ମେଷ

ଆଜିର ଦୁର୍ଲଭ ଚନ୍ଦ୍ରମଙ୍ଗଳ ଯୋଗରୁ ମନ ଯେମିତି, ଉଚ୍ଚ କାମ ମଧ୍ୟ ସେମିତି ସରସ, ସୁନ୍ଦର ରହିବ। ବନ୍ଧୁଙ୍କ ଅନୁରୋଧରେ ନୂଆ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। କାର୍ଯ୍ୟକ୍ଷେତ୍ରରେ ଆମତ୍ୀୟମାନଙ୍କ ନିକଟରୁ ସାହାଯ୍ୟ, ସହଯୋଗ ପାଇ ଖୁସି ହେବେ। ମାତ୍ର ଈର୍ଷାପରାୟଣ ବ୍ୟକ୍ତିମାନେ ଆପଣଙ୍କ କଥାକୁ ଗୁରୁତ୍ୱ ଦେବେ ନାହିଁ।
ବୃଷ

ରାହୁଦୃଷ୍ଟ ବୁଧଙ୍କ ଯୋଗୁ ନିଜ ଲୋକ ବୋଲି ଯାହାକୁ ବିଶ୍ୱାସ କରିବେ, ସେ ହିଁ ସମସ୍ୟାର କେନ୍ଦ୍ରବିନ୍ଦୁ ହୋଇପାରେ। ଆଶା ଓ ଆଶଙ୍କା ହେତୁ କାମ ବିଶୃଙ୍ଖଳିତ ରହିବ। ଏଣେ ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ, କିନ୍ତୁ ପ୍ରକାଶ୍ୟରେ କିଛି କହିପାରିବେ ନାହିଁ। ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ।
ମିଥୁନ

ଧନାଧିପ ଲାଭଭାବାଧିପତି ସଂଯୋଗରୁ ଆର୍ଥିକ ଅଭିବୃଦ୍ଧି ସହ ବନ୍ଧୁ ସମ୍ପର୍କ ସୁଦୃଢ଼ ରହିବ। ଆର୍ଦ୍ରା ସକାଶେ ଯେତେ ପ୍ରକାର ଚେଷ୍ଟା କଲେ ମଧ୍ୟ ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ସହଜରେ ବଦଳିବେ ନାହିଁ। ଶୁକ୍ରଙ୍କ ଶୁଭ ପ୍ରଭାବରେ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଆଜିର ଯାତ୍ରା ଫଳପ୍ରଦ ହେବାର ଆଶା ରହିଛି।
କର୍କଟ

କର୍ମାଧିପ ରାଶିରେ ରହିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରାଧାନ୍ୟତା ବଳବତ୍ତର ରହିବ ଏବଂ କାମ ଅଟକିବ ନାହିଁ। ସ୍ବାସ୍ଥ୍ୟହାନି କିମ୍ବା ବିରୋଧାମତ୍କ କଥାବାର୍ତ୍ତା ଦୁଶ୍ଚିନ୍ତା ସୃଷ୍ଟି କରିବ। ଶନିଙ୍କ ଦୃଷ୍ଟିରୁ ବ୍ୟୟ ସଂକୋଚ କରିବେ ଏବଂ ଆକସ୍ମିକ ଯାତ୍ରା ମଧ୍ୟ ସ୍ଥଗିତ ରହିବ। ସାମାଜିକ ସ୍ତରରେ ପରକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି।
ସି˚ହ

ରାଶ୍ୟାଧିପତିଙ୍କ ଦୁର୍ବଳତା ସ୍ବାସ୍ଥ୍ୟହାନି ସାଙ୍ଗକୁ ଉପରିସ୍ଥ ଅଧିକାରୀଙ୍କ ଚକ୍ଷୁଶୂଳର କାରଣ ହେବେ। ମଙ୍ଗଳଙ୍କ ସ୍ଥାନ ସ୍ଥିତିରୁ ବନ୍ଧୁମିଳନ ସାଙ୍ଗକୁ ସାମାଜିକ ସ୍ତରରେ ନେତୃତ୍ୱ ନେବେ। କର୍ମଜଞ୍ଜାଳର ବ୍ୟସ୍ତତା ବୃଦ୍ଧି ସାଙ୍ଗକୁ ଅଫିସ୍ରେ ପରିଚାଳନାଗତ ସମସ୍ୟା ବଢ଼ିବ। ବନ୍ଧୁଙ୍କୁ ଆର୍ଥିକ ସହାୟତାରୁ କାର୍ଯ୍ୟହାସଲରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।
କନ୍ୟା

ସ୍ବଗୃହୀ ଶୁକ୍ରଜନିତ ପାଇବାକୁ ଆଶା କରିଥିବା ଜିନିଷକୁ ହାତେଇବାରେ ସମର୍ଥ ହେବେ। ଆଜି ଯେଉଁ କାମରେ ହାତ ଦେବେ, ସେଥିରୁ ଓହରିବେ ନାହିଁ। ହସ୍ତା ନକ୍ଷତ୍ର କ୍ଷେତ୍ର ବିଶେଷରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବା କଷ୍ଟକର ହେବ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ବୁଦ୍ଧିଜିବୀଙ୍କ ଦ୍ୱାରା ପ୍ରଶଂସିତ ହେବେ।
ତୁଳା

ଗୁରୁ ଏବଂ ଶୁକ୍ର ଆପଣଙ୍କ ଚିନ୍ତା, କଥା ଓ କାର୍ଯ୍ୟଧାରାକୁ ପ୍ରଭାବିତ କରି ସୁଖ, ସନ୍ତୋଷ ଏବଂ ସମ୍ମାନ ପ୍ରଦାନ କରିବେ। କିନ୍ତୁ ରାହୁଙ୍କ ପ୍ରଭାବରୁ ଅଫିସ୍ କାମରେ ବ୍ୟସ୍ତ ରହି ଆବଶ୍ୟକୀୟ କୌଣସି ଗୁରୁତ୍ୱପୂର୍ଣ୍ଣ କଥାଟିକୁ ଭୁଲିଯାଇପାରନ୍ତି। କୌଣସି ଶୁଣାକଥାକୁ ବିଶ୍ୱାସ କଲେ ମାନସିକ ଅଶାନ୍ତି ସାଙ୍ଗକୁ ଅସୁବିଧାର ସମ୍ମୁଖୀନ ହେବେ।
ବିଛା

ଭାଗ୍ୟସ୍ଥ ଶୁଭଯୋଗରୁ ପରିସ୍ଥିତି ଅନୁଯାୟୀ ଜୀବନଯାତ୍ରାର ଶୈଳୀ ଧୀରେ ଧୀରେ ବଦଳିଯିବାର ଅନୁଭବ କରିବେ। ଅବଶ୍ୟ କେତେକ ସମସ୍ୟା ରହିଥିଲେ ମଧ୍ୟ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ବହୁତ ଭଲ ରହିବ। ମନ କଥା ମନରେ ରହିଯିବ ସିନା, ଅନ୍ୟମାନଙ୍କ ସହ ଥିବା ସମ୍ପର୍କକୁ ଖରାପ କରିବା ଠିକ୍ ହେବ ନାହିଁ।
ଧନୁ

ପାପଗ୍ରହ ପ୍ରଭାବରୁ କର୍ମକ୍ଷେତ୍ରରେ ଘଟିଯାଉଥିବା ଘଟଣା ଅସ୍ବାଭାବିକ ଭାବେ ଚିନ୍ତା କରିବାକୁ ବାଧ୍ୟହେବେ। ହିତଶତ୍ରୁଙ୍କ ପ୍ରାଦୁର୍ଭାବ ଓ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ବାଣିଜ୍ୟ, ପରିବହନ ଏବଂ ରିଏଲ୍ଇଷ୍ଟେଟ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ରାଜନୈତିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ।
ମକର

ଚତୁର୍ଥାଧିପ ସପ୍ତମ କେନ୍ଦ୍ରସ୍ଥ ଯୋଗୁ ଆଜି ଘର କାମ ଛାଡ଼ି ବାହାର କାମରେ ସମୟ କଟାଇବେ। ଆନୁଷ୍ଠାନିକ କାମ ସାଙ୍ଗକୁ ପରିବହନ, ନିର୍ମାଣ, ପ୍ରଶାସନିକ କ୍ଷେତ୍ରରେ ସଫଳତା ହାସଲ କରିବେ। ସଙ୍ଗଠନ, ସଭାସମିତି, ଆନୁଷ୍ଠାନିକ କାମରୁ ପ୍ରେରଣା ପାଇପାରନ୍ତି। ବନ୍ଧୁ ଓ ପରିଜନଙ୍କ ସହିତ ଦୂରଯାତ୍ରା କରିବାକୁ ପଡ଼ିପାରେ।
କୁମ୍ଭ

ଆଜିର ଗ୍ରହସ୍ଥିତି ପ୍ରଭାବରେ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ମଧ୍ୟମ ପ୍ରକାରର ରହିବ। ଅର୍ଥ ସଂଗ୍ରହ, ନୂତନ ଯୋଜନା, କଲ୍ୟାଣମୂଳକ କାର୍ଯ୍ୟ ଦିଗରେ ଜଣେ ଦୂରାଗତ ବନ୍ଧଙ୍କୁ ସାହାଯ୍ୟ ପାଇବେ। ପରିବାରରେ ସାଧାରଣ ଭୁଲ୍ ବୁଝାମଣାକୁ ଦୂରେଇ ନେଲେ ଉପକୃତ ହେବେ। ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବାର ଆଶଙ୍କା ରହିଛି।
ମୀନ
ଅଷ୍ଟମସ୍ଥ ରବି ଓ ବୁଧଙ୍କ ଯୋଗୁ ବନ୍ଧୁଙ୍କ ସହ ବ୍ୟବସାୟିକ ସିଦ୍ଧାନ୍ତ ସମସ୍ୟାବହୁଳ ରହିବ। ମନରେ ଅସ୍ଥିରତା ସୃଷ୍ଟି ହେଲେ ମଧ୍ୟ ପ୍ରତିଶ୍ରୁତି ଅନୁଯାୟୀ କାମ କରିବାକୁ ପ୍ରସ୍ତୁତ ହେବେ। ଶତ୍ରୁତା କରୁଥିବା ଲୋକଙ୍କ ଦ୍ୱାରା ବାଦବିବାଦ କ୍ରମେ ଜଟିଳ ହେବାର ଆଶଙ୍କା ରହିଛି। ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବାର ସୂଚନା ରହିଛି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.