Posted inRasifala

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ
ଶନିମଙ୍ଗଳ ସହଯୋଗରୁ ସ୍ବାସ୍ଥ୍ୟ ଭଲ ଥିଲେ ମଧ୍ୟ କାମ ସମ୍ପନ୍ନ କରିବା କଷ୍ଟକର ହୋଇପଡିବ। ଆର୍ଥିକ କ୍ଷେତ୍ରରେ ଯେମିତି ଖର୍ଚ୍ଚ କରିବେ ସେମିତି ମଧ୍ୟ ପାଇବେ। ଅ-ନାମାକ୍ଷର ବ୍ୟକ୍ତିମାନେ ନିଜ ନିଜ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ନୀଚରାଶିରେ ବୃହସ୍ପତି ପାରିବାରିକ ଶାନ୍ତିକୁ ନଷ୍ଟ କରିପାରନ୍ତି।
ବୃଷ
ବୃଷ
ବିଳାସକାରକ ଗ୍ରହ ପ୍ରଭାବରେ ଖୁସୀ ମିଜାଜରେ କାମ କରିବାର ସୌଭାଗ୍ୟ ଅର୍ଜନ କରିବେ। ଶନିଙ୍କ ପ୍ରଭାବଜନିତ କାମଟି ଅତିଶୀଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ ବହୁତ ବିଳମ୍ବ ଘଟିପାରେ। ଏଜେନ୍ସିପରୁ ମନ ଖୁସି ରହିବ। ବିବାଦୀୟ ଘଟଣାଠାରୁ ଦୂରେଇ ନ ରହିଲେ ନିଜ ଉପରକୁ କିଛି ପରିମାଣରେ ଝମେଲା ଆସିପାରେ।
ମିଥୁନ
ମିଥୁନ
ମାନସିକ ଅସ୍ଥିରତା ରହିଥିଲେ ମଧ୍ୟ ଆପଣଙ୍କ ସୁନ୍ଦର ବ୍ୟବହାର ଯୋଗୁଁ ବହୁଜନ ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତି ମଜଭୁତ ରହିବା ସହ ବନ୍ଧୁସମ୍ପର୍କରେ ଉନ୍ନତି ଘଟିବ। ରାହୁଙ୍କ କୁପ୍ରଭାବରୁ ପକେଟମାର୍‌ ଦ୍ୱାରା ଟଙ୍କା,ଦରକାରୀ କାଗଜପତ୍ର, ଜିନିଷ ହଜି ଯିବାର ଆଶଙ୍କା ରହିଛି। ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ।
କର୍କଟ
କର୍କଟ
ଏକାଧିକ ଗ୍ରହ ରାଶି ଓ ରାଶ୍ୟାଧିପତିଙ୍କୁ ଦେଖୁଥିବାରୁ ଆରୋଗ୍ୟଲାଭ, ପାରିବାରିକ, ପ୍ରଶାସନ, ଯାନବାହନ,ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବା ହେତୁ ମନୋବଳ ବୃଦ୍ଧି ପାଇବ। କିନ୍ତୁ ସାମାଜିକ ସ୍ତରରେ ସାଧାରଣ କଥାରେ ବନ୍ଧୁ ମୁହଁ ଫଣଫଣ କରିପାରନ୍ତି।
ସି˚ହ
ସି˚ହ
ଅନୁକୂଳ ଗ୍ରହସ୍ଥିତିରୁ କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭ କରିବେ। ବ୍ୟବସାୟୀ ମାନେ,ବିଶେଷଭାବେ ପରିବହନ,ମନୋରଞ୍ଜନ କାର୍ଯ୍ୟକ୍ରମାଦିରୁ ଲାଭବାନ ହେବେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା
ବଢିପାରେ। ନୂତନ କାର୍ଯ୍ୟାରମ୍ଭ, ବ୍ୟବସାୟାଦିରୁ ଖୁସୀ ରହିବେ।
କନ୍ୟା
ରବି ଓ ଶୁକ୍ରଙ୍କ ଶୁଭ ସଂସ୍ଥିତିରୁ ଯେଉଁ କାମରେ ହାତଦେଲେ ମଧ୍ୟ ସଫଳତା ପାଇପାରିବେ। ସବୁ ସମୟରେ କଥା କଥାକେ ସାହାଯ୍ୟର ପ୍ରତିଶ୍ରୁତି ଦେଉଥିବା ଲୋକଟି ଠିକଣା ସମୟରେ ପାଖକୁ ଆସି ନ ପାରେ। ଅସୁସ୍ଥ ପାରିବେଶିକ କାରଣରୁ ଆତ୍ମୀୟସ୍ବଜନଙ୍କ ସ୍ବାସ୍ଥ୍ୟ ସମସ୍ୟାର ନିରାକରଣ ପାଇଁ ଚିନ୍ତା ବଢିପାରେ।
ତୁଳା
ତୁଳା
ବିଭିନ୍ନ ଯୋଜନାର ଯେଉଁ କାମ ହାତକୁ ନେବେ ସେହି ଦିଗରେ ଶନିଙ୍କ ପ୍ରଭାବରେ ବିଜାତୀୟବ୍ୟକ୍ତିଙ୍କ ସାହାଯ୍ୟ,ସହଯୋଗ ବିଶେଷଭାବେ ରହିବ। ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ ଏବଂ ନିର୍ମାଣ କାର୍ଯ୍ୟ ମଧ୍ୟ ଅଟକିବ ନାହିଁ। ଆଜି ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ।
ବିଛା
ବିଛା
ଉପଚୟ ସ୍ଥାନରେ ଏକାଧିକଗ୍ରହଜନିତ ବିଗତ ଦିନର ସ୍ମୃତି ରୋମନ୍ଥନ କରି ମାନସିକ ସ୍ତରରେ ବିଚଳିତ ବୋଧ କରିବେ। ପୁତ୍ର,କନ୍ୟାଙ୍କ ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସୂଚନା ମଧ୍ୟ ରହିଛି। ଜମିଜମା, କଳିତକରାଳ, ଗୃହସୀମା ପ୍ରଭୃତି ସମ୍ପର୍କୀୟ ବିବଦମାନ ସ୍ଥିତିରୁ ସହସା ମୁକ୍ତି ମିଳିବ।
ଧନୁ
ଧନୁ
ରବିଙ୍କ ପ୍ରଭାବରେ ଆଜି ପାରିପାର୍ଶ୍ୱିକ ପରିସ୍ଥିତି ପ୍ରତି ସଜାଗ ରହି କାମକଲେ ଉପକୃତ ହେବେ। ଉପଯୁକ୍ତ ପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ଗ୍ୟାଷ୍ଟିକଜନିତ ରୋଗରେ କଷ୍ଟ ପାଇବେ ା ଅବହେଳାରୁ କାର୍ଯ୍ୟ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବେ।
ମକର
ମକର
ଶୁକ୍ରଙ୍କ ଶୁଭପ୍ରଭାବରୁ ମନ ଖୁସୀ ରହିବ, ମନୋରଞ୍ଜନର ମଉକା ପାଇବେ ଏବଂ ପ୍ରିୟଜନଙ୍କ ସାନ୍ନିଧ୍ୟ ମଧ୍ୟ ମିଳିପାରେ। ଦିନଟି ସବୁ ଦିଗରୁ ଭଲରେ ଯିବ, କଅଁଳ କଥା କହି ପରକୁ ମଧ୍ୟ ଆପଣାର କରିବାର ସୁଯୋଗ ହାତପାହାନ୍ତାକୁ ଆସିବ। ଆନୁଷ୍ଠାନିକ କାମ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ,ବହୁତ ତକଲିପି ସହିବାକୁ ପଡିବ।
କୁମ୍ଭ
କୁମ୍ଭ
କର୍ମାଧିପ ଉଚ୍ଚଭାବରେ ରହିଥିବାରୁ ହାତକୁ ନେଇ କାମ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ। ଜିଦ୍‌ରେ ଅଟଳ ରହି କାର୍ଯ୍ୟ ସାଧନ କରିବେ। ଈର୍ଷାପରାୟଣ ବନ୍ଧୁଙ୍କ ଅପପ୍ରଚାର ଓ ମିଥ୍ୟା ଅଭିଯୋଗ ସକାଶେ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ମାନସିକ ଚାପ ତଥା ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ।
ମୀନମୀନ
ବୁଧଙ୍କ ଦୁର୍ବଳତା କାରଣରୁ ପାରିବାରିକ ସ୍ଥିରତା ରକ୍ଷା କରିବାରେ ଅସମର୍ଥ ହୋଇପଡିବେ। ବିବାଦୀୟ ପରିସ୍ଥିତିରେ ଲଢେଇ କଲେ ବାଦୀ ଓ ପ୍ରତିବାଦୀ ଉଭୟେ କ୍ଷତିଗ୍ରସ୍ତ ହେବା ବ୍ୟତୀତ କିଛି ଲାଭ ହେବନି। କିନ୍ତୁ ଉତ୍ତରଭାଦ୍ର ନକ୍ଷତ୍ରର ସାମାଜିକ, ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ସୃୃଷ୍ଟି ହେଲେ ମଧ୍ୟ ପ୍ରତିଷ୍ଠା ଓ ପ୍ରଶଂସା ଅକ୍ଷୁଣ୍ଣ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୪ ତାରିଖ – Daily Horoscope

ମେଷ ଆଜି ବନ୍ଧୁ ସମ୍ପର୍କହାନି, ସନ୍ତାନଙ୍କ ପାଇଁ ଦୁଶ୍ଚିନ୍ତା ଏବଂ କାମରେ ପ୍ରତିବନ୍ଧକ ଜନିତ ମନ ଅଶାନ୍ତ ରହିବ। ପୂର୍ବପ୍ରତିଷ୍ଠା, ସାମାଜିକ ସ୍ଥିତି, ଆତ୍ମୀୟଙ୍କ ସମର୍ଥନ...

ରାଶିଫଳ: ଶୁକ୍ରବାର, ମେ ୩ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପାରିବାରିକ ଜୀବନକୁ ସୁନ୍ଦର ସାବଲୀଳ କରିବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ରହିଥିଲେ ମଧ୍ୟ ଉଦ୍ୟମ ନିଷ୍ଫଳ ହେବନାହିଁ।...

ରାଶିଫଳ: ଗୁରୁବାର, ମେ ୨ ତାରିଖ – Daily Horoscope

ମେଷ ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରସ୍ଥ ଯୋଗୁ ପାରିବାରିକ ସମସ୍ୟା, ପରିବହନରେ ଝଗଡା ଏବଂ କର୍ମକ୍ଷେତ୍ରରେ ବିବାଦର ଆଶଙ୍କା ରହିଛି। ପିଲା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ...

ରାଶିଫଳ: ବୁଧବାର, ମେ ୧ ତାରିଖ – Daily Horoscope

ମେଷ ରାଶିରେ ରବିଙ୍କ ସହ ଗୁରୁ ଓ ଶୁକ୍ରଙ୍କ ସଂଯୋଗ କାର୍ଯ୍ୟସିଦ୍ଧି ସହ ସମ୍ମାନଜନକ ସ୍ଥିତିରେ ଅବସ୍ଥାପିତ କରିବ। ସାଂଗଠନିକ ସ୍ଥିତି ସୁଦୃଢ଼ ରହିବା ସହ...

ରାଶିଫଳ: ମଙ୍ଗଳବାର , ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆପଣ ସାଧାରଣ ସ୍ଥିତିରୁ ଅସାଧାରଣ ସ୍ଥିତିରେ ଉପନୀତ ହେବାର ସୁଯୋଗ ପ୍ରାପ୍ତ କରିବେ। ଏପରିକି ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ...

ରାଶିଫଳ: ସୋମବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜି ନବମସ୍ଥ ଚନ୍ଦ୍ର ହେତୁ ପଡ଼ୋଶୀ, ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହ ଆମତ୍ୀୟତା ବେଶ୍‌ ଜମିବ। ବନ୍ଧୁଙ୍କ ସହ ଧାରକରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ...

ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ୍‌ କାମରୁ ଜମା ଫୁରୁସତ୍‌...

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri