ବାର ଏହି ନିର୍ବାଚନ ମଣ୍ଡଳୀରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri