Posted inRasifala

ରାଶିଫଳ: ସୋମବାର, ନଭେମ୍ବର ୨ ତାରିଖ – Daily Horoscope

ମେଷ
ଆଜିର ତୃତୀୟ ସପ୍ତମାଧିପ ସଂଯୋଗ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସାଙ୍ଗକୁ ଆନୁଷ୍ଠାନିକ କାମରେ ଯୋଗଦେଇ ପାରନ୍ତି। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସନ୍ତୋଷଜନକ ରହିବ। ମୁଖଭାବ ପ୍ରତି ବୁଧଙ୍କ ବିମୁଖତା ବ୍ୟବହାରରେ ଶାଳୀନତା ରକ୍ଷା ନ କଲେ ଓଲଟା ଫଳ ପାଇବେ।
ବୃଷ
ବୃଷ
ରାହୁଦୃଷ୍ଟ ବୁଧଙ୍କ ଯୋଗୁ ପ୍ରିୟ ବନ୍ଧୁଟି ଦୂରେଇ ଯାଉଥିବାର ଅନୁଭବ କରିବେ। ଅର୍ଥାଭାବ ଦୂରେଇବାରେ ସହକର୍ମୀଟି ସାହାଯ୍ୟର ପ୍ରତିଶ୍ରୁତି ଦେବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସାଙ୍ଗକୁ ପ୍ରକଳ୍ପ କାର୍ଯ୍ୟରେ ଅଗ୍ରଗତି ଘଟିବ। ବନ୍ଧୁ ମିଳନ ସାଙ୍ଗକୁ ସାହିତ୍ୟ, ପ୍ରବଚନ, ଆଧ୍ୟାମତ୍ିକ ସଭା ସମିତିରେ ସମ୍ମାନିତ ହେବେ।
ମିଥୁନ
ମିଥୁନ
କର୍ମଭାବସ୍ଥ ଅଷ୍ଟମାଧିପଜନିତ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମର ଆଶଙ୍କା ସୃଷ୍ଟିହେବ। ନିଜ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେବେ। ବନ୍ଧୁଙ୍କ ନିକଟରେ ବାକି ରହିଥିବା ଟଙ୍କା, ପଇସାକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟି ହୋଇପାରେ। ଯାତ୍ରା, ବାଣିଜ୍ୟ, ଆଲୋଚନା, ଆନୁଷ୍ଠାନିକ କାମ, ସଭା ସମିତିରେ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିବ।
କର୍କଟ
କର୍କଟ
ଶୁଭଗ୍ରହ ପ୍ରଭାବରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭର ସୈାଭାଗ୍ୟ ଅର୍ଜନ କରିବ। ଆନୁଷଙ୍ଗିକ ସୁବିଧା, ସୁଯୋଗ ପ୍ରାପ୍ତପୂର୍ବକ ଅଫିସିଆଲ କାମ ସହଜ ଓ ସୁବିଧାରେ ହେବ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ପାରିବାରିକ କ୍ଷେତ୍ରର ଟେନସନ୍‌ କମିଯିବ।
ସି˚ହ
ସି˚ହ
ବୁଧଙ୍କ ସହ ଶୁକ୍ରଙ୍କ ସଂଯୋଗ ହେତୁ ବନ୍ଧୁଙ୍କ ବାଚନିକ ସାହାଯ୍ୟ ଉପରେ ଭରସା କରି ଆଶ୍ୱସ୍ତିଲାଭ କରିବେ। ବ୍ୟବସାୟ,ବାଣିଜ୍ୟ, ପରିବହନ,ଜମିଜମା କାରବାର ଏବଂ କଳକାରଖାନାର ସମସ୍ୟା ସମାଧାନ ହୋଇଯିବ। ସହକର୍ମୀଙ୍କ ପରାମର୍ଶରେ ଧର୍ମଚର୍ଚ୍ଚା ପ୍ରତି ମନ ବଳିବ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
କନ୍ୟା
ଶନିଙ୍କ ପ୍ରତ୍ୟକ୍ଷଦୃଷ୍ଟିଜନିତ ପ୍ରତ୍ୟେକ କ୍ଷେତ୍ରରେ ମନସ୍ତାପ କରିବା ବ୍ୟତୀତ ସନ୍ତୋଷ ପାଇବେ ନାହିଁ। ବନ୍ଧୁ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ, କିନ୍ତୁ କିଛି ବି କରିବେ ନାହିଁ। କଳ୍ପନାର ବାହାରେ ଥିବା କୌଣସି କାର୍ଯ୍ୟ ହାସଲ ହେତୁ ଖୁସି ରହିପାରନ୍ତି। ସଭାସମିତି, ସାହିତ୍ୟ, ମନୋରଞ୍ଜନାଦି କାର୍ଯ୍ୟକ୍ରମରେ ସାମିଲର ସୁଯୋଗ ପାଇବେ।
ତୁଳା
ତୁଳା
ଗ୍ରହମାନଙ୍କ ଅନୁକୂଳ ସ୍ଥିତି ଯୋଗୁ ପ୍ରତ୍ୟେକ କାର୍ଯ୍ୟ ଶୁଭପ୍ରଦ ରହିବ। କର୍ମାରମ୍ଭ, ଅର୍ଥନୈତିକ ଅଭିବୃଦ୍ଧି, ବନ୍ଧୁମିଳନ, ନୂତନ ସ୍ଥାନ ଭ୍ରମଣର ସୁଯୋଗ ପାଇବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ ନ କଲେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିବ। ମାଙ୍ଗଳିକ କିମ୍ବା ସଭାସମିତିରେ ଯୋଗଦେଲେ ପ୍ରଶଂସିତ ହେବେ।
ବିଛା
ବିଛା
କେତୁ ଯୁକ୍ତ ବୃହସ୍ପତି ଯୋଗୁ ପରିସ୍ଥିତିର ପରିବର୍ତ୍ତନକୁ ଗ୍ରହଣ କରିନେବା କଷ୍ଟକର ହେବ। କର୍ମକ୍ଷେତ୍ରରେ ସାମାନ୍ୟ ଭୁଲରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ପରୋକ୍ଷରେ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅପପ୍ରଚାର ମାନସିକ ସ୍ଥିତିକୁ ଦୋହଲାଇ ଦେବାର ଆଶଙ୍କା ରହିଛି। ବନ୍ଧୁଙ୍କ ସହାୟତାରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
ଧନୁ
ଧନୁ
 ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ମନରେ ବିଭିନ୍ନ ପ୍ରକାର ଆଶଙ୍କା ସୃଷ୍ଟି ହୋଇପାରେ। ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ଚୁକ୍ତିପତ୍ର, ମାଲିମକଦ୍ଦମା,ବ୍ୟବସାୟର ସମସ୍ୟା ସମାଧାନ ହେବ। ଦୂରଯାତ୍ରା ସମୟରେ କୈାଣସି ଖବର ପାଇ ବିସ୍ମିତ ହୋଇପାରନ୍ତି।
ମକର
ମକର
ବୃହସ୍ପତି ସହ ଶନିଙ୍କ ଷଡ଼ାଷ୍ଟକ ସ୍ଥିତି ହେତୁ କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ତିକ୍ତତା ସୃଷ୍ଟି ହେବ। ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇ ଅସ୍ଥିରତା ସୃଷ୍ଟି କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ରାଜନୈତିକ ସ୍ଥିତି ପ୍ରାୟତଃ ଭଲ ରହିବ। ଆଜି ଦିନଟିରେ ବ୍ୟବସାୟ ଦିଗଟି ମନ୍ଦ ନ ହେଲେ ମଧ୍ୟ ସନ୍ତୋଷଜନକ ନ ହୋଇପାରେ।
କୁମ୍ଭ
କୁମ୍ଭ
ଚନ୍ଦ୍ରମଙ୍ଗଳ ଯୋଗରୁ ପ୍ରତ୍ୟେକ ସ୍ଥଗିତ କାମକୁ ପୂର୍ଣ୍ଣ କରିବାର ମନୋଭାବକୁ କାର୍ଯ୍ୟକାରୀ କରାଇବେ। ତଥାପି ପରିବାରରେ ଝଗଡ଼ା, ଯାତ୍ରାରେ ସମସ୍ୟା, ଧନହାନିଜନିତ ମନସ୍ତାପ କରିପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ପରିବାର ଭିତରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ।
ମୀନମୀନ
ରବିଙ୍କ ବିପରୀତ ରାଜଯୋଗ କାରଣରୁ ଉନ୍ନତ ଫଳ ପାଇବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରନ୍ତି। ପୂର୍ବ ବିବାଦର ସମାଧାନ ହେବା ସାଙ୍ଗକୁ ଦୀର୍ଘଦିନରୁ ଲାଗି ରହିଥିବା ଟେନସନ୍‌ ମଧ୍ୟ କମିଯିବ। ଯାତ୍ରା, ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ପାଇବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ନଭେମ୍ବର ୧ ତାରିଖ – Daily Horoscope

ମେଷ ଆଜିର ଦୁର୍ଲଭ ଚନ୍ଦ୍ରମଙ୍ଗଳ ଯୋଗରୁ ମନ ଯେମିତି, ଉଚ୍ଚ କାମ ମଧ୍ୟ ସେମିତି ସରସ, ସୁନ୍ଦର ରହିବ। ବନ୍ଧୁଙ୍କ ଅନୁରୋଧରେ ନୂଆ ସ୍ଥାନକୁ ବୁଲିଯିବାର ସୁଯୋଗ…

ରାଶିଫଳ: ଶନିବାର, ଅକ୍ଟୋବେର ୩୧ ତାରିଖ – Daily Horoscope

ମେଷ ସମସ୍ତ ସୁବିଧା ଥିଲେ ମଧ୍ୟ କାମ ହାସଲରେ ବାଧା କାରଣରୁ ମାନସିକ ଅବସ୍ଥା ଭଲ ରହିବ ନାହିଁ। ବହୁତ ଦିନରୁ ଟଙ୍କା ନେଇଥିବା ଲୋକ ବିଷୟରେ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୩୦ ତାରିଖ – Daily Horoscope

ମେଷ ଆଶ୍ୱିନ ନକ୍ଷତ୍ର ବିଭିନ୍ନ ସମସ୍ୟା ବିଜଡ଼ିତ ରହି କାର୍ଯ୍ୟହାନି, ମନସ୍ତାପ ଓ ବିବାଦରେ ଲିପ୍ତ ରହିପାରନ୍ତି। ପାରିବେଶିକ କୁପ୍ରଭାବରେ ସ୍ବାସ୍ଥ୍ୟ ଓ ପୂର୍ବ ଶତ୍ରୁତା ସମ୍ପର୍କୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?