Posted inRasifala

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ
ଆଜିର ତୁଳା ରାଶିସ୍ଥ ଚନ୍ଦ୍ର ପାରିବାରିକ ସୌଖ୍ୟ, ସହମତିରେ ଯାନ୍ତ୍ରିକ ଦ୍ରବ୍ୟ କିମ୍ବା ସ୍ବର୍ଣ୍ଣାଳଙ୍କର, ନୂତନ ବସ୍ତ୍ରାଦି କ୍ରୟ କରିବେ । ଭଲ ଭଲ କହୁଥିବା ନିକଟ ସମ୍ପର୍କୀୟମାନେ ପଛରେ ବିଭିନ୍ନ ପ୍ରକାର କଥା କହୁଥିବାର ଶୁଣିବାକୁ ପାଇବେ । କର୍ମକ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ ପଡ଼ିବ।
ବୃଷ
ବୃଷ
କୁମ୍ଭ ରାଶିସ୍ଥ ରବି ଓ ଆପଣଙ୍କୁ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରାଇ ପ୍ରତ୍ୟେକ କାର୍ଯ୍ୟକୁ ସୁବିଧାରେ ସମ୍ପନ୍ନ କରିବାର ସୌଭାଗ୍ୟ ପ୍ରଦାନ କରିପାରନ୍ତି। ଅଫିସରେ କାର୍ଯ୍ୟବ୍ୟସ୍ତ ଯୋଗୁ ପରିବାର ପାଇଁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ । ଆର୍ଥିକ ଦୁଃସ୍ଥିତି କାମର ଅଗ୍ରଗତି ସକାଶେ ବାଧକ ସାଜିପାରେ।
ମିଥୁନ
ମିଥୁନ
ଷଷ୍ଠାଧିପ ମଙ୍ଗଳ ସପ୍ତମସ୍ଥ ହେତୁ ଯାତ୍ରାରେ କଳହ,ପରିବାରରେ ବିତର୍କ ଓ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପତ୍ନ ହୋଇପାରେ । ଆରଦ୍ରା ନକ୍ଷତ୍ର ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେଓ କାମଟି ମଧ୍ୟ କରିବେ । ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ।
କର୍କଟ
କର୍କଟ
ବୁଧ ନିଜଭାବକୁ ଦେଖୁଥିବାରୁ ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବା ସହ ବନ୍ଧୁଙ୍କ ସହ ଭାବ ବିନିମୟରୁ ଖୁସୀ ରହିବେ । ଅପରାହ୍ନରେ ଜଣେ ପ୍ରତିଷ୍ଟାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆମତ୍ବିଭୋର ହୋଇପାରନ୍ତି। ମାଲିମକଦ୍ଦମାରେ ସଫଳତା ପାଇବେ। ବ୍ୟବସାୟ ଓ ପରିବହନ, କ୍ରୀଡା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।
ସି˚ହ
ସି˚ହ
ବୃହସ୍ପତି ଶତ୍ରୁଭାବରେ ଅବସ୍ଥାନ କରି ଶତ୍ରୁତାର ବିଲୟ ଘଟାଇବାରେ ସମର୍ଥ ହେବେ । ଋଣ ପରିଶୋଧ କରିବେ,ମାମଲା ଫଇସଲା ହେବ ଓ ରୋଗପୀଡା ମଧ୍ୟ ଉପଶମ ହୋଇପାରେ । କ୍ରୀଡା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । କର୍ମକ୍ଷେତ୍ରରେ ପରିବାରବର୍ଗଙ୍କ ସହାୟତା ପାଇବେ।
କନ୍ୟା
ଶୁକ୍ର ଓ ଶନିଙ୍କ ସ୍ଥିତି ପ୍ରଭାବରୁ କିଛି ପାଇବାର ଆଶା ରଖିଲେ କିଛି ଦେବା ପାଇଁ ଚେଷ୍ଟା କଲେ ଉପକୃତ ହେବେ । ଦୀର୍ଘ ଦିନରୁ ଜମା ପଡୁନଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି ଭଳି କଥା କହିପାରେ । ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଓ କଳହର କାରଣ ହୋଇପାରେ।
ତୁଳା
ତୁଳା
ସମୟର ଅନୁକୂଳତା ଜନିର ଉଚ୍ଚଚିନ୍ତା, କାର୍ଯ୍ୟସିଦ୍ଧି, ବନ୍ଧୁମାନଙ୍କ ସଦ୍‌ ଭାବ ଓ ପ୍ରଶଂସା ଲାଭକରି ଉତ୍‌ଫୁଲ୍ଲିତ ହୋଇପାରନ୍ତି। ବହୁ ପୂର୍ବରୁ ପ୍ରତିଶୃତି ଦେଇଥିବା କୈାଣସି ବନ୍ଧୁଙ୍କୁ ହଁ କରିପାରିବେନି କିମ୍ବା ନାହିଁ ମଧ୍ୟ କରି ପାରିବେନି । ପ୍ରତ୍ୟେକ କ୍ଷେତ୍ରରେ ଶତ୍ରୁଠାରୁ ଦୂରତା ରଖି କାମ କରିବା ଭଲ ହେବ।
ବିଛା
ବିଛା
ଏକାଦଶ୍ଥ ଚନ୍ଦ୍ର ଯୋଗୁ ଯେଉଁ କାମଟି ଦୀର୍ଘଦିନ ହେଲା ହୋଇ ପାରିନଥିଲା ଆଜି ଆକସ୍ମିକ ଭାବରେ ତାହା ହୋଇଯିବ । ଅର୍ଥ ସମ୍ପର୍କରେ ଯେତେ ପାଇଲେ ମଧ୍ୟ ଆହୁରି ଅଧିକ ପାଇବା ସକାଶେ ବ୍ୟାକୁଳତା ପ୍ରକାଶ କରିବେ । ପରିବହନ, ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କଲେ ସଫଳତା ମିଳିବ ।
ଧନୁ
ଧନୁ
ରାହୁ ସପ୍ତମସ୍ଥ ଯୋଗୁ ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ ଏଣୁ ଗାଡିକୁ ପରଖି ନେବା ଭଲ ହେବ । ଚେଷ୍ଟା କରୁଥିବା କାମରେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ଓ କାର୍ଯ୍ୟ ସାଧନ କରିବେ । ମୂଳା ନକ୍ଷତ୍ର କୈାଣସି ଅସୁବିଧା ନହେଲେ ମଧ୍ୟ ଏଣୁ ତେଣୁ ଗୁଡାଏ କଥା ଆଶଙ୍କା କରି ମନ ଅସ୍ଥିର ରହିବ ।
ମକର
ମକର
ସ୍ବଗୃହୀ ରାଶ୍ୟାଧିପତିଙ୍କ ଜନିତ ଶାରୀରିକ ଅସୁସ୍ଥତା ଧୀରେ ଧୀରେ ଦୂରେଇବା ସହ ମାନସିକ ଆଶ୍ୱସ୍ଥି ଅନୁଭବ କରିବେ । କୈାଣସି ବ୍ୟକ୍ତି ଠାରୁ ହଠାତ୍‌ କାୈଣସି ବିସ୍ମୟ ସୃଷ୍ଟିକାରୀ ଖବର ପାଇ ବିଚଳିତ ବୋଧ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢା ପ୍ରଭୃତିରୁ ସୁଫଳ ପାଇବାର ଆଶା କରାଯାଇପାରେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଭୁଲ୍ବୁଝାମଣା କାରନରୁ ସାଧାରଣ କଥାରେ ହଠାତ୍‌ କଳହ ସୃଷ୍ଟି ହୋଇପାରେ । ସତର୍କତା ରକ୍ଷା ନକଲେ ଆଜି ବନ୍ଧୁରେ କଳହ, ଧନହାନୀ, ପରିବହନରେ ତର୍କ ବିତର୍କକୁ କେନ୍ଦ୍ରକରି ପାଟିତୁଣ୍ଡ ଲାଗି ରହିବ । କଳା,କ୍ରୀଡା ,ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ରାଜନୀତି ଓ ସାହିତ୍ୟକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।
ମୀନମୀନ
ଶନି କ୍ଷେତ୍ରସ୍ଥ ରବି ହେତୁ କର୍ମ କ୍ଷେତ୍ରରେ ଅନ୍ୟ ଦ୍ୱାରା ପ୍ରଭାବିତ ଉଚ୍ଚ ଅଫିସରଙ୍କ ସହ ସମ୍ପର୍କ ହାନୀ ଦୁଶ୍ଚିନ୍ତାର କାରଣ ହେବ । ପିଲାମାନଙ୍କ ସ୍ବାସ୍ଥ୍ୟ ହାନୀ ସକାଶେ ମନ ଅସ୍ଥିର ରହିବ ଓ ମାନସିକ ବ୍ୟଥା ଅନୁଭବ କରିବେ। ପରିବାର ଭିତରେ ଅଯଥା ବ୍ୟସ୍ତତା ପ୍ରକାଶ କରି ସମାଲୋଚିତ ହେବେ । ଧାର ,କରଜ କରି ଆବଶ୍ୟକ ପୂରଣ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

ରାଶିଫଳ: ମଙ୍ଗଳବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri