ଅସୁରକ୍ଷିତ ଭଞ୍ଜବିହାର ଛାତ୍ରାବାସ

ବ୍ରହ୍ମପୁର ଅଫିସ,୨୭ା୨ – ଭଞ୍ଜବିହାରରେ ୬ ଛାତ୍ରାବାସ ରହିଛି। ସେଗୁଡିକ ହେଲୋ ଋଷିକୁଲ୍ୟା, ବଂଶଧାରା, ନାଗାବଳୀ, ଇନ୍ଦ୍ରାବତୀ, ବାହୁଦା ଓ ଯୋଗେନ୍ଦ୍ର । ଏହା ସବୁ ଛାତ୍ରାବାସରେ ପିଲାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ଦେଉଛନ୍ତି । ମୌଳିକ ସୁବିଧା ସେମାନଙ୍କୁ ମିଳିପାରୁ ନ ଥିବା କହିଛନ୍ତି ଅନ୍ତେବାସୀ । ସେମାନଙ୍କ କହିବା କଥା ବିଦ୍ୟୁତ୍‌ ଓ ପାଣି ଭଳି ଦୁଇଟି ମୁଖ୍ୟ ଆବଶ୍ୟକତା ମିଳିପାରୁ ନାହିଁ । ତା’ସହ ଗାଧୁଆ ଘର ଅବସ୍ଥା ବହୁତ ଶୋଚନୀୟ। ଛାତରୁ ପାଣି ଗଳିବା ଦ୍ୱାରା ତାହା ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। ପାଣି ଟାଙ୍କି ସଫା ନ ହେବାରୁ ବ୍ୟବହାର ସମୟରେ ପୋକ ବାହାରୁଛି । ଗାଧୁଆ ଘରେ କବାଟ ନ ଥିବାରୁ ଗାଧୋଇବା ବେଳେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଲାଟ୍ରିନ୍‌ଗୁଡିକ ମାସମାସ ଧରି ସଫା ହେଉନାହିଁ ।  ଉପାୟ ନ ପାଇ ଛାତ୍ରମାନେ ବାଧ୍ୟହୋଇ ଏହାକୁ ବ୍ୟବହାର କରୁଛନ୍ତି। କେତେକ କୋଠା ଅବସ୍ଥା ଏତେ ଖରାପ ଯେ ସେଠାରେ ରହିବା ପାଇଁ ଛାତ୍ରମାନେ ସୁରକ୍ଷିତ ମଣୁନାହାନ୍ତି ା ସେଥିପାଇଁ କେତେକ ଛାତ୍ର ଅନ୍ୟ ସାଙ୍ଗମାନଙ୍କ ପାଖରେ ରହୁଛନ୍ତି ା ଅନେକ ଛାତ୍ରାବାସ ମାସ ମାସ ଧରି ସଫା ହେଉ ନ ଥିବା ଦେଖିବାକୁ ମିଳୁଛି ା ଛାତ୍ରମାନଙ୍କ କହିବା କଥା ପିଇବା ପାଇଁ ଶୁଦ୍ଧ ପାଣି ମଧ୍ୟ ମିଳେ ନାହିଁ ା ଦିନେ ଆକ୍ୱାଗାର୍ଡ଼ ଚାଲିଲେ ୧୦ ଦିନ ବନ୍ଦ ରହୁଛି। ଫଳରେ ବାହାରୁ ପାଣି ଆଣି ପିଇବାକୁ ପଡ଼ୁଛି ା
ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କ ପାଇଁ ଜିମ୍‌ ସେଣ୍ଟର ଖୋଲିଥିଲେ। କିନ୍ତୁ ତାହା ଏବେ ଅଚଳ ହୋଇପଡ଼ିଛି ା ଅନେକ ଜାଗାରେ ଛାତଗୁଡ଼ିକ ଏପରି ଅବସ୍ଥାରେ ରହିଛି ତାହା କେଉଁ ମୁହୂର୍ତ୍ତରେ ଭୁଶୁଡ଼ିପଡ଼ିବ କହି ହେବ ନାହିଁ ା ଏ ସମ୍ପର୍କରେ ଛାତ୍ରାବାସ ୱାଡେନ୍‌ ପ୍ରଫେସର ଭାଗୀରଥି ପାଣିଗ୍ରାହୀଙ୍କୁ ପଚାରିବାରୁ ଛାତ୍ରାବାସ ମରାମତି କାମ ଚାଲୁ ରହିଛି । ଖୁବ୍‌ଶୀଘ୍ର ସମସ୍ୟାର ସାମଧାନ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri