ରାସ୍ତା ଉପରେ ଝୁଲିରହିଛି ବିଦ୍ୟୁତ୍‌ ତାର:ବିପଦ ଆଶଙ୍କାରେ ସାହିବାସୀ

ଖଣ୍ଡପଡା,୧୧ା୯(ସ୍ବ.ପ୍ର.): କଣ୍ଟିଲୋ ଅଞ୍ଚଳ ଦେଇ ଯାଇଛି ଦଶପଲ୍ଲା-ଖୋର୍ଦ୍ଧା ରାଜ୍ୟ ରାଜପଥ। ଏହି ରାସ୍ତାର କଣ୍ଟିଲୋ ଅଞ୍ଚଳରେ ବିଦ୍ୟୁତ୍‌ ତାର ଝୁଲିରହିଥିବାରୁ ବିଭିନ୍ନ ସାହି, ବସ୍ତିର ଲୋକେ ବିପଦ ଆଶଙ୍କା କରିଛନ୍ତି।
ଖଣ୍ଡପଡା ସେସୁ ବିଭାଗର କଣ୍ଟିଲୋ ବିଦ୍ୟୁତ୍‌ ସେକ୍ସନ ଅଧୀନରେ ପ୍ରାୟ ୧୩୦ କିଲୋ ମିଟର ୧୧ କେଭି ଓ ଏଲ୍‌ଟି ଲାଇନ ରହିଛି ା ଉକ୍ତ ଲାଇନ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଟଣାଯାଇଥିବା ବେଳେ ପୁରୁଣା ତାର ବଦଳାଯାଇ ନାହିଁ। ଏହାଛଡା ୧୧ କେଭି ବିଦ୍ୟତ୍‌ ତାର ସହିତ ଗୃହମାନଙ୍କୁ ଯାଇଥିବା ସର୍ଭିସ ଲାଇନଗୁଡିକ ଅଧିକାଂଶ ସ୍ଥାନରେ ଝୁଲି ରହିଛି ା ବିଶେଷ କରି ଦଶପଲ୍ଲ-ଖୋର୍ଦ୍ଧା ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାକୁ ୪୮ ନମ୍ବର ରାଜ୍ୟ ରାଜପଥ ଭାବେ ଘୋଷଣା କରାଯାଇ ନବୀକରଣ କରାଯିବାରୁ ଏହି ରାସ୍ତା ପ୍ରାୟ ଏକଫୁଟ ଉଚ୍ଚା ହୋଇଯାଇଛି ା କଣ୍ଟିଲୋ ମୁଖ୍ୟ ବଜାରରେ ସିମେଣ୍ଟ ରାସ୍ତା ଉପରୁ ଏହି ଏଲଟି ଲାଇନ ଓ ୧୧ କେଭି ଲାଇନର ଉଚ୍ଚତା ପ୍ରାୟ ୧୦/୧୫ଫୁଟ ରହିଛି ା ପ୍ରତ୍ୟହ ଉକ୍ତ ବଜାର ରାସ୍ତା ଦେଇ ଶତାଧିକ ଭରିଯାନ ସହିତ ଯାତ୍ରୀବାହୀ ବସ୍‌, ଟ୍ରକ, ଜେସିବି ଆଦି ଚଳାଚଳ କରୁଛି ା ଅନେକ ସୟରେ ବିଭିନ୍ନ ଭାରିଯାନ ଓ ଯାତ୍ରୀବାହୀ ବସ୍‌ରେ ଲଦା ହୋଇଥିବା ସାମଗ୍ରୀ ରାସ୍ତା ଉପରେ ଝୁଲି ରହିଥିବା ଲାଇନରେ ମାଡ ହୋଇ ବିଦ୍ୟୁତ୍‌ ତାର ଛିଣ୍ଡିଯିବାର ନଜିର ରହିଛି ା ବିଗତ ଦିନରେ ଏକ ଯାତ୍ରୀବାହୀ ବସ୍‌ ଛାତ ଉପରେ ବସିଥିବା ଜଣେ ବ୍ୟକ୍ତି ତାର ସଂସ୍ପର୍ଶରେ ଆସି ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ। ଗତ ଅଗଷ୍ଟ ୮ ତାରିଖରେ କୌଣସି ଏକ ଗାଡିରେ ଲୋଡ୍‌ହୋଇଥିବା ସାମଗ୍ରୀ ଝୁଲି ରହିଥିବା ବିଦ୍ୟୁତ ଲାଇନରେ ଲାଗିଯିବାରୁ ତାରଗୁଡିକ ୧୦/୧୫ ଫୁଟ ଯାଏ ଟାଣି ହୋଇ ଯାଇଥିଲା ା ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଡି ଉପରେ ବସି ଯାଉଥିବା କୌଣସି ଯାତ୍ରୀ ଯଦି ଅନ୍ୟମନସ୍କ ହୋଇ ହାତ ଉପରକୁ ଟେକି ଦିଅନ୍ତି ତେବେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବା ନିଶ୍ଚିତ। ଏହି ଲାଇନକୁ ଉପରକୁ ଉଠାଇବା ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଏହାର ପ୍ରତିକାର ହେଉନାହିଁ ା ଏ ସମ୍ପର୍କରେ ନୟାଗଡ ସେସୁ ଡିଭିଜନର ମ୍ୟାନେଜର ତଥା ନିର୍ବାହୀଯନ୍ତ୍ରୀ ସୁଜିତ କୁମାର ସାହୁ କହନ୍ତି, ପୂର୍ତ୍ତ ବିଭାଗ ରାସ୍ତା ନବୀକରଣ କରୁଥିବାରୁ ଏହା ସ୍ବାଭାବିକ ଭାବେ ଉଚ୍ଚା ହେଉଛି ା ସେହି ଅନୁପାତରେ ବିଦ୍ୟୁତ୍‌ ଲାଇନ କିପରି ଉଚ୍ଚ ହେବ ସେ ଦିଗରେ ପୂର୍ତ୍ତ ବିଭାଗ ଯନତ୍ଶୀଳ ହେବା କଥା। ବିଦ୍ୟୁତ୍‌ ବିଭାଗର ସୀମିତ ଅର୍ଥରେ ରାସ୍ତା ଉପରୁ ଏତେଗୁଡିଏ ଖୁଣ୍ଟ ଓ ବିଦ୍ୟୁତ୍‌ ଲାଇନକୁ ଅଧିକ ଉଚ୍ଚରେ ରଖିବା ସମ୍ଭବ ନୁହେଁ ା ଏ ସମ୍ପର୍କରେ ଜିଲାପାଳ ଓ ପୂର୍ତ୍ତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ପୂର୍ତ୍ତ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ ା ତଥାପି ଭବିଷ୍ୟତରେ ଯଦି ମେଣ୍ଟେନାନ୍ସ ପାଇଁ ଅଧିକ ଅର୍ଥ ଆସେ ତେବେ ଏ ଦିଗରେ ବ୍ୟବସ୍ଥା କରିବା ପାଇଁ ଚେଷ୍ଟା କରିବେ ବୋଲି ସେ ସୂଚନା ଦେଇଥିଲେ। ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା କହନ୍ତି, ବିଦ୍ୟୁତ୍‌ ତାର ବା ଖୁଣ୍ଟ ଉଠାଇବା ନେଇ ଆମ ସେଭଳି କିଛି ବ୍ୟବସ୍ଥା ନାହିଁ। ଟେଣ୍ଡର ଡକାଯାଇ ଠିକାଦାର ମାଧ୍ୟମରେ ଏସବୁ କାର୍ଯ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥୀ ପୂର୍ବରୁ ଶାଶୁ ଘରୁ କନ୍ୟାକୁ ଉଠାଇ ନେଲା ପୋଲିସ, ବର ମାରିଲା ଛୁ

ନୟାଗଡ଼, ୨।୫(ଲୋକନାଥ ମିଶ୍ର): ନୟାଗଡ଼ ଚାଇଲ୍ଡ ହେଲ୍ପ ଲାଇନ ଦ୍ୱାରା ଇଟାମାଟି ଥାନା ଅଧୀନସ୍ଥ ଡେଂଗେରାଗୋଡି ଅଞ୍ଚଳରେ ଚତୁର୍ଥୀ ପୂର୍ବରୁ ଶାଶୁଘରୁ କନ୍ୟାକୁ ଉଠାଇ ନେଲା ପୋଲିସ…

ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ: କାଳବୈଶାଖୀର ସୁଯୋଗ ନେଇ…

ନୟାଗଡ଼,୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଜାମୁକଣସ୍ଥିତ ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଗୁରୁବାର ରାତିରେ କାଳବୈଶାଖୀ ଯୋଗୁ ବିଦ୍ୟୁତ୍‌ ନ ଥିବାବେଳେ…

ବିଲକୁ ଖତ ନେଇ ଯାଇଥିଲେ ଚାଷୀ, ହଠାତ୍‌ ମାରିଲା ବିଜୁଳି-ଘଡ଼ଘଡ଼ି, ଆଉ ତା’ ପରେ…

ଖଣ୍ଡପଡ଼ା,୩୦ା୪(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମପଞ୍ଚାୟତ ଅଧୀନ ମଇଁଶିବିନ୍ଧା ଗ୍ରାମର ଜନୈକ ଗରିବ ଚାଷୀ ଭଗବାନ ନାୟକଙ୍କ ପୁତ୍ର…

ଟ୍ରେନରୁ ଖସିପଡି ଯୁବକଙ୍କ ମୃତ୍ୟୁ: ମିଳିନି ପରିଚୟ, ଘଟଣାସ୍ଥଳରେ ପୋଲିସ

ନୂଆଗାଁ , ୨୨।୪ (ଧନେଶ୍ୱର ସାହୁ ): ନୟାଗଡ ଜିଲା ନୂଆଗାଁ ଥାନା ଆଛୁପଡା ନିକଟବର୍ତ୍ତୀ ସ୍ଥାନରେ ବୁଧବାର ଟ୍ରେନରୁ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଏସ୍‌ଡିପିଓଙ୍କୁ ପଡ଼ିଲା ମହଙ୍ଗା: ରାତି ୧୨ଟାରେ ଫୋନ୍‌ କରି କହୁଥିଲେ ଏମିତି…

ନୟାଗଡ଼,୨୧ା୪(ଲୋକନାଥ ମିଶ୍ର): ମହିଳାଙ୍କୁ ଯୌନ ନିର୍ଯାତନା ଦେବା ମହଙ୍ଗା ପଡ଼ିଛି। ନୟାଗଡ଼ ଜିଲା ଖଣ୍ଡପଡ଼ା ସବ୍‌ଡିଭିଜନାଲ ପୋଲିସ ଅଫିସର (ଏସ୍‌ଡିପିଓ) ମଦନ ମୋହନ ପ୍ରଧାନଙ୍କ ମଙ୍ଗଳବାର ମୁଖ୍ୟାଳୟକୁ…

ସମାଲୋଚନା ପରେ ବଦଳିଲା ନିଷ୍ପତ୍ତି, ନୟାଗଡ଼ରେ ୨୦ ରୁ ୨୩ ସମସ୍ତ ବିଦ୍ୟାଳୟ ଛୁଟି

ନୟାଗଡ଼, ୧୯।୪(ଲୋକନାଥ ମିଶ୍ର): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲା ପ୍ରଶାସନ ଜିଲାର ସମସ୍ତ ପ୍ରକାର ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡ଼ିକୁ ଚଳିତ…

ଚିତାବାଘ ଛାଲ-ବଜ୍ରକାପ୍ତା କାତି ଚୋରା ଚାଲାଣ କରୁଥିଲେ ମା’-ପୁଅ; ମାଡିବସିଲା ବନ ବିଭାଗ, ବଜ୍ରକାପ୍ତାକୁ ୧୬୪ ଖଣ୍ଡ…

ନୟାଗଡ଼,୧୬।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜ କୁଜାମେଣ୍ଡି ବିଟ ହାଉସ ଅଞ୍ଚଳରୁ ଚିତାବାଘର ଛାଲ ଓ ୧୬୪ ଖଣ୍ଡ ବଜ୍ରକାପ୍ତା କାତି ଜବତ ହୋଇଛି ।…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri