ରାସ୍ତାରେ ଧାନତଳି ରୋଇଲେ ଗ୍ରାମବାସୀ

ବାହାନଗା, ୨୮ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ତଳକରଞ୍ଜାବିନ୍ଧା ଗ୍ରାମର ୨ ନମ୍ବର ୱାର୍ଡର ମୁଖ୍ୟ ରାସ୍ତାରେ ଏବେ ବର୍ଷା ପାଣି ଲହଡି ଖେଳୁଛି। ଏହା ନିଷ୍କାସନ ହୋଇପାରୁ ନ ଥିବାରୁ ଗ୍ରାମବାସୀ ଶୁକ୍ରବାର ରାସ୍ତାରେ ଧାନଗଛ ରୋଇ ପ୍ରତିବାଦ ଜଣାଇଛନ୍ତି।
ଯାଗେଶ୍ୱରପଦାଠାରୁ ଉପରକରଞ୍ଜାବିନ୍ଧା ଗ୍ରାମ, ତଳକରଞ୍ଜାବିନ୍ଧା ଗ୍ରାମ ମଧ୍ୟ ଦେଇ ଗିଲିଦା ଛକ ପର୍ଯ୍ୟନ୍ତ ମୋଟ ୪ କି.ମି. ୩ଶହ ମିଟର ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହୋଇଛି। ତେବେ ୨ନମ୍ବର ୱାର୍ଡରେ ଆରମ୍ଭରୁ ୪୦ ମିଟର ରାସ୍ତା କାମ ନ ହୋଇ ପଡିରହିଛି। ସେହି ରାସ୍ତାରେ ପାଣି ଜମି ରହିବା ଫଳରେ ଲୋକମାନେ ବର୍ଷା ଦିନରେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ୪୦ ମିଟର ରାସ୍ତାର କିଛି ଅଂଶ ଜବରଦଖଲ ହୋଇଥିବାରୁ ରାସ୍ତା ୧୨ ଫୁଟ ଚଉଡା ନ କରି ଠିକାଦାର ଛାଡି ଦେଇଛନ୍ତି। ଫଳରେ ସେହି ସ୍ଥାନରେ ରାସ୍ତା କାମ ହୋଇପାରିନାହିଁ। କାମ ହେବା ପୂର୍ବରୁ ଗ୍ରାମବାସୀ ଜିଲାପାଳ ଓ ବାହାନଗା ତହସିଲଦାରଙ୍କୁ ମାପକରି ସରକାରୀ ଜମି ବାହାର କରିବା ପାଇଁ ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଇ ନ ଥିଲା। ଫଳରେ ରାସ୍ତା କାମ କରୁଥିବା ଠିକାଦାର ସଂସ୍ଥା ରାସ୍ତା ପାଇଁ ସ୍ଥାନ ଯେତିକି ଆବଶ୍ୟକ ନ ପାଇ ୪୦ ମିଟର ରାସ୍ତା କାମ ନ କରି ଛାଡି ଦେଇ ଆଗକୁ କରିବାରୁ ସେହି ସ୍ଥାନରେ ପାଣି ନିଷ୍କାସନ ହୋଇପାରୁନାହିଁ। ଫଳରେ ୨ନମ୍ବର ଓ ୩ ନମ୍ବର ୱାର୍ଡବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଶୀଘ୍ର ଡ୍ରେନେଜ ବ୍ୟବସ୍ଥା କରିବା ପାଇଁ ଦାବି କରାଯିବା ସହିତ ୨ନମ୍ବର ୱାର୍ଡରେ ଜବରଦଖଲ ଉଚ୍ଛେଦ କରି ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମର ଭଗବାନ ଚରଣ ବେହେରା, ପ୍ରଭାକର ବେହେରା, ହରେନ୍ଦ୍ର ବେହେରା, ମାୟାଧର ବେହେରା, ଯୁଦ୍ଧିଷ୍ଟିର ବେହେରା,କୃଷ୍ଣ ଚନ୍ଦ୍ର ବେହେରା,ସୀତାମଣୀ ବେହେରା, ଭରତ ଚନ୍ଦ୍ର ବେହେରା, ମୁକ୍ତିକାନ୍ତ ବେହେରା, ଭାଗବତ ବନ୍ଧ, ବସନ୍ତ ବେହେରା, ଯଶୋଦାମଣି ବନ୍ଦ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri